ଯାଜପୁର:ଯାଜପୁର ପୌରପାଳିକା ସମ୍ମଳନୀ କକ୍ଷରେ ସାମାଜିକ ସମୀକ୍ଷା ହିତଧାରକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଯାଜପୁର ପୋୖରପାଳିକା ସ୍ୱତନ୍ତ୍ର ସୁବିଧା ସଂସ୍ଥା ଏବଂ ଲାଇଫ ଏକାଡେମୀ ଅଫ ଭୋକେଶନାଲ ଷ୍ଟଡିଜଙ୍କ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କର୍ମଶାଳାରେ ସମସ୍ତଙ୍କ ପାଇଁ ବାସଗୃହ ସମ୍ପର୍କରେ ଆଲୋଚନା କରାଯାଇଥିଲା l
ଏଥିରେ ସାମାଜିକ ସମୀକ୍ଷକ ସମୀର କୁମାର ପରିଡା ଏବଂ ରମେଶ ଚନ୍ଦ୍ର ବଳ ଯୋଗଦେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳର ସମୀକ୍ଷା କରିଥିଲେ l ଏହି ଅବସରରେ ପୌରାଞ୍ଚଳର ସମସ୍ତ କାଉଁସିଲର ଏବଂ ବହୁ ହିତାଧିକାରୀ ଉପସ୍ଥିତ ରହି କର୍ମଶାଳାରେ ଅଂଶଗ୍ରହଣ କରିଥିଲେ।