Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ନିୟମଗିରି ପାହାଡ଼ ର କୁଡୁଭେଲ ଗ୍ରାମରର ମେରିଆ ପର୍ବ ଅନୁଷ୍ଠିତ

157 0

ମୁନିଗୁଡା :(ରମାକାନ୍ତ ପୋଡାଳ)ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ନିୟମ ଗିରି ଡାଙ୍ଗରରେ ଆଦିମ କାଳରୁ ବସ ବାସ କରୁଥିବା ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କ ନିଆରା ମେରିଆ ପର୍ବ ଶାନ୍ତି ପୂର୍ଣ୍ଣ ଭାବର କୁଡ଼ଭେଲି ପଦର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ଲ ଆଜିର ଏହି ପର୍ବ ରର ଅତିଥି ଭାବେ ଜ଼ିଲ୍ଲା ସ୍ୱତନ୍ତ୍ର ଉନୟନ ପରିଷଦ ଅଧକ୍ଷା ଅନୁସୟା ମାଝୀ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ ଓ ବିଷମକଟକ ବ୍ଲକ ଅଦକ୍ଷା ଯୋଶଦା ହୁଇକା ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ ଲ ଦୀର୍ଘ ୪ ବର୍ଷ ପୋରେ ଏହି ମେରିଆ ପର୍ବ ଅନୁଷ୍ଠିତ ହୋଇଛି ଯୋଦ୍ୱାରା ରକ୍ତ ରଂଜିତ ହୋଇଯାଇଛି କୁଡୁଭେଲି ପଦର ଗ୍ରାମ l ନିୟମଗିରି ରେ ବେଶ ଧୂମଧାମ ରେ ପାଳନ କରାଯାଇଛି ରହି ମେରିଆ ପର୍ବ l ଏଥିପାଇଁ ଗତ ସାତ ଦିନ ଧରି ଚଲଚଞ୍ଚଳ ହୋଇଉଠିଥିଲା ସମଗ୍ର ନିୟମଗିରି ଅଞ୍ଚଳ l

ରବିବାର ବଡ଼ିଭୋରୁ ପୋଢ଼ ବଳି ଦେଇ ଉଦଯାପନୀ କରାଯାଇଛି ମେରିଆ ପର୍ବ l ପ୍ରଥା, ସଂସ୍କୃତି ଓ ପରମ୍ପରା କୁ ବଞ୍ଚାଇ ରଖିବା ପାଇଁ ନିୟମଗିରି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଉଦ୍ୟମ ଜାରି ରଖିଛନ୍ତି l ପ୍ରଥା ଓ ପରମ୍ପରା ଅନୁଯାଇ ଡ଼ଙ୍ଗରିଆ ସମାଜ ର ପୂଜକ ବସ ଲାମ୍ବାର ନିର୍ଦେଶ ଅନୁଯାଇ ଗତ ୨୦  ତାରିଖରେ ନିୟମ ଗିରି ଜଙ୍ଗଲ ରୁ ଶାଳ କାଠ ଅନଯିବା ପରେ କୁଡୁଭେଲି ପଦର ଗ୍ରାମ ର ଧାରଣୀ ବା ପେନୁ ଦେବତା ଙ୍କ ପାଖରେ କାଠ ପ୍ରତିଷ୍ଠା କରାଯାଇଥିଲା l ପାର କୁକୁଡ଼ା ଓ ଛେଳି ବଳି ଦେଇ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା l ଏହି ପର୍ବ ପାଳନ ପାଇଁ ନିୟମ ଗିରି ପାହାଡ଼ ରେ ବସ ବାସ କରୁଥିବା ପ୍ରାୟ ୧୬୪  ଗ୍ରାମ କୁ ନିମନ୍ତ୍ରଣ କରାଯାଇଥିଲା l ଶେଷରେ ହଜାର ହଜାର ଡ଼ଙ୍ଗରିଆ ସମ୍ପ୍ରଦାୟ ର ଡ଼ଙ୍ଗରିଆ ଲୋକେ ଯୋଗ ଦେଇଥିଲେ ଏହି ମେରିଆ ପର୍ବରେ l ନିୟମଗିରି ପାହାଡ଼ ରେ ରହିଥିବା ଡ଼ଙ୍ଗରିଆ ଙ୍କ ଇଷ୍ଟ ଦେବି ଙ୍କୁ ସନ୍ତୁଷ୍ଟ କରେଇବା ପାଇଁ ଏହି ଧରଣୀ ଦେବତା ଙ୍କୁ ପୂଜା ଅର୍ଚନା କରାଯାଏ l

ଏହି ମେରିଆ କୁଡୁଭେଲ ପଦର ଗ୍ରାମରେ ପାଳିତ ହୋଇଯାଇଛି l ମେରିଆ ପର୍ବ ଆରମ୍ଭ ର ସାତ ଦିନ ପୂର୍ବରୁ ଗାଁ ର ଯାନୀ ଓ ଦିଶାରୀ ପୂଜା ନିମନ୍ତେ ଯୋଗ ସମୟ ଘୋଷଣା କରିଥାନ୍ତି l ଏହି ତିଥି ରେ ଡ଼ଙ୍ଗରିଆ ସମ୍ପ୍ରଦାୟ ତରଫରୁ ଏକ ସୁସ୍ଥ ସବଳ ପୋଢ଼ ଟି କିଣି ଅଣାଯାଇଥାଏ ଉକ୍ତ ପୋଢ଼ କୁ ଡ଼ଙ୍ଗରିଆ ଯୁବକ ମାନେ ବାଜା ବାଜଣା ନାଚ ଗୀତ ସହିତ ସମଗ୍ର ନିୟମଗିରି ଅଞ୍ଚଳ ର ଗାଁ କୁ ଗାଁ ବୁଲାଇଥାନ୍ତି l ଏହି ପୋଢ଼ କୁ ୭  ଦିନେ ଗାଁ କୁ ଗାଁ ବୁଲାଇବା ପରେ ଶେଷ ଦିନରେ କୁଡୁବେଲି ପଦର ଗ୍ରାମ ପୂଜା ସ୍ଥାନ ଅଣାଯାଇଥିଲା l

ଅଷ୍ଟମ ଦିନ ବୋଡି ଭୋର ରୁ ମେରିଆ ବା ପୋଢ଼ କୁ ବଳି ଦିଆଯାଇଥିଲା l ପୋଢ଼ ବଳି ଦେବା ପ୍ରଥା ଡ଼ଙ୍ଗରିଆ ଙ୍କ ଅତି ନିଆରା l ନିୟମ ରାଜା ଓ ଧରଣୀ ଦେବତା ଙ୍କ ନିକଟରେ 7 ଦିନ କାଳ ରଖି ପୂଜା କରିବା ପରେ ଶେଷ ଦିନରେ ଡ଼ଙ୍ଗରିଆ ସାମ୍ପ୍ରଦାୟର ଲୋକେ ଉକ୍ତ ପୋଢ଼ କୁ ଅତି ନୃଶଂଶ ଭାବେ ହାଣି ଥାନ୍ତି l ଗୋଟିଏ ପରେ ଗୋଟିଏ ଚୋଟ ଦେବା ପରେ ଉଭୟ ଙ୍କ ମଧ୍ୟରେ ପୋଢ଼ ର ମାଂସ ପାଇଁ ଏକ ପ୍ରତିଯୋଗିତା ହୋଇଥାଏ l l ଉକ୍ତ ପୋଢ଼ ମାଂସ କୁ ନେଇ ଲୋକ ମାନେ ନିଜ ଘରେ ପୂଜା କରିବା ସହିତ ନିଜ କ୍ଷେତ ରେ ପୋତି ପୂଜା ଅର୍ଚନା କରିଥାନ୍ତି l ଏହି ପରି ପୂଜା କଲେ ଫସଲ ଭଲ ହେବ ବୋଲି ଦଙ୍ଗାରିଆଙ୍କ ବିଶ୍ୱାସ ରହିଛି l

Related Post

ତାଲବ ଗ୍ରାମରେ ଐତିହାସିକ ପ୍ରସିଦ୍ଧ ବଏଲ ଯାତ୍ରା ଐଶରିକ ଆଶୀର୍ବାଦର ମହାକୁମ୍ଭ

Posted by - October 20, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ତାଲବ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ପ୍ରସିଦ୍ଧ ବଏଲଯାତ୍ରା। ତାଲବ ଗ୍ରାମର ପ୍ରସିଦ୍ଧ ବଏଲଯାତ୍ରାର ବିଶେଷତ୍ୱ ହେଉଛି ଏଠାରେ ହେଉଥିବା ଯାତ୍ରା ରେ କୋଣସି…

ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୧ ହଜାର ଡ଼ ସହାୟତା ରାଶି

Posted by - May 2, 2020 0
ବରୀ: :(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ର ଆଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଚାଳଘର ସାହିତ୍ୟ ସଂସଦ ପକ୍ଷରୁ ବ୍ଲକ ର ପ୍ରଶାସନିକ କାର୍ଯ୍ୟଳୟ ଯଥା ବରୀ ବ୍ଲକ ,…

୬ ଦଫା ଦାବୀ ନେଇ ବସ୍ତି ବାସିନ୍ଦା ସୁରକ୍ଷା ସମିତି ଧାରଣା

Posted by - September 5, 2021 0
ସୋନପୁର::(ଅଜିତ୍ କୁମାର ପୁଝାରୀ) ସୁବର୍ଣ୍ଣପୁର ଜିଲ୍ଳା ସଦର ମହକୁମା ବସ୍ତି ବାସିନ୍ଦା ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ 6 ଦଫା ଦାବୀ ନେଇ ଧାରଣା…

ବୌଦ୍ଧ ତହସିଲର ତିନି କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Posted by - June 30, 2022 0
ବୌଦ୍ଧ : (ଚିତ୍ତ ରଂଜନ ସିଂ) ବୌଦ୍ଧ ତହସିଲର ତିନିଜଣ କର୍ମଚାରୀ ଗୋଟିଏ ଦିନରେ ଅବସର ଗ୍ରହଣ କରିଛନ୍ତି । ସୂଚନା ମୁତାବକ ବୌଦ୍ଧ ତହସିଲର ସଂସ୍ଥାପନା…

ବରଦାନ୍ୟ ବ୍ୟକ୍ତି ସମାଜସେବୀ ଲକ୍ଷ୍ମୀ କାନ୍ତ କଲେ ଠେମରା ଗାଁ ଠାରେ ନୂତନ ଖେଲ ପାଡ଼ିଆର ଭୁମି ପୂଜନ ଓ ମରାମତି

Posted by - December 9, 2021 0
ବଙ୍ଗୋମୁଣ୍ଡା: (ଅଭୀମନ୍ୟୁ ବହିଦାର) ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ଠେମରା ଗାଁ ଠାରେ ନୂତନ ଖେଳ ପଡ଼ିଆର ଭୂମି ପୂଜନ ଓ ମରାମତି ପୁନରୁଦ୍ଧାର କାମକଲେ…