Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଶ୍ରମିକ ଦିବସ

30 0

ସୁବର୍ଣ୍ଣପୁର:୦୧/୦୫ (ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହରର ସ୍ଥାନୀୟ ନୂତନ ଟାଉନ ହଲ ଠାରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ୨୦୨୩  ପାଳିତ ହୋଇ ଯାଇଛି।ଜିଲ୍ଲା ଶ୍ରମ ବିଭାଗ ,ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର ମିଳିତ ସହଯୋଗରେ ପାଳନ ହୋଇଥିବା ସମାରୋହରେ ପ୍ରଭାଗୀୟ (ମଣ୍ଡଳ )ଶ୍ରମ ଆଯୁକ୍ତ, ସୁବର୍ଣ୍ଣପୁର ଶ୍ରୀଯୁକ୍ତ ଡିଲେଶ୍ୱର ଖାଖା ସୁବର୍ଣ୍ଣପୁର ସ୍ୱାଗତ ବକ୍ତବ୍ୟ ପ୍ରଦାନ ସହ ବିଭାଗୀୟ କାର୍ଯ୍ୟକାରିତା ର ଆଲୋକପାତ କରିଥିଲେ l

ସୁବର୍ଣ୍ଣପୁର ଜିଲ୍ଲାପାଳ ସୁର୍ଯ୍ୟ ନାରାୟଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସଭାରେ ଯୋଗ ଦେଇଥିବା ନିର୍ମାଣ ଶ୍ରମିକ ମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଥିଲେ।ଶ୍ରମିକ ମାନେ ହିଁ ସମାଜ ଗଠନର ଆଧାର ବୋଲି ନିଜ ଅଭିଭାଷଣରେ କହିବା ସହିତ ଶ୍ରମିକ ମାନଙ୍କ ପାଇଁ ରାଜ୍ୟ ସରକାର ତିଆରି କରିଥିବା ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ।ଦେଶର ଅର୍ଥନୈତିକ ବିକାଶରେ ଶ୍ରମଜୀବୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହିତ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦେଉଥିବା ସାମାଜିକ ସୁରକ୍ଷା ସହାୟତା ସମ୍ପର୍କରେ ବି ଆଲୋଚନା କରିଥିଲେ।

ଏହି ସଭାରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ କୁମୁଦିନି ମୁଦୁଲି,ଏବଂ ଇଣ୍ଟେରନାସନାଲ ଜଷ୍ଟିସ ମିଶନ ସଂସ୍ଥା ର ଏବନେଜର ଦୀପ ସୋନପୁର ଟ୍ରେଡ଼ ୟୁନିଅନ ସମନ୍ୱୟ ସମିତି ର ଅଧକ୍ଷ ତଥା ସାମାଜିକ କର୍ମି ଗୋବିନ୍ଦ ମହାରଣା, ପ୍ରମୁଖ ଅତିଥିଭାବେ ଯୋଗ ଦେଇ ଶ୍ରମଜୀବୀଙ୍କ ଶ୍ରମ ଓ ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ତେବେ ଏହି ସଭାରେ ଜିଲ୍ଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲ୍ଲା ଶ୍ରମ ବିଭାଗ କର୍ମଚାରୀ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଭାଗର କର୍ମଚାରୀ ମାନେ ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କୁ ଉତ୍ସାହିତ କରିଥିଲେ।

ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶ୍ରମଜୀବୀ ମାନେ ଆନ୍ତର୍ଜାତୀୟ ଶ୍ରମ ଦିବସ ପାଳନ ଅବସରରେ ବେଶ ଉତ୍ସାହିତ ଥିଲେ।ଉକ୍ତ ସଭା ରେ ସୁବର୍ଣ୍ଣପୁର ଜିଲ୍ଲା ର କୋଣ ଅନୁକଣ ରୁ ପ୍ରାୟ ୩୦୦  ଶ୍ରମିକ ଏବଂ ବିଭିନ୍ନ ନିର୍ମାଣ ଶ୍ରମିକ ସଂଘ ର କର୍ମ କର୍ତା ଯୋଗଦାନ କରିଥିଲେ l ସଭା କୁ ଆୟୋଜନ କରିବାରେ ସହକାରୀ ଶ୍ରମ ଅଧିକାରିଣୀ କୁମାରୀ ସବିତା ନାୟକ, ଶ୍ରମ କାର୍ଯ୍ୟାଳୟ ମଙ୍ଗଳ ସଂଯୋଜିକା ଅନିତା ନାଗ,ଜିଲ୍ଲା ଆଇନ ସେବା ପ୍ରାଧିକାରଣ ର ବିନ୍ଦୁ ମହାପାତ୍ର, ଗୁରୁ ବାବୁ ଏବଂ ଉଭୟ କାର୍ଯ୍ୟାଳୟ ର ଅନ୍ୟାନ୍ୟ କର୍ମଚାରୀ ସହଯୋଗ କରିଥିଲେ l ସଭା ପରିଶେଷରେ ପଞ୍ଜିକୃତ ନିର୍ମାଣ ଶ୍ରମିକ ହିତାଧିକାରୀ ୧୦  ଜଣଙ୍କୁ ଶିକ୍ଷା ସହାୟତା,୨୦୦  ଜଣଙ୍କୁ ବିବାହ ସହାୟତା@୫୦,୦୦୦ /-,୩୬  ଜଣଙ୍କୁ ପ୍ରସବ କାଳୀନ ସହାୟତା @10,000/- ଏବଂ୫୦  ଜଣ ହିତାଧିକାରୀ ଙ୍କର ନୋମିନି ପ୍ରତ୍ୟେକ ଙ୍କୁ Rs.୨୦୦୦୦୦ /- ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇ ଥିଲା l

 

Related Post

ସ୍କୁଲ ଫି ଛାଡ଼କୁ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସାମ୍ୱାଦିକ ସମ୍ମିଳନୀ

Posted by - March 14, 2021 0
ବ୍ୟାସନଗର :ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଘରୋଇ ବିଦ୍ୟାଳୟ ଗୁଡିକରେ ଫି ଛାଡ଼କୁ କାର୍ଯ୍ୟକାରୀ କରିବା ଦାବିରେ ଓଡ଼ିଶା ଅଭିଭାବକ ମହାସଂଘ ତରଫରୁ ସାମ୍ୱାଦିକ ସମ୍ମିଳ ନୀ । ରାଜ୍ୟ…

ମରଣ ଜନ୍ତା ପାଲଟିଛି ମୁନିଗୁଡା ରୁ ଅମ୍ବାଦଳା ରାଜ୍ୟ ରାଜପଥ

Posted by - June 15, 2022 0
ମୁନିଗୁଡା :(ରମାକାନ୍ତ ପୋଢାଳ)ମୃତ୍ୟୁ କୁ ଡାକୁଛି ରାଜ୍ୟ ରାଜପଥ ର ଏହି ରାସ୍ତା । ମରଣ ଯନ୍ତା ପାଲଟିଛି ରାୟଗଡ଼ା ରୁ ଭବାନୀ ପାଟଣା ରାଜ୍ୟ ରାଜପଥ…

ରାଜ୍ୟ ପୋଲିସ ବିଭାଗର ମୋ ସରକାର ତରଫରୁ ଏକ ବିଶାଳ ରକ୍ତ ଦାନ ଶିବିର ଅନୁଷ୍ଠିତ,୫୦୯ ୟୁନିଟ ରକ୍ତ ସଂଗ୍ରହ ,ଓଡ଼ିଶାରେ ରେକର୍ଡ

Posted by - August 25, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ପଞ୍ଚାୟତ କଲେଜ ଠାରେ ରାଜ୍ୟ ପୋଲିସ ବିଭାଗ ର ନିର୍ଦ୍ଧେଶ କ୍ରମେ ମୋ ସରକାର…

ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଓଡ଼ିଶା ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ

Posted by - March 2, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସିଛନ୍ତି ଓଡ଼ିଶା ମାନବଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ଶତ୍ରୁଘ୍ନ ପୁଝାରୀ l ଏହି ଗସ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ଶିଶୁ…