କାଶୀପୁର :(ଅଞ୍ଜନ କୁମାର ନାଏକ)ମେ ମାସ “1” ତାରିଖ ଟିକୁ ସାରାବିଶ୍ୱ ଶ୍ରମ ଦିବସ ଭାବେ ପାଳନ କରୁଥିବା ବେଳେ ରାୟଗଡା ଜିଲ୍ଲା କାଶୀପୁରସ୍ଥ ପ୍ରଥମ ଶ୍ରେଣୀ ବିଚାରବିଭାଗ ଅଦାଲତ ପରିସରରେ ” ବିଶ୍ୱ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ତାଲୁକୁ ଆଇନ ସେବା ସମିତି ସଭା ଆୟୋଜନ କରାଯାଇଥିଲା l ଉକ୍ତ ତାଲୁକ ଆଇନ ସେବା ସମିତିରେ ଚେୟାରମାନ ତଥା ଅଧକ୍ଷ କାଶୀପୁର ପ୍ରଥମ ଶ୍ରେଣୀ ବିଚାର ବିଭାଗ ବିଚାରପତି ଶ୍ରୀ ଶୋଭନ କୁମାର ପଣ୍ଡା ଥିଲେ l ଏହି ଶ୍ରମିକ ଦିବସ ର ଆୟୋଜନ କାଶୀପୁର ତାଲୁକ ଆଇନ ସେବା ସମିତି ତୁଲାଇ ଥିଲା l
ବିଚାରପତି ଶ୍ରୀ ପଣ୍ଡା ଶ୍ରମିକ ଦିବସ ଉପଲକ୍ଷେ ଶ୍ରମିକଙ୍କୁ ସମ୍ବର୍ଦ୍ଧନା କରି ଉଦ୍ଧବଧନ ଦେଇଥିଲେ l ଏହି ଭଳି କାଶୀପୁର ଓକିଲ ସଂଘ ସଭାପତି ଶ୍ରୀ କନେଇଁ ଲାଲ ଜୈନ ଶ୍ରମିକଙ୍କ ଉଦେଶ୍ୟରେ ଦୁଇଟି ପଂକ୍ତି ବଖାଣିଥିଲେ! ଶ୍ରମିକଙ୍କୁ ଜଗତର ଦ୍ଵିତୀୟ ଭଗବାନ କହିଲେ ଉତ୍ୟକ୍ତ ହେବ ନାହିଁ କାରଣ ଶୃଷ୍ଠିକର୍ତ୍ତା ଆମକୁ ପ୍ରକୃତି ସହ ଜଡିଦେଇ ଶୃଷ୍ଠି କରିଥିଲେ ଯେଉଁଠି ” କୃତ୍ରିମ “ବୋଲି କିଛି ଶୃଷ୍ଠି ହୋଇନଥିଲା l
ଆଜି କିନ୍ତୁ ସାରା ବିଶ୍ୱକୁ କୃତ୍ରିମ ଉପାୟରେ ଉଦ୍ଭିୟମାନ କରିବାରେ ଶ୍ରମିକ ହିଁ ଶ୍ରେଷ୍ଠ ବୋଲି ବକ୍ତବ୍ୟ ଦେଇଥିଲେ l ଯେଉଁଠି ପ୍ରକୃତିକଳରେ ରେ ପାଣି, ପବନ ପାହାଡ ପର୍ବତ ଗଛଲତା ଭରା ଥିଲା କିନ୍ତୁ ଶ୍ରମିକ ମାନେ ପ୍ରକୃତିକୁ ଜୀବଜଗତର ସଦୁପଯୋଗ କରି କୋଠା ବାଡ଼ି, ବଡ ବଡ କାରୋଖାନ, ବିରାଟ ବିରାଟ ଜଳଭଣ୍ଡାର ନିର୍ମଣ କରିଛନ୍ତି l ଦେଶରେ ” ଜୟ ଯବାନ ଜୟ କିଷାନ “ନାରା ଅଛି କିନ୍ତୁ ଏହି ଉକ୍ତି ରେ ଜୟ ଶ୍ରମିକ ଶବ୍ଦ ମଧ୍ୟ ଯୋଡି ହେବା ଉଚିତ ବୋଲି ଶ୍ରୀ ଜୈନ ପ୍ରକାଶ କରିଥିଲେ l
ଏହି କାର୍ଯ୍ୟକ୍ରମରେ ବିଚାରବିଭାଗୀୟ ସମସ୍ତ କର୍ମଚାରୀ, ଓକିଲ ସଂଘ ସଭ୍ୟ ମାନେ, ବିଭିନ୍ନ ସଂଘଠନର ସଭ୍ୟମାନେ ଓ ସର୍ବସାଧାରଣ ଉପସ୍ଥିତ ଥିଲେ l