Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଟିଟିଲାଗଡରେ ଅସରାଏ ବର୍ଷାରେ ରାସ୍ତା ଉପରେ ଜମିଲା ପାଣି,ୱାର୍ଡ ନମ୍ବର ୧୪ ରେ ଅବ୍ୟବସ୍ଥା ବୁଲି ଦେଖିଲେ ପୌର ଅଧ୍ୟକ୍ଷା।

40 0

ଟିଟିଲାଗଡ: (ସଞ୍ଜୟ କୁମାର ନାୟକ )ଟିଟିଲାଗଡ ସହରରେ ବହୁତ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଈଁ ପ୍ରସ୍ତାବ ମଧ୍ୟ ପାସ ହୋଇଛି, ପରିତାପର ବିଷୟ ରବିବାର ରାତିରେ ଅସରାଏ ବର୍ଷା ଯୋଗୁଁ ସହରର ବିଭିନ୍ନ ୱାର୍ଡ ଏବଂ ମୁଖ୍ୟ ରାସ୍ତା ମାନଙ୍କରେ ପାଣି ଜମା ହୋଇ ରହିଥିଲା ।

ସେ ଭିତରୁ ଜଲାରାମ୍ ଲଜ ଠାରୁ ରେଳ ଷ୍ଟେସନ ଯିବା ରାସ୍ତାରେ ପାଣି ଜାମ ହୋଇ ରହିଛି, ସେହିପରି ପୌର ପରିଷଦ ୱାର୍ଡ ନମ୍ବର ୧୪ ରେ ପାଣି ନିଷ୍କାସନ ନ ହେବା ଯୋଗୁଁ ଲୋକଙ୍କ ଘର ଆଗରେ ପାଣି ଜମା ହୋଇ ରହିଥିଲା,ଅଭିଯୋଗ ପାଇ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ ଏବଂ ତାଙ୍କର ସମର୍ଥକଙ୍କ ସହ ଯାଇ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ଦୁଃଖ ପ୍ରକାଶ କରିଥିଲେ।

ଅଦ୍ଧକ୍ଷାଙ୍କ କହିବାନୁଯାୟୀ ଏହି ସ୍ଥାନ ପରିଦର୍ଶନ ପାଇଁ ତାଙ୍କ ଯନ୍ତ୍ରୀଙ୍କୁ ଡାକିବାରୁ ସେ ଆସିବାକୁ ମନା କରିଦେଲେ। ସେଥିପାଇଁ ସେ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ଯଦି ପୌର ନିର୍ବାହୀ ଯନ୍ତ୍ରୀ ସହଯୋଗ ନ କଲେ ପ୍ରଶାସନ ସହ ମିଶି ଏହି ଅସୁବିଧାର ସମାଧାନ ନିଶ୍ଚୟ କରିବି ବୋଲି ଅଧ୍ୟକ୍ଷା କହିଛନ୍ତି। ସରକାରଙ୍କ ଯୋଜନାକୁ ସଫଳ ରୂପାୟନ କରିବା ଜନ ପ୍ରତିନିଧିଙ୍କ ଦାୟିତ୍ଵ, ଲୋକ ଆମକୁ ଭୋଟ ଦେଇ ନିର୍ବାଚିତ କରିଛନ୍ତି, ଯଦି ଏହି ଲୋକ ମାନଙ୍କ ସମସ୍ୟାର ସମାଧାନ କରି ନ ପାରିବି ତାହେଲେ ସେମାନଙ୍କ ଭୋଟର କଣ ମୂଲ୍ୟ ରହିବ ବୋଲି କ୍ଷୋଭ ପ୍ରକାଶ କରିଥିଲେ।

Related Post

ଯାଜପୁର ରେ ସିଆଲ ଆତଙ୍କ

Posted by - November 5, 2019 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ସଦର ଥାନା ଦୂର୍ଗାପୁର ଗାଁରେ ସିଆଳ ଆତଙ୍କ । ସିଆଳ ଆକ୍ରମଣରେ ଦୁଇ ନାବାଳିକା ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି…

ଯାଜପୁର ରେ ଚିହ୍ନଟ ଆକ୍ରାନ୍ତ ଙ୍କ ମଧ୍ୟରୁ ସୁପର ସ୍ପ୍ରେଡର ଥିବାର ଆଶଙ୍କା

Posted by - April 24, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲାରେ ଚିନ୍ତା ଜନକ ରହିଛି କୋରୋନା। ବର୍ତ୍ତମାନ ସୁଦ୍ଧା ୧୨ ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି। ଚିହ୍ନଟ ଆକ୍ରାନ୍ତ ଙ୍କ…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦୁର୍ଗାଦେବୀ ମନ୍ଦିରରେ କୁଆରୀ ପୁଜା ଅନୁଷ୍ଠିତ

Posted by - October 14, 2021 0
ସୋନପୁର:(ଅଜିତ କୁମାର ପୁଝାରି)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଦୁର୍ଗାଦେବୀ ମନ୍ଦିରରେ କୁଆରୀ ପୁଜା ଅନୁଷ୍ଠିତ ହୋଇଯାଇଛି ।ସହରର ପୁରୁଣା ରାଜପ୍ରସାଦ ଭିତରେ ଥିବା ଦୁର୍ଗାଦେବୀ ମନ୍ଦିରରେ କୁଆଁରୀ…