Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା

112 0

କାଶୀପୁର : (ଅଞ୍ଜନ କୁମାର ନାଏକ ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବ୍ଲକ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରେଙ୍ଗୁ ନାଏକଙ୍କୁ ଏକ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ର ଆୟୋଜନ କରାଯାଇଥିଲା l କାଶୀପୁର ବ୍ଲକ ଏକ ଦୁର୍ଗମ ଅଞ୍ଚଳ ହୋଇଥିବା ବେଳେ ଶିକ୍ଷା ବ୍ୟବସ୍ଥା ମଧ୍ୟ ଏହି ଅଂଚଳରେ ଅପହଞ୍ଚ ଥିଲା l କିନ୍ତୁ କିନ୍ତୁ ଶ୍ରୀ ନାଏକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାର ସମ୍ଭାଳିବା ପରେ ବ୍ଲକ ର ଶିକ୍ଷକଙ୍କୁ ସଂଘଠିତ କରିବାରେ ସଫଳ ହୋଇଥିଲେ, ଯାହାଫଳରେ ଆଜି କାଶୀପୁର ଅଞ୍ଚଳରେ ଶିକ୍ଷକଙ୍କ କର୍ମତତ୍ପର ରେ ଆଗ୍ରହ୍ୟ ଦେଖାଦେଇଥିବା ପରିଲକ୍ଷିତ ହେଉଛି ଏବଂ ଦୁର୍ଗମ ଅଞ୍ଚଳରେ ଶିକ୍ଷାସେବା ର ଏକ ଗୁଣବତ୍ତା ଦେଖିବାକୁ ମିଳିଛି l ଏହି ସଭାରେ ରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହାଙ୍କ ସମେତ ଶତାଧିକ ଶିକ୍ଷକଙ୍କ ଗହଣରେ କାଶୀପୁର ସହକାରୀ ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ରେଙ୍ଗୁ ନାଏକଙ୍କର ଅଵସରକାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହେଇଯାଇଛି ।

ଏକଦା ରାଜ୍ୟ ତଥା ରାୟଗଡ଼ା ଜିଲ୍ଲାର ଅବହେଳିତ ଓ ଅନୁନ୍ନତ ବ୍ଲକ ମଧ୍ୟରେ କାଶୀପୁର ଅନ୍ୟତମ । ବ୍ଲକ ଆଦିବାସୀ ଅଧ୍ୟୁଷିତ ତଥା ପଛୁଆ ବର୍ଗ ର ବହୁଳତା ରହିଛି । ସେ ସମୟ ର ଶିକ୍ଷା ର ଗମନା ଗମନ ର ଘୋର ଅଭାବ ସ୍ଥିତିରେ ଶ୍ରୀ ନାୟକ ୪/୧୨/୧୯୮୬ ରେ ଜଣେ ପ୍ରାଥମିକ ଶିକ୍ଷକ ଭାବେ କାଶୀପୁର ଠାରେ ଯୋଗ ଦେଇ ଆଜି ପର୍ଯ୍ୟନ୍ତ ଶିକ୍ଷାର ପ୍ରସାର ଉପରେ ସମର୍ପିତ ଥିଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ବିଦ୍ୟାଳୟ ରେ କାର୍ଯ୍ୟରତ ଥାଇ ଅଞ୍ଚଳ ର ଗରିବ ଓ ନିଷ୍ପେସିତ ଅଶିକ୍ଷିତ ପଛୁଆ ବର୍ଗ ର ପିଲା ଙ୍କୁ ଶିକ୍ଷିତ କରିବା କୁ ଅହରହ ଚେଷ୍ଟା ଜାରୀରଖି ଥିଲେ । ତଳ ଦିନରେ ତାଙ୍କ ଦ୍ୱାରା ଶିକ୍ଷା ଗ୍ରହଣ କରିଥିବା ଅନେକ ଛାତ୍ରଛାତ୍ରୀ ବର୍ତ୍ତମାନ ବିଭିନ୍ନ ସରକାରୀ ସ୍ତରରେ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। କର୍ମ ଜୀବନ ରେ ଜଣେ ଉଛ ଶିକ୍ଷିତ , ଭଦ୍ର ବ୍ୟକ୍ତିତ୍ୱ ସହିତ ପରଉପକାର ପାଇଁ ଅଞ୍ଚଳର ସର୍ବଦା ପ୍ରସଙ୍ଗସା ସାଉଁଟିଥିବା ଦେଖିବା କୁ ମିଳିଛି। ଆଜିର ଉକ୍ତ କାର୍ଯ୍ୟକ୍ରମରେ ଭାବବିହଳ ଭାବେ ସି ଆର ସି ସି ଅରୁଣ ନାଏକ ସହିତ ଅନ୍ୟ ବକ୍ତା ତାଙ୍କର ବିଗତ ଦିନ ର ଶିକ୍ଷା ପ୍ରତି ଥିବା ଅତୁଳନୀୟ ସେବା ପୁଣି ଅବଶିଷ୍ଟ ଜୀବନ ର ଶୁଭ କାମନା ଜଣାଇଥିଲେ ।

Related Post

ଆଦର୍ଶ କୃଷି ବଜାର ପରିସରରେ ଖୋଲିବ ବୁଣାକାର ହାଟ

Posted by - September 26, 2022 0
ବୌଦ୍ଧ:୨୬ା୯ 🙁 ଚିତ୍ତରଂଜନସିଂ)ଆସନ୍ତା ଅକ୍ଟୋବର ମାସରେ ଆଦର୍ଶ କୃଷି ବଜାର ପରିସରରେ ବୁଣାକାର ହାଟ ଖୋଲିବା ପାଇଁ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀ ସତ୍ୟରଞ୍ଜନ ସାହୁଙ୍କ…

୩୯ତମ ୟଙ୍ଗବ୍ଲଡ଼ ପବ୍ଲିକ୍‌ ସ୍କୁଲ୍‌ର ବାଷିର୍କ ଉତ୍ସବ ପାଳନ

Posted by - December 23, 2022 0
କେସିଙ୍ଗା 🙁 ପୀତେଶ ପଟେଲ) ଓଡ଼ିଶା ତଥା କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ଇଂରାଜୀ ଶିକ୍ଷାନୁଷ୍ଠାନ ୟଙ୍ଗବ୍ଲଡ଼ ପବ୍ଲିକ ସ୍କୁଲର ୩୯ ତମ ବାର୍ଷିକ ଉତ୍ସବ ୟଙ୍ଗବ୍ଲଡ଼ ସ୍କୁଲ…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Posted by - December 19, 2021 0
ନବରଙ୍ଗପୁର :(ବେଣୁ ଗୋପାଳ ରାଓ )ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଅଶୋକ…

ସରକାର ଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତି କୁ ମହିଳା ସଂଗଠନର ବିରୋଧ

Posted by - May 7, 2020 45
କେନ୍ଦୁଝର :(ସୀତାରାମ ଦୀକ୍ଷିତ)ବଲାଣୀ ବଜରଙ୍ଗ ଦଳ ପ୍ରତିନିଧି ଙ୍କ ନେତୃତ୍ୱ ରେ ସ୍ଥାନୀୟ ମହିଳା ସଂଗଠନ ର ସରକାର ଙ୍କ ସରକାରୀ ମଦ ଦୋକାନ ଖୋଲିବା ନିଷ୍ପତ୍ତି…