Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ବାରିକେଡ଼ କୁ ଧକା ଦେଲା କାର , ଚାଳକ ଗୁରୁତର

123 0

ହରଭଙ୍ଗା : (ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ -କୁସଙ୍ଗ ପୂର୍ତ୍ତ ରାସ୍ତା ର କୁସଙ୍ଗ ବଡଜୋର ନାଳରେ ରବିବାର ଏକ ଇଣ୍ଡିଗୋ କାର ଦୁର୍ଘଟଣା ହୋଇଛି ! ସୂଚନା ମତେ କାର ଟି ଆଠମଲ୍ଲିକ (କୁସୁମ କୁହୁରି )ଗ୍ରାମରୁ ବାହାରି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମହାଳିକପଡା ପଂଚାୟତର ନୂଆପଡା ଗ୍ରାମଅଭିମୁଖେ ଯାଉଥିଲା l ନିଜେ ଚାଳକ ସିପୁନ ସେଠି ନାମକ ବ୍ୟକ୍ତି ଜଣକ ଡ୍ରାଇଭିଂ କରି ଉକ୍ତ ଗ୍ରାମର ଏକ ବାହାଘର ଭୋଜି କାର୍ଯ୍ୟକ୍ରମ ରେ ଯୋଗଦେବା ପାଇଁ ଯାଉଥିବା ବେଳେ କାର ଟି ବଡଜୁର ବ୍ରିଜ ବୁଲାଣି ରାସ୍ତା କାଟି ନ ପାରି ଭାରସାମ୍ୟ ହରାଇ ରାସ୍ତା କଡରେ ଦିଆଯାଇଥିବା ଲୁହା ବାରିକେଡ଼ କୁ ଧକ୍କା ଦେଇଥିଲା l ଫଳରେ ଗାଡିଟି ସମ୍ପୂର୍ଣ୍ଣ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଚାଳକ ଅଳ୍ପକେ ବଡ଼ ଦୁର୍ଘଟଣା ରୁ ବର୍ତ୍ତୀ ଯାଇଛନ୍ତି l ସଂଗେସଂଗେ ସ୍ଥାନୀୟ ଲୋକେ ହରଭଙ୍ଗା ପୋଲିସ ଏବଂ ଆମ୍ବୁଲାନ୍ସ କୁ ଡକାଇ ପୁରୁଣା କଟକ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଚିକିତ୍ସା କରାଯାଇଥିବା ଜଣାପଡିଛି ଘଟଣା ସ୍ଥଳରେ ପୋଲିସ ପହଂଚି ଦୁର୍ଘଟଣା ର ଅଧିକ ତଥ୍ୟ ପାଇଁ ତଦନ୍ତ ଚଳାଇଛି l

Related Post

ବାମଣ୍ଡା ପଞ୍ଚାୟତରେ ଜିଲାପ୍ରଶାସନ ଓ ପୋଲିସର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

Posted by - January 30, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ବାମଣ୍ଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲାପ୍ରଶାସନ ଓ ପୋଲିସର ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ମହାତ୍ମା ଗାନ୍ଧୀଙ୍କ…

କାର୍ତ୍ତିକେଶ୍ୱର କ୍ଲବ ର କୋରନା ସମ୍ପର୍କିତ ସଚେତନତା ଅଭିଯାନ

Posted by - April 16, 2020 0
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବରୀ ବ୍ଲକ ଅନ୍ତର୍ଗତ ଗମୁ ଗ୍ରାମର କାର୍ତ୍ତିକେଶ୍ଵର କ୍ଲବ ର ସଦସ୍ୟ ମାନେ ଏକ ବିରଳ ଚିନ୍ତା ଧାରା ନେଇ ସ୍ୱଚ୍ଛ|କୃତ ଭାବେ ଗ୍ରାମର…

ରାସ୍ତା ଉପରେ ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ

Posted by - May 14, 2019 0
ବରୀ୧୩ା୫: ଫନି ବାତ୍ୟା ପରେ ଅଦ୍ୟାବଧି ବିଦ୍ୟୁତ ବିଭାଗର ନଜରକୁ ଆସିନାହିଁ ।ଏରବାଙ୍କ ପଂଚାୟତ ଅଧିନସ୍ଥ ଦଳେଇ ସାହିରେ ଥିବା ବିପଦ ଜନକ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ…

ଲକ୍ଷ୍ମୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା ସମ୍ପନ୍ନ କଲେ ଲକ୍ଷ୍ମୀ ମନ୍ଦିର ନିର୍ମାଣ କମିଟି

Posted by - June 7, 2020 843
ନୀଳଗିରି:୦୭/୦୬(ସୌମ୍ୟା ସାଇ ବାରିକ)ମହାଜାଗତିକ କାଳରୁ ମହାଲକ୍ଷ୍ମୀ ଙ୍କ ର ଜଗତର ନାଥ ଜଗନ୍ନାଥ ଙ୍କ ସହିତ ସମ୍ପର୍କ ସାରା ବିଶ୍ୱବାସୀ ଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା…