ବୌଦ୍ଧ:୨୯/୦୪ (ଚିତ୍ତରଞ୍ଜନ ସିଂ ) ସରକାର ବନ୍ୟ ପ୍ରାଣୀ ଙ୍କୁ ସୁରକ୍ଷା ଦେବା ସହ ଜୀବଜନ୍ତୁ ଙ୍କ ସୁରକ୍ଷା ପାଇଁ ପ୍ରାଥମିକତା ଲକ୍ଷ୍ୟ ଦେଇ ଆସୁଥିବା ବେଳେ ବନ୍ୟ ପ୍ରାଣୀ ପାଇଁ ଅଧିକ ସଚେତନତା ଓ ରହିଛନ୍ତି l ଏପରିକି ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଥିବା ବେଳେ ବିଭାଗ ମଧ୍ୟ୍ୟ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ନେଇ ସର୍ବଦା ତତ୍ପର ରହୁଥିବା ଜଣାପଡିଛି l କିନ୍ତୁ ପୂର୍ବରୁ ବାପ ଅଜା ଅମଳରୁ ଅଭ୍ୟାରଣ୍ୟ ମଧ୍ୟ୍ୟ ରେ ଶହ ଶହ ବର୍ଷ ହେଲା ଅନେକ ଜନ ବସିତି ରହିଥିବା ବେଳେ ତାଙ୍କୁ ସରକାର ଅନ୍ୟତ୍ର ବିସ୍ଥାପିତ କଲେ ମଧ୍ୟ୍ୟ ନିଜ ଭିଟାମାଟି ଛାଡି ଯିବାକୁ ଅମଙ୍ଗ ମନେ କରୁଛନ୍ତି l
ଫଳରେ ସରକାର ମଧ୍ୟ୍ୟ ଅଭ୍ୟାରନ୍ୟ ବାସୀଙ୍କ ବିସ୍ଥାପିତ ପାଇଁ ଚେଷ୍ଟା କରୁଥିଲେ ମଧ୍ୟ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇପାରୁନାହିଁ l ସେନେଇ ବନ୍ୟ ପ୍ରାଣୀ ବିଭାଗ ଓ ଅଭ୍ୟାରଣ୍ୟ ବାସୀଙ୍କ ମଧ୍ୟ୍ୟ ରେ ଉତ୍ତମ ବୁଝାମଣା ସହ ବନ୍ୟ ପ୍ରାଣୀ ଙ୍କୁ ସୁରକ୍ଷା ଦେବା ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟ କରିଆସୁଛନ୍ତି l କିଛିଦିନ ତଳେ ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟ ପ୍ରାଣୀ ଅଞ୍ଚଳ ବା ନୟାଗଡ଼ ମହାନଦୀ ବନ୍ୟ ପ୍ରାଣୀ ଅଭ୍ୟାରଣ୍ୟ ମଧ୍ୟ୍ୟ ରେ ବାସ କରୁଥିବା ଅତଲସରା ଗ୍ରାମବାସୀ ଓ ସ୍ଥାନୀୟ କୁସଙ୍ଗ ବନ୍ୟ ପ୍ରାଣୀ ବିଭାଗ ଉଭୟ ଙ୍କ ମଧ୍ୟରେ ଅଭ୍ୟାରଣ୍ୟ ବାସି ଅଭ୍ୟାରଣ୍ୟ ମଧ୍ୟ୍ୟ ରେ ଯାତାୟତ କୁ ନେଇ ଉଭୟ ମୁହାଁମୁହିଁ ହେବା କଥା ପଦାକୁ ଆସିଛି l
ସୂଚନା ଥାଉକି ଦୁଇ ଦିନ ତଳେ ଅଭ୍ୟାରନ୍ୟ ମଧ୍ୟରେ ବସତି ସ୍ଥାପନ କରୁଥିବା ଅତଲସରା ଗ୍ରାମରେ ଗୌଡ଼ ସମ୍ପ୍ରଦାୟର ଲୋକେ ଅଭ୍ୟାରଣ୍ୟ ଦେଇ ଅନ୍ୟ ଏକ ଗ୍ରାମକୁ ଏକ ଜାତିଆଣ କାର୍ଯ୍ୟ ରେ ଯୋଗଦେବା ପାଇଁ ବାହାରିଥିଲେ l କିନ୍ତୁ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଥିବା ତନଖି ଫାଟକ କୁ ନଖୋଲିବା ସହ ଉକ୍ତ ଅଭ୍ୟାରଣ୍ୟ ବାସୀଙ୍କୁ ଯିବାକୁ ଛାଡି ନଥିଲେ l ଏଥିରେ ଗ୍ରାମବାସୀ ଯେତେ ନେହୁରା ହେଲେ ମଧ୍ୟ୍ୟ ବିଭାଗ ଛାଡି ନଥିବା ବେଳେ ଗ୍ରାମବାସୀ ଙ୍କ ମଧ୍ୟ୍ୟ ରେ ବିଭାଗ କାର୍ଯ୍ୟ ପ୍ରତି ଅସନ୍ତୋଷ ପ୍ରକାଶ ପାଇଥିଲା l ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଆମେ ଜଙ୍ଗଲ ମଧ୍ୟ୍ୟ ରେ ସହ ସହ ବର୍ଷ ହେଲା ରହିଆସୁଛୁ l
ଏବଂ ଆମେ ଯଦି କୌଣସି କାର୍ଯ୍ୟ ରେ ଅନ୍ୟ ଏକ ଗ୍ରାମକୁ ବିଭିନ୍ନ ସୁବିଧା ଅସୁବିଧା ରେ ଯାତାୟତ କରିପାରିବୁ ନାହିଁ କି ବନ୍ୟ ପ୍ରାଣୀ ବିଭାଗ ଅନୁମତି ଦେବ ନାହିଁ ଆମେ ଚଳିବୁ କିପରି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି lଏହାର ପ୍ରତିବାଦ ରେ ଗ୍ରାମବାସୀ ମାନେ ବିଭାଗ ର କୌଣସି ଅଧିକାରୀଙ୍କୁ ମଧ୍ୟ୍ୟ ଅଭ୍ୟାରଣ୍ୟ ଭିତରକୁ ଛାଡ଼ିବୁ ନାହିଁ ବୋଲି ବିରୋଧ କରିବା ସହ କାଠ ଦ୍ୱାରା ଏକ ନୂତନ ଅସ୍ଥାୟୀ ତନଖି ଫାଟକ ତିଆରି ରାସ୍ତା ଅବରୋଧ କରିଥିଲେ l ପରେ ଖବର ପାଇ କୁସଙ୍ଗ ବନ୍ୟ ପ୍ରାଣୀ ରେଞ୍ଜ ଅଧିକାରୀ ଘଟଣା ସ୍ଥଳ ରେ ପହଁଚି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ ଆପଣ ମାନଙ୍କ ସାହାଯ୍ୟ ଆବଶ୍ୟକତା ଚାଁହୁଛୁ ଏବଂ ବର୍ତମାନ ବନ୍ୟ ପ୍ରାଣୀ ବିଭାଗ ଅନୁମତି ନେଇ ଯାତାୟତ କରି ପାରିବେ କୌଣସି ଅସୁବିଧା ନାଇଁ ବୋଲି ପ୍ରତିଶୃତି ଦେବାରୁ ତନଖି ଫାଟକ ଗ୍ରାମବାସୀ ମାନେ ହଟାଇଥିଲେ l
ଘଟଣା କୁ ନେଇ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ ପଣ୍ଡା ଙ୍କୁ ପଚାରିବାରୁ ସର୍ବଦା ବନ୍ୟ ପ୍ରାଣୀ ଙ୍କ ସୁରକ୍ଷା ନେଇ ବିଭାଗ ସଜାଗ ରହିଛି l ବର୍ତମାନ ଗ୍ରୀଷ୍ମ ଋତୁ ଥିବାରୁ ଜଙ୍ଗଲ ଜୀବ ଜନ୍ତୁ ମାନେ ଖାଦ୍ୟ ଓ ପାଣି ପାଇଁ ଜଙ୍ଗଲ ଭିତରୁ ବାହାରକୁ ଚାଲି ଆସୁଛନ୍ତି l ତେଣୁ ତାଙ୍କ ସୁରକ୍ଷା ନେଇ ଆମେ ବର୍ତମାନ କଡା କଡୀ ନିୟମ ପାଳନ ରଖିଛୁ l ବାହାର ଲୋକଙ୍କୁ ବିନା ଅନୁମତି ରେ ଭିତରକୁ ଛାଡୁ ନାହିଁ ଏପରିକି ଅଭ୍ୟାରଣ୍ୟ ବାସି ମଧ୍ୟ୍ୟ ଆମ ପାଖରୁ ଅନୁମତି ନେଇ ଯିବାକୁ ନିର୍ଦେଶ ଦେଇଚୁ ବୋଲି ରେଞ୍ଜ ଅଧିକାରୀଙ୍କ ଠାରୁ ପ୍ରକାଶ l