Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

49 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ବୌଦ୍ଧ ଜିଲ୍ଲାରେ ବିଶ୍ବ ପ୍ରାଣୀ ଚିକିତ୍ସା ଦିବସ ଅବସରରେ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଏହି ଅବସରରେ ପୁର୍ବ ଦିନ ମଥୁରା ପଞ୍ଚାୟତ ଦନ୍ତାପାଲି ସ୍ଥିତ ମାହେଶ୍ୱରୀ ଗୋଶାଳା ଠାରେ ଗୋରୁ ଗାଈ ମାନଙ୍କୁ ଖାଦ୍ୟ ପରିବେଷଣ କରିଥିବାବେଳେ ପଙ୍କୁଆଲ ଗ୍ରାମର ଗୋରୁ ଗାଈ ମାନଙ୍କୁ ଚିକିତ୍ସା ପ୍ରଦାନ କରାଯାଇଥିଲା l ଶନିବାର ସକାଳ ଆଠ ଘଣ୍ଟା ସମୟରେସମସ୍ତ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ,ଚାଷୀ ଓ କଲେଜ ଛାତ୍ର ମନଙ୍କୁ ନେଇ ଶୋଭାଯାତ୍ରା ,ମାହେଶ୍ୱରୀ ଗୋଶାଳାର କଳାକାର ମାନଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ଗୋସୁରକ୍ଷା ଜୀବନ ରକ୍ଷା ପ୍ରଦର୍ଶନ ପରେ ଟାଉନ୍ ହଲ୍ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା l

ଏଥିରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରଦୀପ୍ତ କୁମାର ରଥ ଙ୍କ ସଭାପତିତ୍ବ ଓ ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ନିରୋଦ ଚନ୍ଦ୍ର କହଁର ଅତିଥି ସ୍ୱାଗତ ଓ ପରିଚୟ ପ୍ରଦାନ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାର ଙ୍କ ଜଙ୍ଗଲ ଓ ପରିବେଶ, ପଂଚାୟତରାଜ ଓ ପାନୀୟ ଜଳ ଓ ସୂଚନା ଓ ଲୋକସଂପର୍କ ମାନ୍ୟବର ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଡେଇ ଉଦବୋଧନ ଦେଇଥିଲେ l

ସମ୍ମାନିତ ଅତିଥି ଭାବେ ବୌଦ୍ଧ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପ୍ରଭାସିନୀ ଦାସ, ବୌଦ୍ଧ ବ୍ଲକ ଅଧକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, ସହକାରୀ ଜିଲ୍ଲାପାଳ ହୃଷିକେଶ ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରଭାସ କୁମାର ବେହେରା ମଞ୍ଚାଷୀନ ଥିବାବେଳେ ମଞ୍ଚ ପରିଚାଳନା କରିଥିଲେ ଡ଼ା ସଂଘମିତ୍ରା ପରିମାଣିକ l ଏହି ଅବସରରେ ଜିଲ୍ଲା ସ୍ତରରେ ଉଲ୍ହେଖ ନିୟ ଅବଦାନ ଯଥା-ସେବା ନିମନ୍ତେ ପ୍ରାଣୀ ଚିକିତ୍ସା ଅଧିକାରୀ ଓ କର୍ମଚାରୀ ସମେତ ଗୋ- ପାଳନ,କୁକୁଡ଼ା ପାଳନ କରୁଥିବା ଶ୍ରେଷ୍ଠ ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା ପ୍ରିୟବ୍ରତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ l

Related Post

ଗୃହ ନିର୍ମାଣ ରେ ଶକ୍ତି ସଂରକ୍ଷଣ ସମ୍ଵନ୍ଧୀୟ ଦୁଇ ଦିନିଆ ତାଲିମ ଶିବିର ଅନୁଷ୍ଠିତ

Posted by - April 13, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଓଡ଼ିଶା ଶକ୍ତି ବିଭାଗ ପକ୍ଷରୁ ୧୨/୪ ଓ ୧୩/୪/୨୦୨୨ ଦୁଇ…

ସିନ୍ଦୁରପଙ୍କ କୁଦୋପାଲି ବ୍ରିଜରେ ମର୍ମତୁନ୍ଦ ସଡ଼କ ଦୁର୍ଘଟଣା,୨ ମୃତ

Posted by - August 8, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସଦରଥାନା ଅନ୍ତର୍ଗତ ସିନ୍ଦୁରପଙ୍କ କୁଦୋପାଲି ବ୍ରିଜ ଉପରେ ଏଘଟିଛି ଏକ ମର୍ମତୁନ୍ଦ ସଡ଼କ ଦୁର୍ଘଟଣା ଏକ ଅଜଣା ଗାଡ଼ି ଧକ୍କାରେ ୨ ଜଣ ବାଇକ ଆରୋହୀଙ୍କ…

ଶ୍ରୀ ଶ୍ରୀ ଗୀରିବାର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଦମ୍ବରୁଗଡ ମହୋତ୍ସବର ପଞ୍ଚମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମ

Posted by - December 8, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା ସଦର ବ୍ଲକ ତାଳସରଡ଼ା ଗ୍ରାମପଞ୍ଚାୟତ ସିଦ୍ଧତପୋ ସେବାବନ ଡ଼ମ୍ଭରୁଗଡ଼ କଙ୍କଲା ଠାରେ ଶ୍ରୀ ଶ୍ରୀ ୧୦୦୮ ଶ୍ରୀ ମହନ୍ତ ଗିରିବାର ଦାଶ…

ପିଲାଙ୍କ କଳିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ

Posted by - July 29, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ବିଂଝାରପୁର ଥାନା ଅନ୍ତର୍ଗତ ଓଳେଇଚନ୍ଦନପୁର ପଞ୍ଚାୟତ କଲରାପାଳ ଗ୍ରାମରେ ପିଲାଙ୍କ କଳିକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗଣ୍ଡଗୋଳରେ ଗୋଟିଏ…