ରାଜସ୍ବ କାର୍ଯ୍ୟାଳୟ ପିଅନ ହତ୍ୟାକାଣ୍ଡ ମାମଲା : ହତ୍ୟାକାରୀ ମା’ ଓ ତିନି ପୁଅ ଙ୍କୁ ଆଜୀବନ କାରାଦଣ୍ଡାଦେଶ

197 0

ଧର୍ମଗଡ଼:୨୯/୪(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ ଅସ୍ଥାୟୀ ପିଅନକୁ ଗତ ୨୦୧୮ ମସିହାରେ ଅଭିଯୁକ୍ତ ମା’ ଓ ତିନି ପୁଅ ମିଶି ଟାଙ୍ଗିଆରେ ହାଣି ନିର୍ମମ ଭାବରେ ହତ୍ଯା କରିଥିଲେ। ଅଭିଯୁକ୍ତ ମାନେ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟଳୟ ନିକଟସ୍ଥ ଏକ ସରକାରୀ ଜମି ଜବରଦଖଲ କରି ସେଠାରେ ଗୃହ ନିର୍ମାଣ ପାଇଁ ନିହ ଖୋଳୁଥିବା ବେଳେ କାର୍ଯ୍ୟରତ ପିଅନ ଛାୟାକାନ୍ତ ଦଣ୍ଡସେନା ବାରଣ କରିବା ନେଇ ବଚସା ହୋଇଥିଲା।

ସେଦିନ ରାଜସ୍ବ ନିରୀକ୍ଷକ ଅନୁପସ୍ଥିତ ଥିବା ଯୋଗୁଁ ସେ ଆସିବାପରେ ଆଲୋଚନା କରି ନିଷ୍ପତ୍ତି ନେବାକୁ ଛାୟାକାନ୍ତ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ମାଆ ଏକ ଟାଙ୍ଗିଆ ଆଣି ସେଥିରେ ପିଅନ ଛାୟାକାନ୍ତ କୁ ଜୀବନରେ ମାରଦେବା ପାଇଁ ତିନି ପୁଅକୁ କହିଥିଲେ । ଦୁଇ ଭାଇ ପିଅନ ଛାୟାକାନ୍ତର ଦୁଇ ହାତକୁ କାବୁ କରିବା ଦ୍ୱାରା ଅନ୍ୟ ଏକ ଭାଇ ରାଧୁ ଦଣ୍ଡସେନା ଟାଙ୍ଗିଆରେ ରକ୍ତାକ୍ତ ଆକ୍ରମଣ କରିଥିଲା। ଗୁରୁତର ଛାୟାକାନ୍ତ କୁ ଭବାନୀପାଟଣା ମୁଖ୍ୟ ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ତୁରନ୍ତ ସ୍ଥାନାନ୍ତର କରାଯାଇଥିଲା।

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏ ନେଇ ଜୁନାଗଡ଼ ପୋଲିସ ଥାନା କେଶ ନମ୍ବର ୧୬୯ ତା ୧୪.୦୬.୨୦୧୮ ରେ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ରାଧୁ ଦଣ୍ଡସେନା, ପିତ୍ତ ଦଣ୍ଡସେନା, ଯଦୁ ଦଣ୍ଡସେନା ଓ ଏମାନଙ୍କ ମାଆ କୁଚିତା ଦଣ୍ଡସେନାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ଜଜ କୋର୍ଟ କେସ ନମ୍ବର ସିଟି ୪୯/ ୨୦୧୮ ମାମଲା ର ଚୂଡାନ୍ତ ଶୁଣାଣି କରି ଭାରତୀୟ ପିଙ୍ଗଳ କୋଡ଼ ଦଫା ୩୦୨ ଓ ୩୪ ରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଆଧାରରେ ଆଜି ମାନ୍ୟବର ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ବନ୍ଦନା କର ଚାରିଜଣ ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡାଦେଶ ସହ ପ୍ରତ୍ୟେକ ଦୋଷୀ କୁ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡାଦେଶ ଓ ଅନାଦେୟ ସ୍ଥଳେ ଅତିରିକ୍ତ ୧ ବର୍ଷ ସଶ୍ରମ କାରାଦଣ୍ଡ ପାଇଁ ରାୟ ପ୍ରଦାନ କରିଛନ୍ତି । ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ମାମଲା ପରିଚାଳନା କରିଥିଲେ।

Related Post

ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇ ମୃତ.

Posted by - April 10, 2020 1,312
ଅନୁଗୋଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ସାନକେରଜାଙ୍ଗ ଗାଁରେ ହତ୍ୟାକାଣ୍ଡ । ପାରିବାରିକ କଳହରୁ ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣା ପଡିଛି…

ସାବଧାନ ମୋବାଇଲ୍‌ ଫୋନ୍‌ରେ ଆପଣାଛାଏଁ ଏକ ଆପ୍‌ ଇନ୍‌ଷ୍ଟଲ୍‌ ହୋଇ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରୁ ୬୦ ହଜାର ଟଙ୍କା ହଡପ

Posted by - February 8, 2019 0
ଜଣେ ୫୨ ବର୍ଷିୟ ବ୍ୟବସାୟୀ ମୋବାଇଲ୍‌ ଫୋନ୍‌କୁ ଆୟକର ବିଭାଗର ଜଣେ ଅଧିକାରୀ ବୋଲି ଛଳନା କରି କୌଣସି ଠକ ପଠାଇଥିବା ଗୋଟିଏ ଲିଙ୍କ୍‌କୁ ସେ କ୍ଲିକ୍‌…

ସୋମନାଥପଲ୍ଲୀ ମୋଟରସାଇକେଲ୍ ପୋଡ଼ି ଘଟଣାରେ ଭୁବନେଶ୍ୱରରୁ ତିନି ଗିରଫ

Posted by - January 16, 2022 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଗତ ବୁଧବାର ସନ୍ଧ୍ୟାରେ ବେଲଗୁଣ୍ଠା ବ୍ଳକ୍ କଣ୍ଟେଇପଲ୍ଲୀ ନିକଟସ୍ଥ ସୋମନାଥପଲ୍ଲୀ ଛକରେ ଏକ ଗ୍ଲାମର ମୋଟରସାଇକେଲ୍ ପୋଡ଼ି ଘଟଣାରେ ଗାଙ୍ଗପୁର ପୋଲିସ୍ ଭୁବନେଶ୍ୱରରୁ ତିନି…

ବାରଙ୍ଗରେ ଫଳ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ,ପୋଲିସର ତଦନ୍ତ ଆରମ୍ଭ

Posted by - September 11, 2021 0
ବାରଙ୍ଗ:(ସନ୍ତୋଷ ରାଉତ )କିଛି ଦିନ ବ୍ୟବଧାନ ପରେ ବାରଙ୍ଗ ରେ ଦୁର୍ବୁର୍ତ୍ତ ଙ୍କ ଉତ୍ପାତ ଦେଖିବାକୁ ମିଳିଛି।ଆଜି ରାତିରେ ଦୋକାନ ବନ୍ଦକରି ଘରକୁ ଫେରୁଥିବା ଜଣେ ହୋଲସେଲ…

ଶ୍ରମିକଙ୍କୁ କାମ କରାଇ ମଜୁରୀ ଖାଇଲେ ଠିକାଦାର, ଥାନାରେ ଅଭିଯୋଗ।

Posted by - January 22, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ଜନୈକ ଠିକାଦାର ନୀଳଗିରି, ସିଆଡିମାଳ ଅଞ୍ଚଳର କିଛି ଶ୍ରମିକଙ୍କୁ, ସିମୁଳିଆ ମାର୍କୋଣା ଅଞ୍ଚଳରେ ବିଦ୍ୟୁତ କାମରେ ଲଗାଇ ଥିଲେ। ପାରିଶ୍ରମିକ ନଦେବା ଯୋଗୁଁ ଶ୍ରମିକଙ୍କ ମଧ୍ୟରେ…