ଗ୍ରାମବାସୀ ଙ୍କ ପାଇଁ ନାଳ ସାଜିଛି କାଳ 

48 0

ବୌଦ୍ଧ :୨୭ /୦୪ (ଚିତ୍ତ ରଞ୍ଜନ ସିଂ )ସରକାର ଲୋକଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଥିବାବେଳେ ବାସ୍ତବ ରେ ଏହାର ସଫଳ ରୂପାୟନ ହୋଇପାରୁନାହିଁ। ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ ଝାରକଟା ଗ୍ରାମ ବିଶି ସାହି ରେ ପ୍ରାୟ 20 ପରିବାର ବସବାସ କରୁଛନ୍ତି। ସେହି ସାହିକୁ ଯିବାକୁ ହେଲେ ଏକ ନାଳ ଦେଇ ଯିବାକୁ ପଡୁଛି। କିନ୍ତୁ ବର୍ଷା ଦିନ ହେଲେ ଅଙ୍ଗନୱାଡ଼ି ଛୁଆ ଏବଂ ସ୍କୁଲ ପିଲା ସ୍କୁଲ ଯିବାକୁ ଅସମର୍ଥ ହେଉଛନ୍ତି କୌଣସି ସ୍ୱାସ୍ଥ୍ୟଜନିତ ସମସ୍ୟା ହେଲେ ମଧ୍ଯ ବର୍ଷା ଦିନେ ଆମ୍ବୁଲାନ୍ସ ଯାଇପାରୁନାହିଁ ।

ସବୁଠାରୁ ବଡ଼ କଥା ହେଲା ସେହି ସାହିରେ ଜଣେ ସ୍କୁଲ ଶିକ୍ଷକ ମଧ୍ଯ ରହୁଛନ୍ତି ଯିଏ କି ଏକ ଭିନ୍ନକ୍ଷମ ବ୍ୟକ୍ତି। ଯାହାଙ୍କୁ ତାଙ୍କ ସ୍କୁଲ ଯିବାକୁ ହେଲେ ନାଳ ସାଜୁଛି କାଳ। ଏହାକୁ ନେଇ ସାହି ବାସିନ୍ଦା ବାରମ୍ବାର ପ୍ରଶାସନ ପାଖରେ ଅଭିଯୋଗ  ଏବଂ ବାରମ୍ବାର ଖବର ପରିବେଷଣ କରିବାପରେ ହରଭଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ୨୦-୨୧ ଆର୍ଥିକ ବର୍ଷ ପାଇଁ ପୋଲା ନିର୍ମାଣ ନିମନ୍ତେ ରାଜ୍ୟ ଅର୍ଥ କମିଶନ ଅର୍ଥ ରୁ  5 ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଛି।

କିନ୍ତୁ ଦୁର୍ଭାଗ୍ୟର ବିଷୟ  ୨୦୨୧  ମସିହାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ କରୁନଥିବା ବେଳେ କେବଳ ପ୍ରତି ବର୍ଷ ଏକ ଟ୍ରିପ ବାଲି ସେହି ସ୍ଥାନ ରେ ପକାଇ ଦୁଇ ବର୍ଷ ହେବ ଠିକାଦାର ଲୋକଙ୍କୁ ପୋଲା ନିର୍ମାଣର ସ୍ଵପ୍ନ ଦେଖାଉଥିବା ସାହି ବାସିନ୍ଦା ଦୁଃଖ ପ୍ରକାଶ କରିଛନ୍ତି। ପୋଲ ମଞ୍ଜୁର ହେବାର ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ଯେଉଁ ଦସା କୁ ସେ ଦସା ଭୋଗୁଥିବା ସାହି ବାସିନ୍ଦା ପୁନର୍ବାର ଆଜି ଜିଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ତେବେ ଏହାର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେବା ସହିତ ତୁରନ୍ତ ଏହି ସାହି କୁ ଯାତାୟତ ସୁବିଧା ଯୋଗାଇଦେବା କୁ ଲୋକେ ଅନୁରୋଧ କରିଛନ୍ତି।

Related Post

ପ୍ରାର୍ଥୀ ପାତ୍ର ଦାଖଲ ପରେ ଯାଜପୁର ରେ ବବି ଙ୍କ ପାୱାର ଶୋ

Posted by - April 17, 2019 45
ଯାଜପୁର :ନାମାଙ୍କନ ପତ୍ର ଦାଖଲ ପରେ ପ୍ରଚାର ମଇଦାନକୁ ବାହାରିଲେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ । ପ୍ରଣବ ଯାଜପୁର ବ୍ଲକ ଖଇରାବାଦ ପଂଚାୟତରୁ ଆରମ୍ଭ…

ପଶ୍ଚିମାଝଡରେ ରିକଡୁଲ ଠାରେ ଥିବା ପ୍ରତିମା ଏଗ୍ରୋର ଶହଶହ ବସ୍ତା କପା ମଞ୍ଜି ନଷ୍ଟ

Posted by - March 29, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)କିଛି ଦିନ ହେବ ସାରା ରାଜ୍ୟରେ ପଶ୍ଚିମାଝଡ ଦେଖିବାକୁ ମିଳିଛି। ପାଣିପାଗ ବିଭାଗର ପୂର୍ବାନୁମାନ ସଂପୂର୍ଣ୍ଣ ଭାବେ ସତ ହୋଇଛି। ଚଳିତ ମାସର ୨୦…

ବଢିଲା ବିଜେପି ରେ କନ୍ଦଳ ଅନ୍ୟ ଦଳରୁ ଆସିଥିବା ନେତାଙ୍କୁ ଟିକେଟ ପ୍ରଦାନକୁ ପ୍ରତିବାଦରେ ରାଜ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Posted by - March 22, 2019 0
ଭୁବନେଶ୍ବର: ଦଳର ବର୍ଷ ବର୍ଷର ପୁରୁଣା ଯୁବନେତାଙ୍କୁ ଅଣଦେଖା କରି, ଅନ୍ୟ ଦଳରୁ ନିକଟରେ ପଦ୍ମ ପୋଖରୀକୁ ଡେଇଁଥିବା ବ୍ୟକ୍ତିଙ୍କୁ କାହିଁକି ଟିକେଟ ଦିଆଯାଉଛି ବୋଲି ଭୁବନେଶ୍ବର-ଏକାମ୍ର…

କୋରନା କଟକଣା ମଧ୍ୟ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ।

Posted by - August 15, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ)ସାରା ଭାରତ ବର୍ଷ ରେ ୭୫ ତମ ସ୍ବାଧିନତା ଦିବସ ପାଳିତ ହୋଇ ଯାଇଛି। ନୀଳଗିରି ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ମହାମାରୀ କରୋନ…

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଅଗ୍ରସେନ ଭବନ ଠାରେ ପ୍ରେସ ଦିବସ ପାଳିତ

Posted by - November 18, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ଗତ କାଳୀ ଜାତୀୟ ପ୍ରେସ ଦିବସ ମହା ଆଡ଼ମ୍ବରରେ ପାଳନ କରାଯାଇଛି।ଏଥିରେ ମହାସଂଘ ସଭାପତି ସୁଶାନ୍ତ ମହାପାତ୍ର…