Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଲୁଣିବାହାଲ ପଂଚାୟତ ରେ ବନିକରଣ ଦୁର୍ନୀତି ଚେର ଲମ୍ବା ଗ୍ରାମବାସୀ ଙ୍କ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ

104 0

ବୌଦ୍ଧ:୨୫/୦୪ (ଚିତ୍ତ ରଞ୍ଜନ ସିଂ ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରେ ମନରେଗା ଓ ଆବାସ ଦୁର୍ନୀତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ହରଭଙ୍ଗା ବ୍ଲକ୍ ର ଲୁଣିବାହାଲ ଗ୍ରାମ ପଞ୍ଚାୟତ ରେ ୨୦୨୦-୨୧  ଆର୍ଥିକ ବର୍ଷରେ ମନରେଗା ଯୋଜନାରେ ବନୀକରଣ ନାମ ରେ ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ଏବଂ ଆବାସ ଯୋଜନା ରେ ମଧ୍ୟ ଘର ନିର୍ମାଣ ନ ହୋଇ ଟଙ୍କା ହଡ଼ପ ହୋଇଥିବା ପଞ୍ଚାୟତ ବାସି ପୂର୍ବତନ ସରପଞ୍ଚ ବିଷ୍ଣୁ ଚରଣ ଜାନି ଙ୍କ ନାମରେ ସୋମବାର ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ହୋଇଥିବା ଜିଲାପାଳଙ୍କ ଅଭିଯୋଗ ଶିବିର ରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁସାରେ ୨୦-୨୧ ଆର୍ଥିକ ବର୍ଷରେ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ଠାରୁ ଭୂତେସ୍ଵର ମନ୍ଦିର, ଜାତୀୟ ରାଜପଥ ଠାରୁ ମଧୁସୂଦନପୂର ରାସ୍ତା, କଣ୍ଟିଆପଦର ଠାରୁ ତାଲପଦର ରାସ୍ତା, ଆଦି ରାସ୍ତା ରେ ରାସ୍ତା ପାର୍ଶ୍ୱ ବନୀକରଣ ଏବଂ ବଡ଼ବନ୍ଧ କନ୍ଯାଶ୍ରମ ଖେଳ ପଡିଆ ଚତୁପାର୍ଶ୍ୱର ଓ ବାରବାଣୀ ବିଦ୍ୟାଳୟ ଚତୁପାର୍ଶ୍ୱରେ ମନରେଗା ଯୋଜନାରେ ବନୀକରଣ ହୋଇଥିବା ଦର୍ଶାଇ ଲକ୍ଷ ଲକ୍ଷ ଟଙ୍କା ବିଲ୍ସ ହୋଇଥିବା ସରକାରୀ ତଥ୍ୟ ରୁ ଜଣାଯାଇଛି। କିନ୍ତୁ ବାସ୍ତବରେ କୌଣସି ବନୀକରଣ ହୋଇନଥିବା ଲୁଣିବାହାଲ ପଞ୍ଚାୟତ ର ସନ୍ତୋଷ ପ୍ରଧାନ, ଅନିଲ ଭୋକ୍ତା, ଶ୍ରୀକାନ୍ତ ପ୍ରଧାନ ପ୍ରମୂଖ ଅଭିଯୋଗ କରିଛନ୍ତି।

ସେହିପରି ଲୁଣିବାହାଲ ପଞ୍ଚାୟତ ର ସୁକପାଳି ଗ୍ରାମର ସ୍ନେହଲତା ଷଡଙ୍ଗୀ୧୯-୨୦ ଆର୍ଥିକ ବର୍ଷ ରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଏକଲକ୍ଷ କୋଡ଼ିଏ ହଜାର ଟଙ୍କା, ସୁକପାଳି ଗ୍ରାମର ବିଜୟ ଷଡଙ୍ଗୀ ଙ୍କ ନାମରେ୧,୨୦,୦୦୦  ଏବଂ ଯୁବରାଜପୂର ଗ୍ରାମର ଭୂମିସୁତା ପ୍ରଧାନ ଙ୍କ ନାମରେ୯୦,୦୦୦ ଟଙ୍କା ଉଠିଥିବା ନେଇ ସରକାରୀ ତଥ୍ୟ ରେ ଦର୍ଶାଯାଇଛି କିନ୍ତୁ ଏହି ହିତାଧିକାରୀ ଙ୍କ ପ୍ରଧାନ ମନ୍ତ୍ରୀ ଆବାସ ଘର ନିର୍ମାଣ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଗ୍ରାମବାସୀଙ୍କ ଅଭିଯୋଗ କୁ ଗ୍ରହଣ କରି ପ୍ରଧାନମନ୍ତ୍ରୀ ଆବାସ ର ଅଭିଯୋଗ କୁ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ବନୀକରଣ ରେ ହୋଇଥିବା ଦୁର୍ନୀତି ଅଭିଯୋଗ କୁ ଜିଲା ବନ୍ୟ ଅଧିକାରୀଙ୍କୁ ତଦନ୍ତ ପାଇଁ ପ୍ରେରଣ କରିଛନ୍ତି। ତେବେ ଏହାର ସଠିକ୍ ଭାବେ ତଦନ୍ତ କରାଗଲେ ସବୁ ଦୁର୍ନୀତି ସାମ୍ନା କୁ ଆସିବା ସହିତ ଦୋଷୀ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପଞ୍ଚାୟତ ବାସୀ ଆସା ବାନ୍ଧିଛନ୍ତି।

Related Post

କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ର ରେଞ୍ଜର ଭିଜିଲାନ୍ସ ଦ୍ଵାରା ଗିରଫ

Posted by - December 24, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଉତ୍ତର ବନଖଣ୍ଡ ପୂର୍ବତନ ରେଞ୍ଜର ତଥା ବର୍ତମାନ ଭ୍ରାମ୍ୟମାଣ ରେଞ୍ଜର ଦାୟିତ୍ଵ ରେ ଥିବା ନୃତ୍ୟରାଜ ମାଝୀ…

ଡ଼୍ରାଇଭରର ଆଖି ପଡିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ଟାଟା ମାକ୍ସିମା; ଡ଼୍ରାଇଭର ଆହତ

Posted by - December 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ଆଜି ଭୋର୍ ସମୟରେ ଚାଳକର ଆଖି ଲାଖି ଯିବାରୁ ଗୋବରା ନିକଟରେ ଏକ ଟାଟା ମାକ୍ସିମା ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଡ଼୍ରାଇଭର…

କଳାହାଣ୍ଡି ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ବିଶ୍ୱବିଦ୍ୟାଳୟ ସ୍ତରୀୟ ଯୁବ ନେତୃତ୍ୱ ବିକାଶ ତାଲିମ ଶିବୀର ଉଦ୍‍ଯାପିତ

Posted by - February 7, 2023 0
ଭବାନୀପଟଣା:(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ସ୍ଥାନୀୟ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଓ ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପ୍ରୟୋଜିତ ତ୍ରୀ-ଦିବସୀୟ ଯୁବ ନେତୃତ୍ୱ ବିକାଶ…

ଚୁଲାରୁ ନିଆଁ ଉପରକୁ ଉଠି ଜଳିଗଲା ଟ୍ରକ

Posted by - January 12, 2020 0
ମୟୁରଭଞ୍ଜ:12/01( ସୀତାରାମ ଦୀକ୍ଷିତ) ଜଳିଗଲା ଟ୍ରକ।ମୟୂ୍ରଭଂଜ ଜିଲ୍ଲାର ରାଇରଙ୍ଗପୁର ଆଦର୍ଶ ଥାନା ଅନ୍ତର୍ଗତ  ଜାତୀୟ ରାଜପଥ ୨୨୦ ନମ୍ଵର ପୁରୁଣପାଣି ଗାଁ ପାଖ ରାସ୍ତାକଡ ଢାବାନିକଟର ଘଟଣା।…

ଭବାନୀପାଟଣା ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର

Posted by - February 7, 2023 0
ଭବାନୀପାଟଣା:୬/୨(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ଙ୍କ ଯୁଗ୍ମ…