ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସ ତଦନ୍ତ ଜାରି

262 0

ହରିଚନ୍ଦନପୁର:ତା ୦୭ ଡିସେମ୍ବର କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ହରିଚନ୍ଦନପୁର ବାଇପାସ୍ ଛକ ହୋଣ୍ଡା ସୋରୁମ ନିକଟସ୍ଥ ରାସ୍ତା କଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଖବର ଅନୁଯାୟୀ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଯୁବକ ଜଣକ ବଡପଳାଶପାଳ ଗ୍ରାମ ଚଡକମରା ସାହିର ଗକୁଳ ଦେହୁରୀଙ୍କ ପୁଅ ସୁରେଶନ ଦେହୁରୀ(୩୭) ବୋଲି ଜଣାପଡିଛି ।

ଘଟଣାର ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ ବିଜୟ ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ମୃତକଙ୍କ ପକେଟରୁ ୩୧୦ଟଙ୍କା ଓ ଏକ ସାଇକେଲ ଚାବିକାଠି ସହ ଏକ ପଲିଥିନରେ ଜଳଖିଆ (ମାଲପୁଆ) ମିଳିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଶୁକ୍ରବାର ସାପ୍ତାହିକ ହାଟରେ ମଦ୍ୟପାନ କରି ଟଳମଳ ଅବସ୍ଥାରେ ହାଟ ଓ ବାଇପାସ୍ ଛକରେ ଘୁରି ବୁଲୁଥିବାର ଦେଖିବାକୁ ମିଳିଥିଲା ।

Facebook Notice for EU! You need to login to view and post FB Comments!

Related Post

କୁଶଙ୍ଗ ଅଂଚଳର ଅପହୃତ ନାବାଳିକା ପୁରୀ ଜିଲ୍ଲାରୁ ଉଦ୍ଧାର

Posted by - July 20, 2021 0
ବୌଦ୍ଧ(ଚିତ୍ତରଞ୍ଜନ ସିଁ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ କୁଶଙ୍ଗ ଗ୍ରାମ ପଞ୍ଚାୟତର ଏକ ଗ୍ରାମରୁ ଅପହରଣ ହୋଇଥିବା ଜଣେ ନାବାଳିକାକୁ ହରଭଙ୍ଗା ପୋଲିସ ପୁରୀ ଜିଲ୍ଲା ଗୋପ ଅଂଚଳରୁ…

ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତାରେ ମୃତଦେହ ପିଙ୍ଗି ଫେରାର ଦୁର୍ବୁର୍ତ୍ତ।

Posted by - October 9, 2019 0
ମୟୁରଭଞ:09/10/2019 ଗାଁ ରାସ୍ତା ଉପରେ ପଡିଥିବା ଅବସ୍ଥାରେ ଉଦ୍ଧାର ହୋଇଛି ଯୁବକର ମୃତଦେହ।ଯୁବକକୁ ହତ୍ୟା ପରେ ଗାଁ ମୁଣ୍ଡ ରାସ୍ତା ଉପରେ ପିଙ୍ଗି ଦେଇ  ଦୁର୍ବୁର୍ତ୍ତମାନେ ଫେରାର…

ବନ୍ଧାହେଲେ ନକଲି ସାମ୍ବାଦିକ !

Posted by - August 29, 2021 0
ଉତ୍ତରଭୁବନେଶ୍ୱର:(ସନ୍ତୋଷ ରାଉତ)ସାମ୍ବାଦିକ ନାଁରେ କଳଙ୍କ ସାଜିଲା ଲାଇଭ କଳିଙ୍ଗ ୱେବ ଚ୍ୟାନେଲ।ସୂଚନା ମୁତାବକ ଚ୍ୟାନେଲର ସମ୍ପାଦକ ରଘୁନାଥ ସାହୁ ଓ ସାମ୍ବାଦିକ ପ୍ରିୟମ୍ବଦା ନାୟକ ଓ ତାଙ୍କର…

ଆଇପିଏଲ୍ ବେଟିଙ୍ଗ୍ ଚାଲିଥିବା ବେଳେ ଧରିଲା ପୋଲିସ

Posted by - May 17, 2022 0
ଭୁବନେଶ୍ୱର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ବର୍ତମାନ ଆଇପିଏଲ୍ ସଟ୍ଟା ଖେଳର ଏକ ହବ୍ ରେ ପରିଣତ ହେବାରେ ଲାଗିଛି…

ଛାତ୍ରୀ ଙ୍କୁ ଅସଦାଚରଣ କରି ଫାର୍ମାସିଷ୍ଟ ଗିରଫ

Posted by - October 13, 2019 0
ବାରିପଦା:( ସିତାରାମ ଦୀକ୍ଷିତ) ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲଥ୍‍ କେୟାର ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କୁ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ…

Leave a comment

Your email address will not be published.