Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳନ

60 0

ସୁବର୍ଣ୍ଣପୁର’:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଜିଲ୍ଲା ତାଲିମ କେନ୍ଦ୍ର ଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ମ୍ୟାଲେରିଆ ଦିବସ ପାଳିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵ ରଂଜନ ପତି ‘ସମ୍ବଳ, ଶ୍ରମ ଓ ଅଭିନବ ପନ୍ଥା ଦ୍ଵାରା ବିଶ୍ଵକୁ ମ୍ୟାଲେରିଆ ମୁକ୍ତ କରିବାର ସମୟ ଉପନୀତ’ ବୋଲି ଉଲ୍ଲେଖ କରିଥିଲେ।

ଜିଲ୍ଲା ଭିବିଡି କନସଲଟାଣ୍ଟ ଚନ୍ଦ୍ରଶେଖର ମିଶ୍ର ସାମ୍ପ୍ରତିକ ସମୟରେ ଜିଲ୍ଲାର ମ୍ୟାଲେରିଆ ଜନିତ ସ୍ଥିତି ଉପରେ ତଥ୍ୟ ଉପସ୍ଥାପନ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଭିବିଡି) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ଏବଂ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରା ମ୍ୟାଲେରିଆର କାରଣ ଏବଂ ନିରାକରଣ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ୨୦୨୭ ସୁଦ୍ଧା ଓଡିଶାକୁ ମ୍ୟାଲେରିଆ ମୁକ୍ତ କରିବା ପାଇଁ ସମସ୍ତେ ନିଷ୍ଠାର ସହ କାମ କରିବାକୁ ଆହ୍ଵାନ ଦେଇଥିଲେ। ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ପ୍ରତିନିଧି ଡାକ୍ତର ନିତେଶ ଦାଶ ମ୍ୟାଲେରିଆ ସହ ଫ୍ୟାଲେରିଆ ନିରାକରଣ ଦିଗରେ ମଧ୍ୟ ଆମକୁ ତତ୍ପରତା ଦେଖାଇବାକୁ ହେବ ବୋଲି କହିଥିଲେ।

ଏହି ଅବସରରେ ବିଶ୍ଵ ମ୍ୟାଲେରିଆ ଦିବସ ପାଇଁ ପ୍ରସ୍ତୁତ ପୋଷ୍ଟରକୁ ଅତିଥିମାନେ ଅନାବରଣ କରିଥିଲେ। ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଡିପିଏମ ଏନଏଚଏମ ବିଶ୍ଵମ୍ଵର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଜିଲ୍ଲାସ୍ତରୀୟ ପାଳନୋତ୍ସବରେ ମହିଲା ସ୍ଵାସ୍ଥ୍ୟକର୍ମୀ ତାଲିମ କେନ୍ଦ୍ରର ଛାତ୍ରୀଙ୍କ ସମେତ ଏନଏଚଏମ କାର୍ଯ୍ୟକ୍ରମ ପରିଚାଳକମାନେ ଏବଂ ସ୍ଵାସ୍ଥ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

 

Related Post

ଓଡିଶାରେ ଏବେ ‘ଅଛେ ଦିନ୍’ ଅନୁଭବ କରୁଛନ୍ତି ଲୋକ :-ଅମିତ ଶାହା

Posted by - August 8, 2022 0
ଭୁବନେଶ୍ବର :(ସଞ୍ଜୟ ମହାନ୍ତି )ଜାତୀୟ ସ୍ତରରେ ଓଡିଶାର ସର୍ବାଧିକ ପ୍ରତିନିଧୀ ଅଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା…

କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ପୁରିଲା ୧୪ ବର୍ଷ।

Posted by - January 2, 2020 875
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ଯାଜପୁର କଳିଙ୍ଗନଗର ଗୁଳିକାଣ୍ଡ ଘଟଣାକୁ ଆଜି ପୁରିଛି ୧୪ ବର୍ଷ। ଏହି ଅବସରରେ ଆଜି ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କଳିଙ୍ଗନଗର ରେ…

ରାଜ୍ୟ ରେ କୋରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ପହଞ୍ଚିଲା ୨୪୫ ରେ ,(ଅପଡେଟ ମଇ ୮ ସକାଳ ୮.୦୭)

Posted by - May 8, 2020 0
ଭୁବନେଶ୍ବର :ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୪୫କୁ ବୃଦ୍ଧି ପାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮୧ ଜଣ ଚିକିତ୍ସାଧୀନ ଥିବାବେଳେ ୬୨ ଜଣ ସୁସ୍ଥ ହୋଇଛନ୍ତି। ତେବେ ୨ଜଣଙ୍କ…

ଟିଟିଲାଗଡ଼ ବ୍ଲକ ଅଞ୍ଚଳର ବିଭିନ୍ନ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ଟୁକୁନି ସାହୁ

Posted by - April 6, 2023 0
ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ବୁଧୁବାର ଦିନ ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ କେତୋଟି ପଞ୍ଚାୟତର ଜଳ ସମସ୍ୟାର ସମାଧାନ ନିମନ୍ତେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର…

ସରକାର ଅଣଦେଖା କଲେକି ଅଙ୍ଗନବାଡ଼ିଙ୍କୁ ? ଶିଶୁ ଖାଦ୍ୟ ବାଣ୍ଟିବେ ଜନପ୍ରତିନିଧି ଓ ସ୍ୱୟଂ ସହାୟକା ଗୋଷ୍ଟି

Posted by - December 1, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାଜ୍ୟବ୍ୟାପୀ କାର୍ଯ୍ୟବନ୍ଦ ଆନ୍ଦୋଳନ ରେ ଦଶ ଦଫା ଦବୀପୁରଣ ନେଇଁ ସମଗ୍ର ରାଜ୍ୟରେ ଓଡିଶା ଅଙ୍ଗନ ବାଡ଼ି କର୍ମୀ ଆଜକୁ ପାଖା ପାଖି ଦୁଇ…