ବିନା ଓରେରା ଅନୁମତିରେ ବିକ୍ରି ହେଉଛି ଜମି – ସରକାରଙ୍କ ରାଜସ୍ବ ହାନି।

26 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଲୋକ ସଂଖ୍ୟା ବଢ଼ିବା ସାଙ୍ଗକୁ ଘର ନିର୍ମାଣ ସଂଖ୍ୟା ବି ବଢ଼ି ଚାଲିଛି। ଜମି ଖଣ୍ଡିଏ ନିଜ ଦର ଅନୁଯାୟୀ ଖୋଜି ପାଇବା ଭାରି କଷ୍ଟକର ବ୍ୟାପାର ହୋଇଗଲାଣି। ଜମି ବିକ୍ରି ବ୍ୟବସାୟ ଏବେ ପ୍ରାୟତ ସବୁ ଆଡ଼େ ମାଡ଼ି ଚାଲିଛି। ଜମି ମାଲିକ ମଧ୍ୟ ବିଭିନ୍ନ ମଧ୍ୟସ୍ଥି ଯାହାକି (ଜମି ଦଲାଲ) ଙ୍କ ଜରିଆରେ ଜମି ବିକ୍ରି କରୁଛନ୍ତି।

ଜମି ମାଲିକଙ୍କୁ ଗୋଟିଏ ଦରରେ ଆଗ ମୂଲଚାଲ କରି ଅଗ୍ରୀମ କିଛି ଟଙ୍କା ଦେଇ ଏହି ମଧ୍ୟସ୍ଥି ମାନେ ଗ୍ରାହକ ଖୋଜି ଜମି ବିକ୍ରି କରୁଛନ୍ତି, ଯାହାକି ସରକାରି ଜମିର ମୂଲ୍ୟ ଯଦି ପ୍ରତି ଡିସିମିଲକୁ ତିରିଶ ହଜାର ଟଙ୍କା ଥିବ ତାହା ଏବେ ଡିସିମିଲ ପ୍ରତି ତିନି ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାରେ ବିକ୍ରି କରାଯାଉଅଛି । ଜମି ବିକ୍ରୀ କଲାପରେ ରାସ୍ତା ପାଈଁ କିଣିଥିବା ଲୋକ ହଇରାଣ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି, ଜମି ଦଲାଲ ରାସ୍ତାର ଚଉଡ଼ା ଯେତେ ଚଉଡ଼ା କହିକି ବିକ୍ରି କରୁଛନ୍ତି ଘର ତିଆରି କଲା ପରେ ସେତିକି ରହୁନାହିଁ, ବିକ୍ରୀ କରି ସାରିବା ପରେ ମଧ୍ୟସ୍ଥି ମାନେ ମଧ୍ୟ ଧରା ଦିଅନ୍ତନି ।

ଟିଟିଲାଗଡ ସହର ତଥା ସହରକୁ ଲାଗି ରହିଥିବା ଆଖ ପାଖ ଅଞ୍ଚଳରେ ଏବେ ଏହିଭଳି ଜମି ବିକ୍ରି କାରବାର ଜୋରସୋରରେ ଚାଲିଥିବା ଅଭିଯୋଗ ହେଉଛି। ସରକାରଙ୍କ ଜମି ବିକ୍ରି ପାଈଁ ଥିବା ରେରା ନିୟମର ଖୋଲାଖୋଲି ଉଲଙ୍ଘନ କରୁଛନ୍ତି ଏହି ଜମି ବ୍ୟପ।ରି ମାନେ, ଜଦ୍ୱାରା ରାଜ୍ୟ ସରକାରଙ୍କ ବହୁତ ଟଙ୍କାର ରାଜସ୍ବ ହାନି ହେଉଥିବା ବୁଦ୍ଧିଜୀବୀ ମାନେ ସହରରେ ଚର୍ଚ୍ଚା କରୁଛନ୍ତି। ଏହାଦ୍ୱାରା ଜମି ମାଲିକ ଯେତେ ଟଙ୍କା ଲାଭ ପାଆନ୍ତି ନାହିଁ ତାଙ୍କଠୁ ବେଶି ଦର ମଧ୍ୟସ୍ଥି କମାଉଛନ୍ତି। ଜମି ବିକ୍ରୀ କଲାପରେ ପଛରେ ଯେତେବେଳେ ଜାଣୁଛନ୍ତି ମାଲିକଙ୍କ ହୋସ ଉଡ଼ିଯାଉଛି।

ଏଠାରେ ପ୍ରଶ୍ନ ଉଠେ ଯେ ସରକାରଙ୍କ ଓରେରା ଲାଗୁ ହେଉନି କିପରି ? ଯେତେବେଳେ ଜମିକୁ ପ୍ଲଟ ଭାବେ ବିକ୍ରି କରିବାକୁ ଚିହ୍ନ ଦିଆଯାଉଛି ବିଭାଗୀୟ ଅଧିକାରୀ ଏହି ବ୍ୟବସାୟ ବିଷୟରେ ଖବର ପାଉ ନାହାଁନ୍ତି କିପରି ? ଶୁଣିବାକୁ ମିଳୁଛି ଯେ ଏକା ସାଙ୍ଗରେ ସବୁ ଜମିକୁ ପଞ୍ଜୀକରଣ ନ କରି କିଛି କିଛି ଦିନ ବ୍ୟବଧାନରେ ଜମି ବିକ୍ରି ଏବଂ ପଞ୍ଜୀକରଣ କରୁଛନ୍ତି ଏହି ବ୍ୟବସାୟୀ ମାନେ। ଏହାଦ୍ବାରା ସରକାରଙ୍କ ନିକଟକୁ ଯିବା ରାଜସ୍ଵ ଏହି ମଧ୍ୟସ୍ଥିଙ୍କ ପକେଟକୁ ଯାଉଛି। ଓରେରା ଆଇନ ଅନୁଯାୟୀ ପଞ୍ଜୀକରଣ ନ କରି ପ୍ଲଟ ବ୍ୟବସାୟ ହେଉଛି କିପରି ? ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେବା ସହ ଏହି ଭଳି ଜମି ବିକ୍ରି ର ତଦନ୍ତ କରିବାକୁ ସାଧାରଣରେ ଦାବି ହେଉଛି। ଜମି ଦର ଏତେ ବୃଦ୍ଧି ହୋଇଗଲାଣି ଯେ ଲୋକ ଜମି କିଣିବାକୁ ସାତ ସପନ ଦେଖିବାକୁ ପଡ଼ିବ ବୋଲି କହୁଛନ୍ତି।

ଏହି ମଧ୍ୟସ୍ଥି ମାନଙ୍କ ପାଇଁ ଜମି ଦର ଆକାଶ ଛୁଆଁ ହୋଇଗଲାଣି। ଟିଟିଲାଗଡ ସହର ତଥା ପୌରପରିଷଦ ଅଞ୍ଚଳରେ ଅତି କମରେ ଡିସିମିଲ ପ୍ରତି ତିନି ଲକ୍ଷରୁ କମ ନାହିଁ ତାହା ବି ଟିକେ ଭିତରକୁ ଥିଲେ ମିଳିବ, ରାସ୍ତା କଡ଼ରେ ଖୋଜିଲେ ସିଧା ପାଞ୍ଚ ଲକ୍ଷ ଉପରକୁ କଥାବାର୍ତ୍ତା। ଗରିବ ଲୋକଙ୍କ ପାଇଁ ତ ଜମି ଖଣ୍ଡିଏ କିଣିବା ବି ସ୍ବପ୍ନ ହୋଇଗଲାଣି, ମଧ୍ୟବିତ୍ତ ପରିବାରର ଜମି ଦର ଶୁଣି ଅଣ୍ଟା ହାଡ ଭାଙ୍ଗି ଯାଉଛି, ଯୋଡ ତୋଡ କରି ଜମି ଯଦି କିଣି ପକାଇଲେ ଘର ତିଆରି କରିବା ଅସମ୍ଭବ ବୋଲି କହି ବସିଲେଣି। ଏଣୁ ସରକାରଙ୍କ ଦର ଅନୁଯାୟୀ ଜମି ତ ମିଳୁନି କିନ୍ତୁ ଯେଉଁ ମାନଙ୍କ ପାଇଁ ଜମି ଦର ବଢୁଛି ତାଙ୍କ ଉପରେ ଅଙ୍କୁଶ କିପରି ଅଙ୍କୁଶ ଲଗାଯିବ ସେ ଦିଗରେ ସରକାରଙ୍କୁ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ରେରା ଅନ୍ତର୍ଗତ ଜମି କିଣିଲେ ଲୋକ ସବୁ ସୁବିଧା ପାଇପାରିବେ ଯାହାକି ଏଠାରେ ଦେଖିବାକୁ ମିଳୁନି। ଏ ଦିଗରେ ଯଥା ଶୀଘ୍ର ସରକାର ତଦନ୍ତ କରିବାକୁ ଦାବି ହେଉଛି।

Related Post

ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ଝିଅ

Posted by - December 2, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ସର୍ବଭାରତୀୟ ଆୟୋଜିତ କମ୍ପୁଟର ବିଜ୍ଞାନ ମେଳାରେ ୨୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଓଡିଶା ପାଇଁ ଗର୍ବ ଆଣିଲେ ଯାଜପୁର ର ଝିଅ…

ଡ୍ରାଇବୋରଙ୍କ ପାଖେ ମଧ୍ୟ ହୃଦୟ ଅଛି ସରକାର ଡ୍ରାଇବୋରଙ୍କ ମାନବିକତାର ଦୃଶ୍ୟକୁ କେବେ ହୃଦୟଙ୍ଗମ କରିବେ

Posted by - March 17, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ସେମାନେ ହେଲେ ସାଧାରଣ ଡ୍ରାଇବର! ତାଙ୍କ ପାଖରେ ହୃଦୟ ଅଛି, ସାଧାରଣ ଜନତାଙ୍କ ଦୁଃଖ ସହି ପାରନ୍ତି ନାହିଁ କିନ୍ତୁ ସରକାର ତାଙ୍କ ଦୁଃଖ…

ସୁବର୍ଣ୍ଣପୁରରେ ଜାତୀୟ ପ୍ରେସ ଦିବସ ପାଳିତ

Posted by - November 17, 2021 0
ସୋନପୁର::(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ସାମ୍ବାଦିକ ସଂଘ ସମ୍ପାଦକ ,ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ…

ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର

Posted by - November 22, 2019 313
ଯାଜପୁର:.(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ରୋଡ଼ ରେଳ ଷ୍ଟେସନ ସାଇମନ୍ଦିର ଫାଟକ ନିକଟରୁ ଜଣେ ଯୁବତୀକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ଉଦ୍ଧାର ଯୁବତୀ ଏଠାକାର ରିଲାଏନ୍ସ…

ଧାନ ଖାରି ଜାଳିଦେଲେ ଦୁର୍ବୃତ୍ତ, ଧାନ ପୋଡ଼ି ସମ୍ପର୍ଣ୍ଣ ନଷ୍ଟ

Posted by - December 13, 2022 0
ଖପ୍ରାଖୋଲ: (ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ କଟାପାଲି ଗାଁରେ ସୋମବାର ବିଳମ୍ବିତ ରାତ୍ର ସମୟରେ ଦୁର୍ବୁତ୍ତ ମାନେ ଧାନ ଖାରି ରେ ନିଆଁ…