Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

ରାୟଗଡାରେ ଶ୍ରୀ ଜୟଦେବ ଜୟନ୍ତୀ ସମାରୋହ

120 0

ରାୟଗଡା :(ରମାକାନ୍ତ ପୋଡାଲ)ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାୟଗଡା ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ ସୌଜ୍ୟନ୍ୟତାରେ ଆଜି ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନ ଠାରେ ଶ୍ରୀ ଜୟଦେବ ଜୟନ୍ତୀ ଉତ୍ସବ -୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |

ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ରାୟଗଡା ପୌରାଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ରାୟଗଡା ପଂଚାୟତ ସମିତି ଅତିରିକ୍ତ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁଚରଣ ନାୟକ,ସେଞ୍ଚୁରୀୟାନ ୟୁନିଭେର୍ସିଟି ନିର୍ଦ୍ଦେଶକ ରାଜେଶ ପାଢ଼ୀ, ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ସାହିତ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଟିକେଶ୍ୱର ମାଝୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଏବଂ ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ଯୋଗ ଦେଇଥିଲେ |

ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀଙ୍କ ପୌରାହିତରେ ସମସ୍ତ ଅତିଥିଗଣ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଠାରେ ପୁଷ୍ପଧୁପ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା | ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ଗୀତ ଗୋବିନ୍ଦ କାବ୍ୟର କିଛି ପଂକ୍ତି ଗାନ କରିଥିଲେ | ଶ୍ରୀକୃଷ୍ଣ ଓ ରାଧାଙ୍କ ଅମ୍ଲାନ ପ୍ରେମକୁ ତଥା ଓଡ଼ିଆ ଜନ ଜୀବନକୁ ଭାବ ଭକ୍ତି ଓ ଜ୍ଞାନ ମାର୍ଗରେ ପ୍ରଭାବିତ କରି ଯାଇଥିବା ଗୀତ ଗୋବିନ୍ଦ କାବ୍ୟର ସ୍ରଷ୍ଟା ତଥା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପ୍ରତି ସମର୍ପିତ ପ୍ରାଣ କବି ଶ୍ରୀ ଜୟଦେବଙ୍କ ସାହିତ୍ୟ କୃତି ଉପରେ ଅତିଥିମାନେ ଆଲୋକପାତ କରିଥିଲେ |

କାର୍ଯ୍ୟକ୍ରମରେ ସ୍ୱର ସାଗର ଅନୁଷ୍ଠାନ, ରାୟଗଡାର ଶିଶୁ କଳାକାର ମାନଙ୍କ ଦ୍ୱାରା ମଞ୍ଚରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିବା ବେଳେ ମଞ୍ଚରେ ସୁନ୍ଦର ନୃତ୍ୟ ପରିବେଷଣ କରିଥିବାରୁ ସମସ୍ତ କଳାକାରଙ୍କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଜିଲ୍ଲା ସଂସ୍କୃତି ଅଧିକାରୀଣି ସୁସ୍ମିତା ବାଉରୀ ପ୍ରଂଶସା ପତ୍ର ପ୍ରଦାନ କରିଥିଲେ | ସେହିପରି ରାଜ୍ୟ ସ୍ତରୀୟ ପୁରସ୍କାର ବିଜେତା ଶିକ୍ଷକ ନୀଳାଞ୍ଚଳ ମିଶ୍ରଙ୍କ ସମେତ ଆକ୍ସିସ ବ୍ୟାଙ୍କ ମ୍ୟାନେଜେର ଓ ସଂସ୍କୃତି କାର୍ଯ୍ୟାଳୟର ଡିଇଓ କାହୁଚରଣ, ଗାୟକ ପ୍ରଶାନ୍ତ ନାୟକଙ୍କୁ ମଧ୍ୟ ମଞ୍ଚରେ ସମ୍ମାନିତ କରାଯାଇଥିଲା | କାର୍ଯ୍ୟକ୍ରମରେ ପ୍ରଶାନ୍ତ ନାୟକ ସଂଯୋଜନା କରିଥିଲେ

Related Post

କପିଳେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଦାବି ପତ୍ର

Posted by - October 20, 2021 0
ଯାଜପୁର;ଯାଜପୁର କଳିଙ୍ଗନଗର ଡୁବୁରୀ ଠାରେ ଥିବା କପିଳେଶ୍ୱର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଦାବି ପତ୍ର ଜିଲା ପ୍ରଶାସନ କୁ ପ୍ରଦାନ କରାଯାଇଛି।ଏହି ମନ୍ଦିର କମିଟି ବ୍ୟବହାର କରୁଥିବା ସରକାରୀ ଜାଗା କୁ କେତେକ ବ୍ୟକ୍ତି ଜବର ଦଖଲ କରିଥିବା ଅଭିଯୋଗ ହୋଇଛିIତେଣୁ ଏହାର ତଦନ୍ତ କରି ତୁରନ୍ତ ଜବରଦଖଲ କାରୀ ଙ୍କ ବିରୋଧ ରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଜଙ୍ଗଲରେ ୩ ଜଣଙ୍କ ମୃତଦେହ ଝୁଲୁଥିବା ଘଟଣା,ପ୍ରେମ ହିଁ ମୃତ୍ୟୁର କାରଣ ବୋଲି ସନ୍ଦେହ.

Posted by - July 30, 2020 351
ଅନୁଗୁଳ:( ମହେଶ ଭୋମରାଜ)ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ବାଲିପଟା ଜଙ୍ଗଲରୁ ଗତକାଲି ସନ୍ଧ୍ୟାରେ ୩ ଟି ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଜଣେ ଗାଈ ଚରାଳି…

ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଅଗ୍ନି କାଣ୍ଡ

Posted by - April 18, 2020 0
ପୁରୀ:(ସମୀର ରଞ୍ଜନ ନାୟକ)ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ବ୍ଲକ ଅଧିନସ୍ଥ ଦେସ୍ଥଳି ଗ୍ରାମ ରେ ଏହି ଅଗ୍ନି କାଣ୍ଡ ଘଟିଛି ! ମିଳିଥିବା ଖବର ଅନୁସାରେ ଗତକାଲି…

ବିଂଝାରପୁର ପଞ୍ଚାୟତ ନଜୱାନ କମିଟି ପକ୍ଷରୁ  ଇଫତାର ପାର୍ଟି

Posted by - April 22, 2023 0
ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିଂଝାରପୁର ପଞ୍ଚାୟତ ନଜୱାନ କମିଟି ପକ୍ଷରୁ  ତଳସାହି ୨ନଂ ମସଜିଦ୍ ପ୍ରାଙ୍ଗଣରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି। ନଜୱାନ କମିଟିର…