ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଲୋ-ଭୋଲଟେଜ ବିଜୁଳିର ସମସ୍ୟାର ଆବଶ୍ୟକତାକୁ ଉପଲବ୍ଧି କରି ସମାଜସେବୀ ସୁଶାନ୍ତ ମାଝୀ ଓ ବଣିକ ସଂଘର ସଭାପତି ଅଶୋକ ସାହୁଙ୍କ ଅନୁରୋଧ କ୍ରମେ ସ୍ଥାନୀୟ କଣ୍ଟାମାଳ ବିଧାୟକ ତଥା ଜିଲ୍ଳା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀମହୀଧର ରଣାଙ୍କ ହସ୍ତକ୍ଷେପ ଫଳରେ ଆଜି ଘଣ୍ଟାପଡ଼ା-ପୋଡ଼ାପଦରରେ ଲାଗିଲା ୨୫୦ କେ.ଭିଏରଉଚ୍ଚ କ୍ଷମତା ଟ୍ରାନ୍ସଫରମର ।
ଶନିବାର ବିଭାଗୀୟ ଟିପିଏସଓଡିଏଲ ବୌଦ୍ଧ ଜିଲ୍ଲା କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ.ଅଶୋକ କୁମାର ରାଉତଙ୍କ ନିର୍ଦ୍ଦେଶକ୍ରମେ ଟ୍ରାନ୍ସଫରମରଟିକୁ ଲଗାଯିବା ପରେ ପୂଜାର୍ଚ୍ଚନା କରି ଉଦଘାଟନ କଲେ ବିଧାୟକ ଶ୍ରୀମହୀଧର ରଣା । ଉକ୍ତ କାର୍ଯ୍ୟକ୍ରମରେ ବିଭାଗ ତରଫରୁ ଟିପିଏସଓଡିଏଲର ପ୍ରକଳ୍ପ ଅଧିକାରୀ ଇଂ.ଧନଞ୍ଜୟ ବୋଡ୍ଡୁ, ପ୍ରକଳ୍ପ ପରିଚାଳକ ଇଂ.ଦୀପକ ସାହୁ, ଇଂ. ବିଶାଳ କୁମାର ମିଶ୍ର, ଲାଇନ ମେନ ପ୍ରଦୀପ କୁମାର ସାହୁ, ଜୋନାଲ ସୁପରଭାଇଜର ବିକ୍ରମ ରାଉତ ପ୍ରମୁଖ ଉପସ୍ଥିତ ରହିଥିଲେ।