ଯାଜପୁର:ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ବିଂଝାରପୁର ପଞ୍ଚାୟତ ନଜୱାନ କମିଟି ପକ୍ଷରୁ ତଳସାହି ୨ନଂ ମସଜିଦ୍ ପ୍ରାଙ୍ଗଣରେ ଏକ ଇଫତାର ପାର୍ଟି ଅନୁଷ୍ଠିତ ହୋଇଯାଇଛି।
ନଜୱାନ କମିଟିର ସଦସ୍ୟ ରଜ୍ଜାକ ଅଲି ଖାନଙ୍କ ଆୟୋଜନରେ ଅନୁଷ୍ଠିତ ଇଫତାର ପାର୍ଟିରେ ବ୍ଲକର ଉପଧ୍ୟକ୍ଷ ସେକ ଇର୍ସାଦ ସଭାପତିତ୍ଵ କରିଥିଲେ। ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ତଥା ବିଧାୟିକା ପ୍ରମିଳା ମଲିକ ଯୋଗଦେଇ ପବିତ୍ର ଇଫତାର ପାର୍ଟି ସଂପର୍କରେ ବକ୍ତବ୍ୟ ରଖିଥିଲେ।
ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରଂଜିତା କୁମାରୀ ଦାସ,ଜିଲ୍ଲାପରିଷଦ ସଭ୍ୟ ନନ୍ଦକିଶୋର ସାମଲ, ମନ୍ତ୍ରୀଙ୍କ ପ୍ରତିନିଧି ପ୍ରଦୀପ ମହାନ୍ତିଙ୍କ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ରହି ପବିତ୍ର ରମଜାନ ମାସ ସମ୍ପର୍କରେ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ।