ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ ନାଗରିକ ମଞ୍ଚର ବାର୍ଷିକ ସାଧାରଣ ବୈଠକ ସ୍ଥାନୀୟ ବଣିକ ସଂଘ ସଭା ଗୃହରେ ମଞ୍ଚର ସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷର ଆଗାମୀ କାର୍ଯ୍ୟପନ୍ଥା ପାଈଁ ଉପସ୍ଥିତ ସଦସ୍ୟ ମାନେ ନିଜ ନିଜର ମତ ପ୍ରଦାନ କରିଥିଲେ।ସ୍ୱାସ୍ଥ୍ୟ , ଶିକ୍ଷା, ବିଜୁଳି, ପାଣି ହେଉଛି ସହରର ମୁଖ୍ୟ ସମସ୍ୟା। ଏହି ବିଷୟରେ ଉପସ୍ଥିତ ସଦସ୍ୟ ମାନେ ନିଜର ମତ ପ୍ରଦାନ କରିଥିଲେ।
ତନ୍ମଧ୍ୟରୁ ସହରରେ ଥିବା ଦୁଇଟି ମହା ବିଦ୍ୟାଳୟରେ ଶିକ୍ଷାର ମାନ ହ୍ରାସ ପାଉଥିବା ବେଳେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବି, ସହରର ଟ୍ରାଫିକ ସମସ୍ୟା, ବିଭିନ୍ନ ଛକ ମାନଙ୍କରେ ସିସିଟିଭି ଲଗାଇବା, ଟିଟିଲାଗଡକୁ କିପରି ଜିଲ୍ଲା ମାନ୍ୟତା ମିଳିବ ସେ ନେଇ କଣ କଣ ପଦକ୍ଷେପ ନିଆଯିବ ସେ ବିଷୟରେ ବିସ୍ତୃତ ଆଲୋଚନା କରଯାଇଥିଲା, ଟିଟିଲାଗଡ ସରକାରି ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସହ ପ୍ରାୟ ରୋଗୀଙ୍କୁ ବାହରକୁ ଚିକିତ୍ସା ପାଇଁ ପଠାଇବା ଅତି ଦୁର୍ଭାଗ୍ୟ ବୋଲି ସମସ୍ତେ କହିଥିଲେ।
ଆଜିବି ଲୋକ ମୌଳିକ ବ୍ୟବସ୍ଥାରୁ ବଞ୍ଚିତ ଅଛନ୍ତି ସହରବାସି, ଯଦି ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ରହିଛି ସେଥିପାଇଁ ସରକାର ଚିନ୍ତା କରିବା କଥା ଯେ ଡାକ୍ତର ପଦବୀ କିପରି ପୂରଣ ହେବ,ସ୍ଥାନୀୟ ମନ୍ତ୍ରୀ ଏବଂ ସାଂସଦ ଏ ଦିଗରେ ପଦକ୍ଷେପ ନେବା କଥା କିନ୍ତୁ ପରିତାପର ବିଷୟ ଆଜି ଯାଏଁ ସମାଧାନ ହୋଇ ପାରିଲା ନାହିଁ, ସେହିପରି ଡିଏଭି ମହାବିଦ୍ୟାଳୟ ଖେଳ ପଡ଼ିଆରୁ ଜମି ଉପରେ ଅନ୍ୟ ଲୋକ ଦୋକାନ କରି ଅଛନ୍ତୀ କିନ୍ତୁ ମହାବିଦ୍ୟାଳୟ ଗଵର୍ଣିଂ ବଡି ଚୁପ, ଅଧ୍ୟକ୍ଷ ଚୁପ, ସେହିପରି ସିଟି ସ୍କୁଲ ଖେଳପଡିଆ ରେ ସ୍ମାର୍ଟପାର୍କ ନିର୍ମାଣ ତିଆରି କରିବାକୁ ମନା କରିବା ସତ୍ତ୍ୱେ ସେଠାରେ ସ୍ମାର୍ଟ ପାର୍କ ନିର୍ମାଣ କରାଗଲା ଯାହାକି ଆଥଲେଟିକ ଏସୋସିସନର ସ୍ଥାନ। ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପଡିବ ବୋଲି ସଭାପତି ଶ୍ରୀ ପାଢୀ କହିଥିଲେ।
ଏହି ବୈଠକରେ ନାଗରିକ ମଞ୍ଚର ସଭାପତି ଶ୍ରୀଯୁକ୍ତ ରାଧାକାନ୍ତ ପାଢୀ,ସାଂଗଠାନିକ ସମ୍ପାଦକ ଶ୍ରୀ ମନୋଜ କୁମାର ହାତି, ଦୀପକ ସମଦ୍ଦ।ର, ଉପ ସଭାପତି ମୋହନ ଲାଲ ଜୈନ, ପ୍ରକାଶ ଗୋୟଲ ମଞ୍ଚାସିନ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଅକ୍ଷୟ କୁମାର ବେହେରା, ସଦସ୍ୟ ଈଶ୍ୱର ଜୈନ, ଘନଶ୍ୟାମ ଜୈନ, ଦେବାନନ୍ଦ ସାହୁ, ଶମ୍ଭୁ ପ୍ରସାଦ ଗୋୟଲ, ମାନସ ମହାନ୍ତି, ସଞ୍ଜୟ କୁମାର ନାୟକ, ଚିନ୍ତାମଣି ରଥ, ଚିନ୍ତାମଣି ମହାପାତ୍ର, ଦେବ ଷଡ଼ଙ୍ଗୀ, ହରି ନାରାୟଣ ମିଶ୍ର,ପଦ୍ମନାଭ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀମତି ଅଞ୍ଜଳି ବେହେରା, ରତ୍ନାକର ସାହୁ, ସୁଧିର ଘଡେଇ, ସଞ୍ଜିବ ପାଢୀ, କୈଳାସ ସାହୁ, ରଘୁନାଥ ଠାକୁର ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।