Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ବିଂଶତମ ଜିଲ୍ଲା ଯୋଜନା କମିଟି ବୈଠକ ଅନୁଷ୍ଠିତ

113 0

ରାୟଗଡ଼ /ମୁନିଗୁଡା :(ରମାକାନ୍ତ ପୋଡାଳ )ଆଜି ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲା ଯୋଜନା କମିଟି ବୈଠକ ବିଂଶତମ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ଅତୁନୁ ସବ୍ୟସାଚୀ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ ରାୟଗଡ ଜିଲ୍ଲାର ବିକାଶ ପାଇଁ ବିଶେଷ କରି ବିଜୁଳି, ସଡ଼କ ଓ ପାଣି ସହିତ ଆନ୍ୟାନ୍ୟ ସାମଗ୍ରିକ ବିକାଶ ନିମନ୍ତେ ମାନ୍ୟବରବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ପୂର୍ଣ୍ଣ ସହଯୋଗ ରହିଛି ବୋଲି ପ୍ରକାଶ କରିଛନ୍ତି । ପ୍ରାରମ୍ଭରେ ଜିଲ୍ଲାପାଳ ସ୍ଵଧାଦେବ ସିଂ ସମସ୍ତଙ୍କୁ ସ୍ଵାଗତ ଜଣାଇ ବୈଠକରେ ଆଲୋଚନା ହେବାକୁଥିବା ବିଷୟ ବସ୍ତୁ ସମ୍ପର୍କରେ ସୂଚନା ଦେଇଥିଲେ ଏବଂ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ, ଅନ୍ୟତମ ମନ୍ତ୍ର ଶ୍ରୀ ଜଗନ୍ନାଥ ସାରକା, ସ୍ଥାନୀୟ ବିଧାୟକ ମକରନ୍ଦ ମୁଦୁଲୀ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷା ସରସ୍ବତୀ ମହାଝିଙ୍କ ବକ୍ତବ୍ୟ ରଖିବା ପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ସମସ୍ତଙ୍କୁ ଶୁଭେଚ୍ଛା ଓ କୃତଜ୍ଞତା ଜଣାଇଥିଲେ l

ଜିଲ୍ଲାର ଉନ୍ନତି ଓ ବିକାଶ କ୍ଷେତ୍ରରେ ଯେଉଁଠାରେ ଆବଶ୍ୟକତା ରହିଛି, ସେଥିରେ ପୂର୍ଣ୍ଣ ଭାବରେ ସହଯୋଗ କରିବାକୁ ମନ୍ତ୍ରୀ ମହୋଦୟ କହିଥିଲେ ଏବଂ ଏଥିପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲା ଯୋଜନା କମିଟି ବୈଠକରେ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ଯାହା ନିଷ୍ପତ୍ତି ନିଆଯାଇ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବ, ତାହାକୁ ଅନୁମୋଦନ କରାଯାଇ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ବୈଠକରେ ଜିଲ୍ଲାରେ ଆବଶ୍ୟକ ଥିବା ବିଜୁଳି, ଜଳ, ଓ ସଡ଼କର ସୁବ୍ୟବସ୍ଥା ଓ ଏହା ଉପରେ ଥିବା ଶତକଡ଼ା ବ୍ୟୟ ପରିମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ମୁଖ୍ୟତଃ ବିଜୁ କେବିକେ ଯୋଜନାରେ ଜିଲ୍ଲାଞ୍ଚଳ 2021-22,2022-23 ବାର୍ଷିକ ଯୋଜନା ଚିଠା 2021-22,2022-23 ଆର୍ଥିକ ବର୍ଷ ପାଇଁ 11କୋଟି ତାଙ୍କର ପ୍ରକଳ୍ପ ଅନୁମୋଦନ କରାଯାଇଥିଲା l ବିଗତ ଆର୍ଥିକ ବର୍ଷ 2021-22ରେ ରାୟଗଡ ଜିଲ୍ଲାକୁ ରାଜ୍ୟ ଯୋଜନା ପାଣ୍ଠି, କେନ୍ଦ୍ରୀୟ ଯୋଜନା ଏବଂ କେନ୍ଦ୍ରୀୟ ପ୍ରଯୋଜିତଯୋଜନା ପାଣ୍ଠି ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ବିଭିନ୍ନ ଉନ୍ନୟନ ବିଭାଗ ବାବଦକୁ ମୋଟ 1217କୋଟି 33ଲକ୍ଷ 67ହଜାର ଅନୁଦାନ ରାଶି ପ୍ରାପ୍ତ ଅନୁଦାନ ରାଶି ବିନିଯୋଗ ହୋଇଛି l

ସେହିପରି ଆର୍ଥିକ ବର୍ଷ 2022-23ରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ 1383କୋଟି 29ଲକ୍ଷ ଟଙ୍କlର ଜିଲ୍ଲାର ଯୋଜନା ଚିଠା ପ୍ରସ୍ତୁତ କରାଯାଇ କମିଟି ଦ୍ୱାରା ଅନୁମୋଦନ କରାଗଲା l କ୍ରିଟିକାଲ ଗେପ ଫୋଣ୍ଡ ଯୋଜନାରେ ଆର୍ଥିକ 2021-22,2022-23 ବର୍ଷ 192ଲକ୍ଷ ଟଙ୍କାର ଅନୁମୋଦନ କରାଗଲା lଏହି ବୈଠକରେ ରାୟଗଡ ଜିଲ୍ଲା ଜିଲ୍ଲାରେ ପିଇବା ପାଣି,ବିଜୁଳି, ସଡ଼କ ଓ ଯୋଗାଯୋଗ ନିହାତି ଆବଶ୍ୟକ ହୋଇଥିବାରୁ ଏସବୁ ସୁବ୍ୟବସ୍ଥା କରିବା ପାଇଁ ବୈଠକରେ ଲୋକ ପ୍ରତିନିଧିମାନେ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଆଗାମୀ ସାତ ଦିନ ମଧ୍ୟରେ ସଂପୃକ୍ତ ସମସ୍ତ ଲୋକପ୍ରତିନିଧି ନିଜ ନିଜର ଆବଶ୍ୟକ ଥିବା କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ଜିଲ୍ଲା ଯୋଜନା କାର୍ଯ୍ୟାଳୟରେ ଦେବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ନାୟକ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏହି ବୈଠକରେ ମାନ୍ୟବର , ବିଧାୟକ ରାୟଗଡ ଶ୍ରୀ ମକରନ୍ଦ ମୁଦୁଲି, ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ସମସ୍ତ ଯୋଜନା କମିଟର ସଦସ୍ୟ, ସଦସ୍ୟା ମାନେ, ବିଭନ୍ନ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ l ଜିଲ୍ଲା ଯୋଜନା କମିଟିର ସମସ୍ତ ସଭ୍ୟ, ସଭ୍ୟା ପ୍ରମୁଖ ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ଏବଂ ନିଜ ନିଜ ଅଞ୍ଚଳର ସମସ୍ୟା ଓ ତାର ସମାଧାନ ସମ୍ପର୍କରେ ମାନ୍ୟବର ମନ୍ତ୍ରୀ ତଥା ଜିଲ୍ଲା ଯୋଜନା କମିଟିର ଅଧକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଶେଷରେ ମୁଖ୍ୟ ବିକାଶ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ରବିନାରାୟଣ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Related Post

ଖପ୍ରାଖୋଲ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି, ସମସ୍ୟା ସମାଧାନର ଦେଲେ ପ୍ରତିଶୃତି

Posted by - September 18, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଶନିବାର ଦିନ ପରିଦର୍ଶନ କରିଥିଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି। ଗସ୍ତ ଅବସରରେ…

ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ-୨୦୨୦ ଉଦଘାଟିତ

Posted by - February 13, 2020 0
ଅନୁଗୋଳ:12/02(ମହେଶ ଭୋମରାଜ) ଅଷ୍ଟମ ଅନୁଗୋଳ ଜିଲ୍ଲା ମହୋତ୍ସବ ୧୧ ତାରିଖ ସନ୍ଧ୍ୟାରେ ଉଦଘାଟନ ହୋଇଯାଇଛି । ଲଗାଣ ବର୍ଷା ଯୋଗୁଁ ଜିଲ୍ଲା ମହୋତ୍ସବ ୭ ତାରିଖ ପରିବର୍ତ୍ତେ ୧୧…

କୋରୋନାରେ ଆକ୍ରାନ୍ତ ହୋଇ ସାମ୍ବାଦିକ ମୃତୁବରଣ କଲେ ପଚାଶ ଲକ୍ଷ ଟଙ୍କା ର ବୀମା ପାଇଁ ଦାବି

Posted by - April 27, 2020 16
ଭୁବନେଶ୍ବର :କୋରୋନା ଯୋଗୁ ସାରା ବିଶ୍ୱରେଏକ ବିରାଟ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଛି ଏହି ପରିପ୍ରେକ୍ଷୀରେ କୋରୋନା  ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ସହ ଏଭଳି…

କନ୍ଧେନଝୁଲା ଗାଁ ରେ ବିବାହିତା ମହିଳା ଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ

Posted by - December 4, 2021 0
ପାଟଣାଗଡ଼:(ତାପସ ରଞ୍ଜନ ବେହେରା) ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ବେଲ ପଡା ବ୍ଲକ କନ୍ଧେନ ଝୁଲା ଗାଁରେ ଜଣେ ବିବାହିତା ମହିଳା କୁ ତାର ସ୍ବାମୀ ର…

ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ତରଫରୁ ମାଟ୍ରିକ ରେ ଗ୍ରେଡ 1 ପାଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ

Posted by - July 19, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଶିକ୍ଷା ବିଭାଗ ଓ ପ୍ରଶାସନ ତରଫରୁ ମାଟ୍ରିକ ରେ ଗ୍ରେଡ 1 ପାଇଥିବା ଛାତ୍ରଛାତ୍ରୀ ଙ୍କୁ ସମ୍ମାନିତ କରାଯାଇଛି।ଆଜି ତପସ୍ୱିନୀ ପ୍ରେକ୍ଷାଳୟରେ…