Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

କଳାହାଣ୍ଡି ଜିଲ୍ଲାରେ ବ୍ଲକ ଶିକ୍ଷାଧିକାରୀ ଙ୍କ ଅଭାବ! ୧୧ଟି ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ଅତିରିକ୍ତ ଙ୍କ ଦାୟିତ୍ବ ରେ, ଦରମା ପାଇ ନାହାନ୍ତି ଶିକ୍ଷକ!

61 0

ଜୟପାଟଣା:(ଅର୍ଜୁନ ପଟ୍ଟନାୟକ) ସରକାର ଶିକ୍ଷାର ବିକାଶ ପାଇଁ ” ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରା ଦେଇ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି କିନ୍ତୁ କାର୍ଯ୍ୟକ୍ଷେତ୍ରରେ ତାର ବ୍ୟତିକ୍ରମ ପରିଲକ୍ଷିତ ହେଉଛି। ଏହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ, ଜିଲ୍ଲାର ଦୁଇ ଗୋଟି ବ୍ଲକ୍ ରେ ନିୟମିତ ବ୍ଳକ ଶିକ୍ଷା ଅଧିକାରୀ ନିୟୋଜିତ ରହିଥିବା ବେଳେ ବାକି ୧୧ ବ୍ଲକ୍ କାର୍ଯ୍ୟାଳୟ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କ ଦାୟିତ୍ବ ରେ ଚାଲିଛି। ଭବାନୀପାଟଣା ଉପଖଣ୍ଡ ର ଥୁଆମୂଳ ରାମପୁର ବ୍ଳକ ଓ ନର୍ଲା ବ୍ଳକ ରେ ନିୟମିତ ବ୍ଳକ ଶିକ୍ଷା ଅଧିକାରୀ ନିୟୋଜିତ ହୋଇଥିବା ବେଳେ ଭବାନୀପାଟଣା ସଦର, ମଦନପୁର ରାମପୁର, କର୍ଲାମୁଣ୍ଡା, ଲାଞ୍ଜିଗଡ଼ ବ୍ଳକ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କ ଦାୟିତ୍ବ ରେ ଚାଲିଛି।

ସେହିପରି ଧର୍ମଗଡ଼ ଉପଖଣ୍ଡ ନିୟମିତ ବ୍ଳକ ଶିକ୍ଷା ଅଧିକାରୀ ଶୂନ୍ୟ ହୋଇଥିବା ବେଳେ ଏହି ଉପଖଣ୍ଡ ର ଧର୍ମଗଡ଼, ଗୋଲାମୁଣ୍ଡା, ଜୟପାଟଣା, କୋକସରା, କଲମପୁର, ଜୁନାଗଡ଼ ଆଦି ୬ଗୋଟି ବ୍ଳକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ମଧ୍ଯ ଅତିରିକ୍ତ ଶିକ୍ଷା ଅଧିକାରୀ ଙ୍କ ଦ୍ଵାରା ପରିଚାଳିତ ହେଉଛି।ସୂଚନା ଯୋଗ୍ୟ ଯେ ଧର୍ମଗଡ଼ ବ୍ଳକ ଅତିରିକ୍ତ ଦାୟିତ୍ଵ ନେଇଥିବା ଗୋଲାମୁଣ୍ଡା ବି ଇ ଓ ନବ କିଶୋର ସାହୁ ଗତ ୩୧ ତାରିଖ ଅବସର ଗ୍ରହଣ କରିବା ପରେ ଦୁଇଗୋଟି ବ୍ଳକ ର ପଦବୀ ଖାଲି ହୋଇଥିଲା ସେହିପରି ଜୟପାଟଣା ବି ଇ ଓ ଧରମା ପ୍ରଧାନ ଯିଏକି କଲମପୁର ବ୍ଲକ ର ଅତିରିକ୍ତ ଦାୟିତ୍ଵ ରେ ଥିଲେ ସେ ଅବସର ଗ୍ରହଣ ପରେ ପୁଣି ଦୁଇଟି ବ୍ଳକ ଖାଲି ରହିଛି। ବର୍ତ୍ତମାନ ଜୁନାଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଓ ଭବାନୀପାଟଣା ବି ଏମ୍ ହାଇ ସ୍କୁଲ୍ ର ପ୍ରଧାନ ଶିକ୍ଷକ କିଛି ବ୍ଳକ ଭାରପ୍ରାପ୍ତ ବି ଇ ଓ ଭାବେ ଦାୟିତ୍ବ ନିର୍ବାହ କରୁଥିବା ବେଳେ ଆଗାମୀ ଦିନରେ ସେମାନଂକୁ ଆଉ କିଛି ବ୍ଳକ ର ଦାୟିତ୍ବ ଦିଆଯିବ ବୋଲି ଆଲୋଚନା ହେଉଛି।

ନିୟମିତ ବି ଇ ଓ ଅଭାବ ରୁ ଶିକ୍ଷକ ମାନଙ୍କ ଜି ପି ଏଫ, ଇନକ୍ରିମେଣ୍ଟ, ଇ ଏଲ୍ ଅନୁମୋଦନ ଆଦି ବାଧା ପ୍ରାପ୍ତ ହେଉଥିବା ବେଳେ ସ୍କୁଲ ପରିଦର୍ଶନ ରେ ମଧ୍ଯ ଅସୁବିଧା ସୃଷ୍ଟି ହେଉଛି। ବିଶେଷ କରି କେତେକ ବ୍ଲକ୍ ରେ କ୍ଷମତାପ୍ରାପ୍ତ ବି ଇ ଓ ଙ୍କ ଅଭାବ ଯୋଗୁଁ ଶିକ୍ଷକ ମାନେ ଦରମା ପାଇବାରୁ ବଞ୍ଚିତ ହୋଇଛନ୍ତି। ବିଗତ ମାସରେ ଆୟକର ରିଟର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଶିକ୍ଷକ ମାନଙ୍କ ହାତ ଖାଲି ରହିଥିବା ବେଳେ ଏପ୍ରିଲ ମାସର ଦରମା ମିଳିବ କି ନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦୁଇମାସ ଦରମା ଅଭାବ ହେଲେ ଏହାର ପ୍ରଭାବ ଶୀକ୍ଷକଙ୍କ ପରିବାର ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବା ଆଶଙ୍କା କୁ ଏଡାଇ ଦିଆଯାଇ ନ ପାରେ। କଳାହାଣ୍ଡି ଜିଲ୍ଲା ରେ ଶିକ୍ଷା ବ୍ୟବସ୍ଥା ସୁଧାରିବା ନିମନ୍ତେ ତୁରନ୍ତ ଖାଲିଥିବା ବ୍ଳକ ରେ ନିୟମିତ ବି ଇ ଓ ନିଯୁକ୍ତି ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

Related Post

ଶୁଭଶ୍ରୀ ରାଉତ ହତ୍ୟାକାଣ୍ଡ ଘଟଣାରେ ବିବାଦ ପିଛା ଛାଡୁନି

Posted by - April 22, 2021 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଥାନା ଖଣ୍ଡରା ଗାଁର ଶୁଭଶ୍ରୀ ରାଉତ ହତ୍ୟାକାଣ୍ଡ ଘଟଣାରେ ବିବାଦ ପିଛା ଛାଡୁନି । ଏହି ଘଟଣାରେ ପୋଲିସ ଜଣେ…

ଦାବି ପୂରଣ ନହେଲେ ୨୪ରୁ ଆଦିତ୍ୟ ଆଲୁମିନା ବିରୋଧରେ ଆନ୍ଦୋଳନ

Posted by - November 13, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଦାବି ପୂରଣ ନହେଲେ ଆସନ୍ତା 24 ରୁ ଆଦିତ୍ୟ ଆଲୁମିନିୟମ ବିରୋଧରେ ଆନ୍ଦୋଳନ ଏଭଳି ଧମକ ଦେଇଛନ୍ତି ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ସଙ୍ଘ ର…

ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ

Posted by - July 20, 2021 0
ମାଲକାନଗିରି:( ଅବଦୁଲ ଗନି) ଔଷଧ ଦୋକାନୀ ଙ୍କ ଚିକତ୍ସା ରେ ନାବାଳିକାର ମୃତ୍ୟୁ। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅନ୍ତର୍ଗତ ଆମ୍ବଗୁଡ଼ା ଗ୍ରାମପଂଚାୟତ ମାଡକାମିଗୁଡା ଗ୍ରାମର ରାମଚନ୍ଦ୍ର…

ସମଲିଙ୍ଗୀ ସଂପର୍କ ଖୁଲାସା ପରେ ଦୂତିଙ୍କୁ ପରିବାରର ବିରୋଧ ପ୍ରସଙ୍ଗ,ମାଆ ଓ ଭଉଣୀଙ୍କୁ ଦୋଷ ଦେଲେ ଦୂତି,ମୋତେ ବ୍ଲାକମେଲିଂ କରୁଥିଲେ

Posted by - May 22, 2019 0
ଭୁବନେଶ୍ବର ୨୧|୫: ଦେଶର ଏକନମ୍ବର ଦୌଡ ରାଣୀ ଦୁତୀ ଚାନ୍ଦଙ୍କ ସମିଲଙ୍ଗୀ ସଂପକର୍କୁ ନେଇ ଥମୁନି ଚର୍ଚ୍ଚା । ତେବେ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦୁତୀ…

ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ

Posted by - October 20, 2021 0
ଯାଜପୁର ଟାଉନ:(ଆନନ୍ଦ ଚନ୍ଦ୍ର ସାହୁ ) ବିଜେପି ଛାଡିଲେ ଯାଜପୁର ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱ ରଞ୍ଜନ ମଲ୍ଲିକ। ଦଳ ଭିତରେ ଥିବା କନ୍ଦଳ,ରାଜ୍ୟ ଓ ଜିଲା…