ଘଣ୍ଟାପଡ଼ା ପୋଲିସ ପକ୍ଷରୁ ମଟର ଗାଡ଼ି ଯାଞ୍ଚ ବେଳେ ଫେକନମ୍ବର ଥିବା କାର ଜବତ, ଜଣେ ଗିରଫ

68 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଘଣ୍ଟାପଡ଼ା ଥାନା ଅଧିକାରୀ ଗଣନାଥ ଥନାପତିଙ୍କ ନିର୍ଦ୍ଦେଶରେ ମନମୁଣ୍ଡା – ସିନ୍ଧିଗୋରା ୪୧ନଂ.ରାଜ୍ୟ ରାଜପଥର ଘଣ୍ଟାପଡ଼ାର ମଙ୍ଗଳା ଛକରେ ଚାଲିଥିବା ମଟର ଗାଡି ଯାଞ୍ଚ ବେଳେ ଏକ ଧଳା ରଙ୍ଗର କାରକୁ ଜବତ କରିଛି ପୋଲିସ। ଖୁଣ୍ଟିଗୋରା ପଟରୁ କଣ୍ଟାମାଳ ଆଡକୁ ଦୃତଗତିରେ ଆସୁଥିବା ଏହି କାରକୁ ଅଟକାଇ ମାତ୍ରେ ଜଣେ ବ୍ୟକ୍ତି ଘଟଣାସ୍ଥଳରୁ ଫେରାର ମାରିଥିଲା।ସନ୍ଦେହ ହେବାରୁ ଗାଡ଼ିଟିର ନମ୍ବର OD05BJ6873ଟି ଫେକନମ୍ୱର ଥିଲା।

ଯାଞ୍ଚ କରିବାରୁ ଡିକି ଭିତରୁ HR26AL8031 ନମ୍ବର ୨ଟି ପ୍ଳେଟ ଦେଖି ସଂଗେ ସଂଗେ ଜଣେ ବ୍ୟକ୍ତିଙ୍କ ସହିତ କାରଟିକୁ ଆଣି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ ବ୍ୟକ୍ତି ଜଣଙ୍କଙ୍କ ନାମ ତସଲିସ ଜିଲାନୀ,ବୟସ ୨୨ ମଧ୍ୟପ୍ରଦେଶ ରାଜ୍ୟର, ସାହରନ ଜିଲ୍ଳା ଦେଓମାରୀ ଥାନା ଅଧିନ ଖାମଦାମ ଗ୍ରାମର। ସେ ଗଞ୍ଜେଇ ଚୋରା ଚାଲାଣ କରିବାକୁ ଆସିଥିଲା। ଭଲ ଗଞ୍ଜେଇ ନପାଇବାରୁ ଫେରୁଥିଲେ। ତାପରେ ଅଧିକ ତଦନ୍ତ ପରେ ୨ ଶହଟଙ୍କିଆ ୧୯ଟି, ଶହେଟଙ୍କି ୩୪୪ଟି,୫୦ଟଙ୍କି ୧୯୮ଟି ଓ ୨୦ ଟଙ୍କି ୨୦୦ଟି ମୋଟ ଛପନ ହଜାର ଶହେ ଟଙ୍କା ଜବତ କରିଥିଲେ।

ପୋଲିସ କେଶ୍ ନଂ ୩୩/୨୩ରେ ଏକ ମାମଲା ରୁଜୁ କରି Us-୪୨୦/୪୬୮/୪୭୧ରେ ଜିଲାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ବେଳେ ଫେରାର ବ୍ୟକ୍ତିଙ୍କ ନାମ ବାବୁଲବାରିକ ପି.ରଘୁନାଥ ବାରିକ ମନମୁଣ୍ଡା ଥାନା ଅଧିନ ପଦମପୁର ବୋଲି ତଦନ୍ତ ଅଧିକାରୀ ଏଏସଆଇ ପ୍ରଦୀପ କୁମାର ବେହେରା ପ୍ରକାଶ କରିଛନ୍ତି। ଯାଞ୍ଚ ସମୟରେ ଏସଆଇ ବିଶ୍ଵମିତ୍ର ଲୋଇ , ଏଏସଆଇ ପ୍ରଦୀପ ବେହେରା, କନେଷ୍ଟବଲ ପ୍ରଶାନ୍ତ ସାହୁ,ହୋମଗାର୍ଡ ଗିରିଶ କଅଁର ଓ ବିଶ୍ଵଜିତ ପୂଟା ସାମିଲ ଥିଲେ ।

Related Post

ବନ୍ଧା ହେଲା ଘର ଜ୍ୟୋଇଁ ଯୁବକ।

Posted by - October 8, 2019 0
ମୟୁରଭଞ୍ଜ:07/10/2019 ଗାଁ ଜୋଇଁ ସାଜିଛି ଅପହରଣକାରି । ଦୀର୍ଘ ଦିନ ଅପେକ୍ଷା ପରେ ଆଜି ଧରାପଡିଛି ଅପହରଣକାରି ଯୁବକ । ତେବେ ଦୁଇ ସାଥି ଙ୍କ ସହ ବାଇକ ରେ…

ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ

Posted by - December 2, 2019 1,653
ଅନୁଗୁଳ:(ମହେଶ ଭୋମରାଜ)ଅନୁଗୋଳ ଜିଲ୍ଲା ବଂରପାଳ ତହସିଲ ଅଫିସ ର ବରିଷ୍ଠ କିରାଣୀ । ତାଙ୍କ ନାଁ ବିନୟ ମହାପାତ୍ର । ସେ ଜମି ଚିହ୍ନଟ ର ଫାଇଲ…

ମିଳିଲା ରାଜଧାନୀରୁ ମହିଳାଙ୍କ କଟାମୁଣ୍ଡ। ପ୍ରେମିକର ସାଙ୍ଘାତିକ କାରନାମା

Posted by - December 20, 2018 0
ଭୁବନେଶ୍ବର:- ରାଜଧାନୀରେ ଦିନକୁ ଦିନ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଗତ ୬ମାସ ମଧ୍ୟରେ ରାଜଧାନୀରେ ୯ଟି ହତ୍ୟାକାଣ୍ଡ ସଂଗଠିତ ହୋଇଛି । କେତେକ…

ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା

Posted by - May 4, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଚୋରା ମଦ ବିକ୍ରି କୁ ବିରୋଧ ବିରୋଧ କରିବାରୁଜୀବନ  ଗଲା।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିରିପଟା ଗ୍ରାମ ପଂଚାୟତ ବରେଇ…

ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ

Posted by - August 7, 2020 0
ଯାଜପୁର/ବିଂଝାରପୁର:ପାରିବାରିକ ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଅଭିଯୋଗ । ଯାଜପୁର ଜିଲା ବିଂଝାରପୁର ଥାନା ଅନ୍ତର୍ଗତ ସୟଦପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ…