Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ରାଜ୍ୟ ଉନ୍ନୟନ କମିଶନର ଙ୍କ ହରିଶଙ୍କର ଗସ୍ତ, ବୁଲି ଦେଖିଲେ ଉନ୍ନୟନ ମୂଳକ କାମ

64 0

ଖପ୍ରାଖୋଲ: ୧୮/୪( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ର ପବିତ୍ର ପୁଣ୍ୟ କ୍ଷେତ୍ର ତଥା ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର କୁ ରାଜ୍ୟ ଉନ୍ନୟନ କମିଶନର ଅନୁ ଗର୍ଗ ମଙ୍ଗଳ ବାର ଗସ୍ତ କରିଥିଲେ। ଏହି ଅବସରରେ ହରିଶଙ୍କର ମନ୍ଦିର ଚତୁର୍ପାର୍ଶ୍ଵ ର ଉନ୍ନୟନ କାମ ବୁଲି ଦେଖିବା ସହ କାମର ଅଗ୍ରଗତି ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇ ଅର୍ଜୁନ ବେହେରା ଙ୍କୁ ପଚାରି ଥିଲେ। ପରେ ଝରଣା ଚାରି ପାଖ , ହରିଶଙ୍କର ମନ୍ଦିର, ଠାକୁର ଦର୍ଶନ କରିଥିଲେ। କାମ ତୁରନ୍ତ ଶେଷ କରିବାକୁ କହିଥିଲେ।

ଆଗାମୀ ସେପ୍ଟେମ୍ବର ମାସ ପୁର୍ବରୁ କାମ ଶେଷ ହେବବୋଲି ଉନ୍ନୟନ କମିଶନର ଗର୍ଗ ଗଣମାଧ୍ୟମକୁ ଜଣାଇଥିଲେ। ଏହି ଅବସରରେ ମନ୍ଦିର ଉନ୍ନୟନ ପାଇଁ ଦେବୋତ୍ତର ବିଭାଗ ତରଫରୁ ବିଭିନ୍ନ ଟିକସ ସଂଗ୍ରହ, ଗାଡ଼ି ପାସ, ପାର୍କିଂ ଫି, ଅନ୍ନ ଭୋଗ, ଶୁଖା ଭୋଗ, ନଡ଼ିଆ ଭୋଗ ବିକ୍ରି କାମ ମହିଳା ସ୍ଵଂୟ ସହାୟକ ଦଳ କରୁଥିବାରୁ ଖୁସି ବ୍ୟକ୍ତ କରିଥିଲେ। ପରେ ମିଶନ ଶକ୍ତି ମହିଳାଙ୍କ ଦ୍ଵାରା ପରିଚାଳିତ କାଫେ ଓ ରେଷ୍ଟୁରାଣ୍ଟ ବୁଲି ଦେଖିବାକୁ ସହ ପରିଚାଳନା କରୁଥିବା ମହିଳା ଗୋଷ୍ଠୀଙ୍କୁ ତାଙ୍କ ରୋଜଗାର ସମ୍ପର୍କରେ ପଚାରି ବୁଝିଥିଲେ।

ଏହି ଅବସରରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା, ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, ମିଶନ ଶକ୍ତି ଡି ପି ଏମ୍ ସୁମନ ଦ୍ବିବେଦୀ, ଖପ୍ରାଖୋଲ ବିଡ଼ିଓ ରଶ୍ମି ରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ଦେବୋତ୍ତର କମିଟି ସଦସ୍ୟ ଇନ୍ଦୁ ଭୂଷଣ ଠାକୁର, ଅଭୟ ତ୍ରିପାଠୀ, ସନ୍ତୋଷ ଭାଇଁସାଲ ପ୍ରମୁଖ ଉପସ୍ଥିତ ଥିଲେ।

Related Post

ଭବାନୀପାଟଣା ଠାରେ ରଥଯାତ୍ରା ଓ ବାହୁଡା଼ ଯାତ୍ରା୨୦୨୨ ନିମନ୍ତେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ

Posted by - June 22, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଙ୍କ ଅଧ୍ୟକ୍ଷତାରେ ୨୦୨୨…

ବୌଦ୍ଧରେ ମେଗା ସ୍ୱଚ୍ଛ ଭାରତ ୨.୦ ଅନୁଷ୍ଠିତ

Posted by - October 20, 2022 0
ହରଭଙ୍ଗା : (ଚିତ୍ତରଂଜନସିଂ) ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ମନ୍ତ୍ରଣାଳୟ ଅଧୀନସ୍ଥ ନେହେରୁ ଯୁବ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ନେହେରୁ ଯୁବ କେନ୍ଦ୍ର କର୍ମକର୍ତ୍ତା ଆସମାନ…

କାଙ୍କେରୀ ମା ଡୁମେର୍ ମୁଡେନ୍ ଯୁବକ ସଂଘ ‌ଦ୍ୱାରା ଜୀବିକା ପରାମର୍ଶ କର୍ମଶାଳା

Posted by - February 7, 2023 0
ଭବାନୀପାଟଣା:୦୬/୨(ନରେନ୍ଦ୍ର ନେଗୀଙ୍କ ସହ ଅର୍ଜୁନ ପଟ୍ଟନାୟକ)ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରିଡା ମନ୍ତ୍ରଣାଲୟ ଅଧିନସ୍ତ ନେହରୁ ଯୁବକେନ୍ଦ୍ର କଳାହାଣ୍ଡି ତଥା କାଙ୍କେରୀ ମା ଡୁମେର୍ ମୁଡେନ୍…

ନାରାୟଣ ଉଚ୍ଚ ବିଦ୍ୟାଳୟ, ଛତ୍ରଙ୍ଗ ରେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

Posted by - August 5, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ନାରାୟଣ ଉଚ୍ଚ ବିଦ୍ୟାଳୟ ଛତ୍ରଙ୍ଗ ରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମିଶ୍ର ଙ୍କ ପରିଚାଳନା ଓ ବିଦ୍ୟାଳୟ…

ଦାବୀ ପୂରଣ ନ ହେଲେ ଓଡିଶା ଓବିସି ମଞ୍ଚ ଆନ୍ଦୋଳନ କୁ ବ୍ୟାପକ କରିବ

Posted by - October 24, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଓବିସି ଜନ ଗଣନା କୁ ନିଶ୍ଚିତ କରିବା, ଜନ ସଂଖ୍ୟା ଅନୁପାତରେ ବିଭିନ୍ନ କ୍ଷେତ୍ରରେ ସଂରକ୍ଷଣ ର ବ୍ୟବସ୍ଥା କରିବାକୁ ଆଇନ ପ୍ରଣୟନ କରିବା…