ମୁନିଗୁଡା :(ରମାକାନ୍ତ ପୋଡାଲ)ରାୟଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଡକ୍ଟର ବିଜୟ କୁମାର ପରିଡ଼ା ନିର୍ଦ୍ଦେଶକ୍ରମେ ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ମାଝିଗୁଡ଼ା ହାଟ ଠାରେ ରେଞ୍ଜର ଚନ୍ଦନ ଗୋମଙ୍ଗଙ୍କ ତତ୍ତ୍ଵାବଧାନରେ ଜଙ୍ଗଲ ନିଆଁ ପ୍ରତିକାର ଏବଂ ବନ୍ୟଜନ୍ତୁଙ୍କ ସୁରକ୍ଷା ସମ୍ବନ୍ଧୀୟ ସଚେତନ ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରଥମେ କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ସନ୍ତୋଷ କୁମାର ବଛା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ମଞ୍ଚରେ ନିମନ୍ତ୍ରଣ କରିଥିଲେ ଏବଂ ଏହାପରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମଟି ପ୍ରାରମ୍ଭ ହେଲାପରେ ଉପସ୍ଥିତ ଅତିଥି ମାନେ ନିଜ ନିଜର ଅଭିଭାଷଣ ରଖିଥିଲେ ଏବଂ ଏହାପରେ ଦେବଗିରି କଳା ପରିଷଦର କଳାକାର ମାନେ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ ଏଥିରେ ଜଙ୍ଗଲରେ ନିଆଁ ନ ଲଗେଇବା ଏବଂ ନିଆଁ ଲଗେଇବା ଦ୍ଵାରା ପରିବେଶ ଓ ମଣିଷ ସମାଜ ପ୍ରତି କିପରି କ୍ଷତି ସହିବାକୁ ପଡ଼ିବ ଏ ବିଷୟରେ କଳାକାର ମାନେ ନାଟକ ପରିବେଷଣ କରିଥିଲେ
ଏହି ସମୟରେ ମୁଖ୍ୟ ଅତିଥି ଭାବେ ଗୋଷ୍ଟି ପ୍ରାଣୀ ଚିକିତ୍ସକ ଡକ୍ଟର ଚିନ୍ମୟ ସାହୁ, ମୁଖ୍ୟ ବକ୍ତା ଭାବେ ସହକାରୀ ଶିକ୍ଷକ ଶ୍ରୀଧର ପଟ୍ଟନାୟକ ଓ ସମ୍ମାନୀୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରତିନିଧି ସମାଜସେବୀ ଜି. ଶିବା ମଞ୍ଚାସିନ ରହିଥିଲେ। ଫୋରେଷ୍ଟ୍ ଡିପାର୍ଟମେଣ୍ଟ ର ସମସ୍ତ କାର୍ଯ୍ୟରତ ଅଧିକାରୀଙ୍କ ସମେତ ପାରା ସ୍କ୍ୱାର୍ଡ ହାତୀ ସ୍କ୍ୱାର୍ଡ ଫାଇର୍ ସ୍କ୍ୱାର୍ଡ କର୍ମଚାରୀ ମାନେ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମଟିକୁ ଦୁଇ ହଜାରରୁ ଉର୍ଦ୍ଧ୍ୱ ଦର୍ଶକ ଦେଖିଥିଲେ।