Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ପ୍ରେମରେ ପ୍ରତାରଣା : ପ୍ରେମିକ ଘରେ ବିଷ ପିଇ ଜୀବନ ହାରିଲେ ପ୍ରେମିକା

267 0

ଧର୍ମଗଡ଼:(ହେମନ୍ତ କୁମାର ମାଝୀ)ଶବ ସତ୍କାର ପାଇଁ ପରିବାର ଲୋକେ ମନା କରିଦେଲେ। ସାମାଜିକ ବାସନ୍ଦ ଭୟରେ ଗାଁ ଲୋକେ ପାଖକୁ ଆସିଲେ ନାହିଁ। ପ୍ରଶାସନ,ସାମ୍ବାଦିକ ଓ ସ୍ୱେଚ୍ଛାସବୀ ଙ୍କ ମିଳିତ ଉଦ୍ୟମ ରେ ହୋଇଥିଲା ଶବ ସଂସ୍କାର…..

ପ୍ରେମରେ ଧୋକା ପରେ ଆତ୍ମହତ୍ୟା l ଅଲଗା ଜାତିର ପ୍ରେମର କରୁଣ ଚିତ୍ର । ପ୍ରେମିକ ବାହା ହେବା ପାଇଁ ମନା କରିବା ସହିତ ବିଷ ଦେଇ ପ୍ରେମିକାକୁ ମାରିଥିବା ଅଭିଯୋଗ l କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବେହେରା ପଞ୍ଚାୟତ ନୁଣାପାଣି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ୍ ବେହେରା ପଞ୍ଚାୟତ ନୁଣାପାଣି ଗାଁରେ ଜଣେ ଯୁବକ ଏବଂ ଯୁବତୀଙ୍କ ମଧ୍ୟରେ ଦୁଇ ବର୍ଷରୁ ପ୍ରେମ ସମ୍ପର୍କ ଥିଲା l

ଯୁବକ ଜଣଙ୍କ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲ । ଏହି ବିଷୟରେ ଦୁଇ ପରିବାର ମଧ୍ୟ ଜାଣିଥିଲେ । କିନ୍ତୁ ଯେହେତୁ ଦୁଇ ଜଣ ଭିନ୍ନ ଜାତିର ହୋଇଥିବାରୁ ପରିବାର ଲୋକେ ଯୁବତୀଙ୍କୁ ଗ୍ରହଣ କରିବା ପାଇଁ ମନା କରିଦେଇଥିଲେ । ଫଳରେ ପରିବାରବର୍ଗ ଯୁବତୀଙ୍କୁ ବାହା ହେବାକୁ ଯୁବକଙ୍କୁ ମନାକରିବା ସହ ଭୁଲି ଯିବାକୁ କହି ଆସୁଥିଲେ । କିନ୍ତୁ ଯୁବତୀ ଜଣଙ୍କ ଯୁବକଙ୍କୁ ବାହା ହେବା ପାଇଁ ଜିଦ୍ ଧରିଥିଲେ ।

ଯୁବକ ଜଣଙ୍କ ବାହା ହେବା ପାଇଁ ମନା କରିବା ପରେ ଯୁବତୀଙ୍କୁ ବିଷ ପିଇ ମରିଯିବା ପାଇଁ କହି ବିଷ ଆଣି ଦେଇଥିଲେ ବୋଲି ଅଭିଯୋଗ ହୋଇଛି l ଯୁବତୀ ଏହି ଘଟଣା ସମ୍ପର୍କରେ ତାଙ୍କ ପରିବାରକୁ ଜଣାଇଥିଲେ ଏବଂ ଯୁବକଙ୍କୁ ଘରକୁ ଯାଇ ବିଷ ପିଇ ଦେଇଥିଲେ । ଯୁବତୀଙ୍କୁ ଯୁବକଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ଧର୍ମଗଡ ହସ୍ପିଟାଲ ପରେ ଭବାନୀପାଟଣା ହସ୍ପିଟାଲକୁ ନେଇ ଯାଇଥିଲେ । ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ଗୁରୁତର ହେବା ପରେ ବୁର୍ଲା ହସ୍ପିଟାଲକୁ ରେଫର କରାଯାଇଥିଲା l ସେଠାରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ମୃତଦେହ ଗାଁକୁ ଅଣାଯାଇଥିଲା l ମୃତଦେହ ଗାଁକୁ ଆସିବା ପରେ ଯୁବକଙ୍କ ଯୋଗୁଁ ତାଙ୍କ ଝିଅର ମୃତ୍ୟୁ ହୋଇଛି ଏଥିପାଇଁ ତାଙ୍କୁ ଗିରଫ କରାଯାଉ ବୋଲି ମୃତଦେହ ରଖି ଯୁବକଙ୍କ ଘର ସାମ୍ନାରେ ବସିରହିଥିଲେ।ଘଟଣାସ୍ଥଳରେ କୋକସରା ପୋଲିସ ପହଁଚି ତଦନ୍ତ କରିଥିଲା। ଶବ ସତ୍କାର ପାଇଁ ପରିବାର ଲୋକେ ମନା କରିଦେଲେ। ସାମାଜିକ ବାସନ୍ଦ ଭୟରେ ଗାଁ ଲୋକେ ପାଖକୁ ଆସିଲେ ନାହିଁ।

ଶେଷରେ ସାମ୍ବାଦିକ ମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ପ୍ରଶାସନ ମିଳିତ ଉଦ୍ୟମ ରେ ହୋଇଥିଲା ଶବ ସଂସ୍କାର | ମାନବିକତା ଦୃଷ୍ଟିରୁ ଏହି ମହତ୍ କାର୍ଯ୍ୟ ରେ କୋକସରା ପୋଲିସ ପ୍ରଶାସନ,ଧର୍ମଗଡ଼ ତହସିଲଦାର ଓ ସ୍ଥାନୀୟ ସରପଞ୍ଚ ସାମିଲ ହୋଇ ଯୁବତୀର ଶବ ସଂସ୍କାର କରିଥଲେ।
ଦୀର୍ଘ ୧୬ଘଣ୍ଟା ରାସ୍ତା କଡ଼ରେ ପଡ଼ି ରହିଥିଲା ଶବ । ସାମ୍ବାଦିକ ଲକ୍ଷ ଜ୍ୟୋତି ଜାଲ ସାଥି ସାମ୍ବାଦିକ ସୁଧିର ଗୋପାଳ ସାମ୍ବାଦିକ ବାଳକୃଷ୍ଣ ନାଏକ, ସାମ୍ବାଦିକ ସୁବାସ ବାଗ, ସାମ୍ବାଦିକ ଶୋଭିତ ଗାନ୍ଧୀ, ସାମ୍ବାଦିକ ଦିଲ୍ଲୀପ ଦୁରିଆ, ବରିଷ୍ଠ ଆଦିବାସୀ ନେତା ଚିତ୍ତ ପୁଝାରୀ,ଭବେଶ ଗଏତା ଓ କୋକସରା ପୋଲିସ ନୁନପାଣି ଗ୍ରାମ ଘର ଘର ବୁଲି କାଠ ସଂଗ୍ରହ କରି କୋକେଇରେ ଦୁଇ କିମି ଦୂର ଗାଁ ମଶାଣିକୁ ନେଇ ଦ୍ୱାରା ଗ୍ରାମର ପ୍ରେମ ପ୍ରତାରିତା ଯୁବତୀଙ୍କ ଶବ ସତ୍କାର କରିଥିଲେ।

Related Post

ଏ.ଆଇ.ଏସ୍.ଏଫ୍ ପକ୍ଷରୁ ରାଜ୍ୟବ୍ୟାପୀ ଡିଜିଟାଲ୍ ଆନ୍ଦୋଳନ,ଶିକ୍ଷା ବଞ୍ଚାଅ-ଓଡିଶା ବଞ୍ଚାଅ ଆହ୍ୱାନ

Posted by - June 3, 2021 0
ଭୁବନେଶ୍ୱର: କରୋନା ମହାମାରୀ ମୁକାଵିଲାର ଭୁଲ ପରିଚାଳନା ପାଇଁ ସମଗ୍ର ଦେଶରେ ଶିକ୍ଷା ସଵୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଅଛି। ଗତ ୨୦୨୦ମାର୍ଚ୍ଚ ୧୦ରୁ ସ୍କୁଲ କଲେଜ ଵନ୍ଦ…

ଘୋଟିଆ ପୀଡିତା ପରିବାର କୁ ଭେଟିଲା ଜିଲ୍ଲା ଏଓଏସସିଏଫ ଟିମ ,ଦୋଷୀ ଙ୍କୁ ଗିରଫ ନ କଲେ ଜିଲ୍ଲା ବ୍ୟାପି ଆନ୍ଦୋଳନ

Posted by - August 18, 2022 0
ଧର୍ମଗଡ଼: ତା୧୮/୮(ହେମନ୍ତ କୁମାର ମାଝୀ)ଗତ ମଙ୍ଗଳବାର ଦିନ ଗୋଳମୁଣ୍ଡା ଥାନା ଘୋଟିଆ ଗ୍ରାମର ଜଣେ ଦଳିତ ଛାତ୍ରୀକୁ କିଛି ଦୁର୍ବୁତ୍ତ   ଧର୍ଷଣ ଓ ହତ୍ୟା କରିଥିବା ଅଭିଯୋଗ…

ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ ଆଜି ମହା ସମାରୋହରେ ପାତିତ

Posted by - February 19, 2023 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ ଆଜି ମହା ସମାରୋହରେ ପାତିତ ହେଉଛି ମହାଶିବରାତ୍ରୀ ।ଶ୍ରଦ୍ଧାଳୁମାନେ ତେଲନଦୀ ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ସ୍ନାନ…

ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଟିଟିଲାଗଡ ବିଜେପିର ବନ୍ଦ ଡାକରା

Posted by - October 22, 2021 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଏବଂ ତାକୁ ସହଯୋଗ କରୁଥିବା ଲୋକଙ୍କୁ କଠୋର ଦଣ୍ଡ ବିଧାନ…

ଆସନ୍ତାକାଲି ସୂର୍ଯ୍ୟୋପରାଗ।ଇ,ଜାଣନ୍ତୁ କଣ କରିବେ ,କଣ କରିବେ ନାହି

Posted by - June 20, 2020 54
ଭୁବନେଶ୍ବର :ଆସନ୍ତାକାଲି ବଳୟ ସୂର୍ଯ୍ୟୋପରାଗ। ତେବେ ଏହାର ପୂର୍ଣ୍ଣ ପରାଗ ପଥ ଉତ୍ତର ଭାରତର ଅଳ୍ପ କିଛି ଅଞ୍ଚଳ ଦେଇ ଯିବ। ଭାରତର ରାଜସ୍ଥାନ, ହରିୟାଣା ଓ…