Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କ ମତ 5 Tସ୍କୁଲରେ ପାଇଲଟ ପ୍ରୋଜେକ୍ଟରେ ଇଂରାଜି ମିଡ଼ିଅମ ପାଠ୍ୟକ୍ରମ ଆରମ୍ଭ କରାଯାଉ

242 0

ଟିଟିଲାଗଡ:(ସଞ୍ଜୟ କୁମାର ନାୟକ ) ଶିକ୍ଷା ହେଉଛି ଜଣେ ଛାତ୍ର କିମ୍ବା ଛାତ୍ରିର ଭବିଷ୍ୟତ ଗଢି ତୋଳିବାର ମାର୍ଗ। ସେଥିପାଇଁ ଅଭିଭାବକ ମାନେ ବହୁତ ଭାବିଚିନ୍ତି ନିଜ ପୁଅଝିଅଙ୍କ ନାମ ସେହି ସ୍କୁଲରେ ନାମ ଲେଖାନ୍ତି ଯେଉଁଠି ସେମାନଙ୍କୁ ଲାଗେ ଯେ ଏଠି ପଢ଼ିଲେ ତାଙ୍କର ଛୁଆର ଭବିଷ୍ୟତ ଉଜ୍ଜ୍ବଳ ହେବ।ଦିନକୁ ଦିନ ଶିକ୍ଷାର ମାନ ବଢି ବଢି ଚାଲିବା ସହ ଏବେ ସମସ୍ତ ଅଭିଭାବକ ଚାହାନ୍ତି ଯେ ତାଙ୍କ ଛୁଆ ଓଡ଼ିଆ ମିଡ଼ିଅମ ସ୍କୁଲରେ ନ ପଢି ଇଂରାଜି ମିଡ଼ିଅମରେ ପଢ଼ୁ କାରଣ ସମସ୍ତେ ଚାହାନ୍ତି ନିଜର ଛୁଆ ଉଚ୍ଚ ଶିକ୍ଷିତ ହୋଇ ଭଲ ପାଠ ପଢି ନିଜର ଭବିଷ୍ୟତ ଗଢ଼ୁ। ସେଥିପାଇଁ ଇଂରାଜି ବିଦ୍ୟାଳୟ ମାନଙ୍କର ଚାହିଦା ବଢ଼ିବା ସହିତ ଦିନକୁ ଦିନ ବିଭିନ୍ନ ନୂତନ ଇଂରାଜି ବିଦ୍ୟାଳୟ ମାନ ଗଢି ଉଠିଛି। ଲୋକଙ୍କ କହିବାନୁଯାୟୀ ଯଦି ଚାହିଦା ନ ଥାନ୍ତା ତାହେଲେ ଏତେ ଇଂରାଜି ବିଦ୍ୟାଳୟ ଖୋଲନ୍ତା କାହିଁକି ? ଦ୍ୱିତୀୟତ ଶିକ୍ଷାଦାନ ଏକ ଭଲ ବ୍ୟବସାୟ ମଧ୍ଯ ହୋଇଗଲାଣି। ଯେଉଁଥିରେ କି ପୋଷାକ ପତ୍ରଠୁ ଆରମ୍ଭ କରି ବିଦ୍ୟାଳୟରେ ନିଜେ ବହି ଖାତା ମଧ୍ଯ ବିକ୍ରି କରୁଛନ୍ତି ତାହା ବି ଛପା ଦରରେ। ଯଦି ସେହି ଜିନିଷ ବାହାରିଆ ଦୋକାନରୁ କିଣା ଯାଏ ତାହେଲେ ଅତି କମରେ ୧୫/୨୦ ପ୍ରତିଶତ ରିହାତି ଦରରେ ଉପଲବ୍ଧ ହୋଇପାରନ୍ତା।

ଆଜିକାଲି ତ ଯେଉଁ ଶିକ୍ଷାନୁଷ୍ଠାନ ଯେତେ ସୁବିଧା ଦେବ ସେ ଦିଗକୁ ଛାତ୍ର ଛାତ୍ରୀଙ୍କ ସହ ଅଭିଭାବକ ଅଭିଭାବକ ମାନେ ମଧ୍ୟ ସେଠାରେ ହିଁ ନାମ ଲେଖାଉଛନ୍ତି। ଭାବିଚିନ୍ତି ନିଜର ଛୁଆ ମାନଙ୍କ ପାଇଁ ଭଲ ବିଦ୍ୟାଳୟ ଖୋଜି ବୁଲୁଛନ୍ତି, ଖାସ କରି ଇଂରାଜି ମିଡ଼ିଆମ ବିଦ୍ୟାଳୟ। ଦିନକୁ ଦିନ ଓଡ଼ିଆ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ସଂଖ୍ୟା କମିବାରେ ଲାଗିଛି କାରଣ ହେଲା ଏବେ ଅନ୍ୱେଷା ଯୋଜନା ଅନ୍ତର୍ଗତ ପ୍ରତି ବିଦ୍ୟାଳୟରେ ୨୫ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବିଦ୍ୟାର୍ଥିଙ୍କ ପାଇଁ ସିଟ ସଂରକ୍ଷଣ ରଖାଯାଇଛି। ଏଥିପାଇଁ ଓଡ଼ିଆ ବିଦ୍ୟାଳୟରୁ ଇଂରାଜି ବିଦ୍ୟାଳୟ ଆଡକୁ ଛାତ୍ର ଛାତ୍ରୀ ବେଶି ଯାଉଛନ୍ତି, ଦ୍ୱିତୀୟତ ଏବେ ପ୍ରାୟ ସବୁ ଅଭିଭାବବଙ୍କ ଇଛା ଇଂରାଜି ବିଦ୍ୟାଳୟ ଆଡକୁ, ଧୀରେ ଧୀରେ ସମସ୍ତେ ଚାହାନ୍ତି ତାଙ୍କ ପୁଅ ଝିଅ ମଧ୍ୟ ଇଂରାଜି ଭାଷା କୁହନ୍ତୁ, ଆଜିର ଯୁଗ ସହ ତାଳ ଦେଇ ଆଗକୁ ବଢନ୍ତୁ ଯଦ୍ୱାରା ସରକାରି ବିଦ୍ୟାଳୟରେ ଯେତେ ସୁବିଧା ଦେଲେ ମଧ୍ୟ ସେତିକି ଫଳ ମିଳୁନି ତାହେଲେ ସରକାରି ସୁବିଧା ଦେଇ ମଧ୍ୟ ଫଳ ମିଳୁନି।

ଧୀରେ ଧୀରେ ଯୁଗ ସହ ତାଳ ଦେଇ ଏବେର ପିଢୀ ଆଗକୁ ବଢ଼ିବାକୁ ଚାହାନ୍ତି, ସେଥିପାଇଁ ଅଭିଭାବକ ମାନେ ଖର୍ଚ୍ଚାନ୍ତ ହୋଇ ମଧ୍ୟ ନିଜର ଛୁଆଙ୍କ ନାମ ଇଂରାଜି ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି। ଦୁଃଖର ବିଷୟ ଯେ ସରକାର ସିନା ଅନ୍ୱେଷା ଯୋଜନା ଅନ୍ତର୍ଗତ ପଛୁଆ ବର୍ଗର ପିଲା ମାନଙ୍କ ପାଇଁ ୨୫ ପ୍ରତିଶତ ସଂରକ୍ଷଣ ଦିଆଯାଉଛି ସେ ଭିତରେ ଗରିବ ସାଧାରଣ ବର୍ଗର ଲୋକଙ୍କ ଛୁଆ ସାମିଲ ହୋଇ ପାରୁନାହାଁନ୍ତି। ଯଦ୍ୱାରା ବହୁତ ଅଭିଭାବକ ମାନେ ଅନିଚ୍ଛା ସତ୍ତ୍ବେ ଓଡ଼ିଆ ସରକାରି ବିଦ୍ୟାଳୟରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି। ଆଉ କେତେ ଅଭିଭାବକ ଇଂରାଜି ବିଦ୍ୟାଳୟ ରେ ପାଠ ପଢ଼ାଇବା ପାଇଁ ନାମ ସିନା ଲେଖାଇ ଦେଉଛନ୍ତି କିନ୍ତୁ ଫିସ ବାନ୍ଧିବା ତାଙ୍କ ପାଈଁ କଷ୍ଟ ସାଧ୍ୟ ହୋଇପଡୁଛି। ଏହାର ଝଲକ କୋଭିଡ ମହାମାରୀ ସମୟରେ ଦେଖିବାକୁ ମିଳିଥିଲା ଏବଂ ସବୁ ବର୍ଷ ନାମ ଲେଖା ସମୟରେ ଫିସ ବୃଦ୍ଧିକୁ ନେଇ ମଧ୍ୟ ଅଭିଭାବକ ମାନଙ୍କ ଅଶାନ୍ତି ଦେଖିବାକୁ ମିଳିଥାଏ। ଅନ୍ୟ ପଟେ ସରକାରି ବିଦ୍ୟାଳୟରେ ଛାତ୍ର ଛାତ୍ରୀଙ୍କ ପାଈଁ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ଯାଏଁ ବିନା ଫିସ ସହ ବହି ଠାରୁ ବିଦ୍ୟାଳୟର ୟୁନିଫର୍ମ, ମିଡ ଡେ ମିଲ ଭଳି ବ୍ୟବସ୍ଥା ଦେବା ସତ୍ତ୍ବେ ବେଶୀ ସୁଫଳ ମିଳୁ ନ ଥିବା ବୁଦ୍ଧିଯିବି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସେଥିପାଇଁ କିଛି ଅଭିଭାବକ ଓ ବୁଦ୍ଧିଜୀବୀ ମାନଙ୍କ ମତ ହେଲା ଯେ ଫାଇବ ଟି ସ୍କୁଲ ଅନ୍ତର୍ଗତ ଯେତିକି ନୁଆ ରୂପରେ ବିଦ୍ୟାଳୟ ନିର୍ମିତ ହୋଇଛି ସେଠାରେ ପାଇଲଟ ପ୍ରୋଜେକ୍ଟ ଅନ୍ତର୍ଗତ ଇଂରାଜି ମିଡ଼ିଅମ ପାଠ୍ୟକ୍ରମ ପଢାଇବା ଆରମ୍ଭ କରାଯାଉ। ଏହା ସଫଳ ମଧ୍ୟ ହେବ ତାର କାରଣ ହେଉଛି ବିଗତ ଦଶ ବର୍ଷରୁ ଅଧିକ ହେବ ଓଟିଇଟି ପରୀକ୍ଷାରେ ପାସ ନ ହେବା ଯାଏଁ ନିଯୁକ୍ତି କାହାକୁ ଦିଆ ଯାଇ ନାହିଁ, ଦ୍ୱିତୀୟତ ବହୁତ ମେଧାବୀ ମଧ୍ୟ ଏହି ସରକାରି ବିଦ୍ୟାଳୟରେ ଚାକିରି ପାଉଛନ୍ତି। ସେମାନେ ଇଂରାଜି ଭାଷାରେ ଶିକ୍ଷା ଦାନ ଦେବାରେ ମଧ୍ୟ ସକ୍ଷମ ଅଟନ୍ତି। ଏବେ ଅଣ ସରକାରି ବିଦ୍ୟାଳୟର ଫିସ ଆକାଶ ଛୁଆଁ ହୋଇଥିବା ବେଳେ ଯଦି ଏହି ଫାଇଭ ଟି ସ୍କୁଲରେ ବର୍ଷକୁ ଅତି କମରେ ଗୋଟିଏ ଛୁଆର ମା ବାପା ସେହି ପାଠ୍ୟକ୍ରମ ପାଇଁ ଖୁସିରେ ଦୁଇ ହଜାର ଟଙ୍କା ଦେଇପାରିବେ। ଯଦ୍ୱାରା ଗରିବ ତଥା ମଧ୍ୟବିତ୍ତ ପରିବାରର ବହୁତ ଅଭିଭାବକ ଉପକୃତ ହେବା ସହ ସରକାରଙ୍କ ଏହି ନୂତନ ସ୍କିମରେ ବହୁତ ଛାତ୍ର ଛାତ୍ରୀ ବିନା ସଂରକ୍ଷଣରେ ଟଙ୍କା ଦେଇ ପାଠ ପଢି ପାରିବେ। ଦ୍ୱିତୀୟତ NCERT ପୁସ୍ତକ ମଧ୍ୟ ଶସ୍ତାରେ ଉପଲବ୍ଧ। ଯାହାକି ଅଭିଭାବକ ମାନଙ୍କୁ ଖର୍ଚ୍ଚାନ୍ତରୁ ରକ୍ଷା କରିବ। ଓଡ଼ିଆ ମିଡ଼ିଆମ ବିଦ୍ୟାଳୟରେ ଇଂରାଜି ମିଡ଼ିଅମ ଶିକ୍ଷା।

Related Post

ଅସହାୟ କୁ ସହାୟତା କରିବାକୁ ଆଗେଇ ଆସିଛନ୍ତି ସେଚ୍ଛାସେବୀ

Posted by - April 8, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)କୋମଳ ଶିଶୁ ପେଟ ର ନାଭିରୁ ଝରୁଛି ରକ୍ତ l ଏପରି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଗଣ୍ଡା…

ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ବନମୋହତ୍ସବ କାଯ୍ୟକ୍ରମ

Posted by - July 5, 2021 0
ବୌଦ୍ଧ:( ଚିତ୍ତରଂଜନ ସିଂ) ହରଭଙ୍ଗାବ୍ଲକ ତୁକୁଲୁଣ୍ଡା ୟୁପି ସ୍କୁଲ  ଠାରେ ବୃକ୍ଷ ରୋପଣ କଯ୍ୟକ୍ରମ ଓ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କଯ୍ୟକ୍ରମ ରେ  ବିଭିନ୍ନ କିସମ…

ସାହାଯ୍ୟ ର ହାତ ବଢ଼ାଇଲା ସ୍ବେଛାସେବୀ ସଂଗଠନ ସୂର୍ଯ୍ୟାଲୋକ ସମାଜ

Posted by - January 7, 2020 59
ଯାଜପୁର:ସମାଜ ରେ ବହୁ ନିଷ୍ପେସିତ ମଣିଷ ଅଛନ୍ତି।ସେମାନଙ୍କ ପାଖରେ ସରକାରୀ ସ୍ତରରେ କୌଣସି ବ୍ୟକ୍ତି ପହଁଚିବା ବା କୋୖଣସି ସରକାରୀ ଯୋଜନା ପହଁଚିବା କଷ୍ଟକର ହୋଇଥିବା ବେଳେ…

ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା

Posted by - November 29, 2021 0
ବୌଦ୍ଧ:(ଚିତ୍ତରଞ୍ଜନ ସିଁ )ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ପୂରି ରହିଛି l ପ୍ରଦୂଷଣମୁକ୍ତ ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟର ପ୍ରାଥମିକ ଶିକ୍ଷକ ରାମ…

ଜନ୍ମ ଦିନରେ ଚକ୍ଷୁଦାନ ପାଇଁ ଆବେଦନ

Posted by - June 30, 2021 0
ସୋନପୁର:( ଅଜିତ କୁମାର ପୁଝାରୀ)ନିଜର ଜନ୍ମ ଦିନରେ ଦେବାଦେବୀ ଦର୍ଶନ, ବସ୍ତ୍ର ଦାନ ତ କିଏ ରକ୍ତଦାନ କରିଥାନ୍ତି l ହେଲେ ସୁବର୍ଣ୍ଣପୁର ଜିଲ୍ଲାର ଏପରି ଜଣେ ଯୁବକ…