ସୁବର୍ଣ୍ଣପୁରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୬ ତମ ତିରୋଧାନ ଦିବସ ପାଳନ

55 0

ସୁବର୍ଣ୍ଣପୁର;(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ସ୍ଥାନୀୟ ଟାଉନ ହଲ ଠାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ 26 ତମ ତିରୋଧାନ ଦିବସ ପାଳନ କରାଯାଇଛି । ଏହି ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତୀରେ ବିଜେଡି କର୍ମକର୍ତାମାନଙ୍କ ଦ୍ୱାରା ପୁଷ୍ପମାଲ୍ୟ ଅର୍ପଣ ଓ ପରେ ପରେ ଟାଉନ ହଲ ଠାରେ ଏକ ସାଧାରାଣ ସଭାର ଆୟୋଜନ କରାଯାଇଥିଲା ।

ଏହି ଅବସରରେ ଜିଲ୍ଲା ବିଜେଡିର ସଭାପତି ସରୋଜ କମ୍ପ ସଭାପତିତ୍ବ କରିଥିବା ବେଳେ ରାଜ୍ୟ ଅର୍ଥ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୁଝାରୀ ଅତିଥି ଭାବେ ଯୋଗଦେଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସୃତି ଚାରଣ କରିବା ସହିତ ସୋନପୁର ର ପୂର୍ବତନ ବିଧାୟକ କୁନ୍ଦୁରୁ କୁଶଲଙ୍କ ଅବଦାନକୁ ମନେ ପକାଇଥିଲେ ।

ସେହିପରି ପୌର ପରିଷଦ ଅଧ୍ୟକ୍ଷା ତାମସୀ ତାମସ୍ମିତା ନାଏକ ବିଜୁ ବାବୁ ଏକ ମୁକୁଟ ବିହୀନ ସମ୍ରାଟ ଥିଲେ ତଥା ସୋନପୁର କୁ ଏକ ସ୍ବତନ୍ତ୍ର ଜିଲ୍ଲା ଭାବେ ଗଠନ କରିଥିବାରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଏଥିରେ ଜିଲ୍ଲାର ସମସ୍ତ ଛଅଗୋଟି ବ୍ଲକର ବିଜେଡି କାର୍ଯ୍ୟକର୍ତ୍ତାଙ୍କ ସହିତ ନିର୍ବାଚିତ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

 

Related Post

୨୩ ହାଇସ୍କୁଲ 5ଟି ରୂପାନ୍ତରିତ

Posted by - May 7, 2023 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୨୩ ଟି ହାଇସ୍କୁଲର 5ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଉଦ୍ଘାଟନ କରିଛନ୍ତି…

ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଲକ୍ଷ୍ମୀଙ୍କ ପୂଜା 

Posted by - October 13, 2022 0
ଯାଜପୁରର ବିଭିନ୍ନ ପୂଜା ମଣ୍ଡପରେ ଆରମ୍ଭ ହୋଇଛି ଧନ ଧାନ୍ୟର ଦେବୀ ମା ଗଜଲକ୍ଷ୍ମୀଙ୍କ ପୂଜା ଯାଜପୁର ବ୍ଲକ ଖଇରାବାଦ ଗ୍ରାମରେ ବେଶ ଧୂମଧାମରେ ପୂଜାପାଉଛନ୍ତି ମା ଗଜଲକ୍ଷ୍ମୀ  ମା’ଙ୍କ ଦର୍ଶନ କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ପ୍ରବଳ ଜନଗହଳି ଏଥିପାଇଁ ପ୍ରତ୍ୟେକ ପୂଜା ମଣ୍ଡପ ଆଲୋକ ସୁସଜୀତ ହୋଇଥିବାବେଳେ ମା’ଙ୍କ ମୃମୟୀମୃତୀ ଗୁଡ଼ିକ ବେଶ ଆକର୍ଷଣୀୟ ହୋଇଛି । କରୋନା କଟକଣା ପାଇଁ ଗତ ଦୁଇବର୍ଷ ନିରାଡମ୍ବର ଭାବେ ପୁଜା ପାଳିତ ହୋଇଥିବାରୁ ଚଳିତ ବର୍ଷ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଦେଇଛି  ଏହି ପୂଜା ଅବସରରେ ରଙ୍ଗାରଙ୍ଗ ସଂସ୍କୃତି କାର୍ଯ୍ୟକ୍ରମ ସହିତ ବିଭିନ୍ନ ମିନାବଜାର ଓ ଚଟପଟା ଖାଦ୍ୟର ମଜା ଉଠାଉଛନ୍ତି ଦର୍ଶକ ।ଏହି ପୂଜାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ବିଭିନ୍ନ ପୂଜାମଣ୍ଡ ମଣ୍ଡପରେ ଡ୍ରାମା ଓ ମେଲୋଡ଼ିର ଆୟୋଜନ କରାଯାଇଛି ।

ଭବାନୀପାଟଣା ଠାରେ କୃଷି ଓ କୃଷି ଯନ୍ତ୍ର ପାତି ମେଳା ଉଦଘାଟିତ

Posted by - February 14, 2023 0
ଭବାନିପାଟଣା:୧୩/୦୨(ଅର୍ଜୁନ ପଟ୍ଟନାୟକଙ୍କ ସହ ନରେନ୍ଦ୍ର ନେଗୀ) ଆଜି ଓ.ୟୁ.ଏ.ଟି କୃଷି ମହାବିଦ୍ୟାଳୟ, ଭବାନୀପାଟଣା କ୍ରୀଡା ପଡିଆ ରେ କୃଷି ଓ କୃଷି ଯନ୍ତ୍ରପାତି ମେଳା ଜିଲ୍ଲା ପରିଷଦ…