ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଚାଣ୍ଟି ପଲା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ ଯିଏ କି ରାଜ୍ୟପାଳ ପୁରସ୍କୃତ ଶ୍ରୀଯୁକ୍ତ ବୃନ୍ଦାବନ କୁମ୍ଭାର ଙ୍କ ପ୍ରଚେଷ୍ଟା ବଳରେ ଜିଲ୍ଲା ତଥା ଜିଲ୍ଲା ବାହରକୁ ଯାଇ ପିଲା ମାନଙ୍କ ନିକଟକୁ ଭ୍ରାମ୍ୟମାଣ ପାଠାଗାର ନେଇ ପହଞ୍ଚିଛନ୍ତି। କଳାହାଣ୍ଡି ଜିଲ୍ଲା ପରେ ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ସ୍ଥିତ ଋଷି ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବିଦ୍ୟା ଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଯାଇଛି। ପାଠାଗାରର ଆୟୋଜକ ରାଜ୍ୟପାଳ ପୁରସ୍କାର ତଥା ଅବସରପ୍ରାପ୍ତ ଶିଶୁ ସାହିତ୍ୟିକ ଉଦେଶ୍ୟଜ୍ଞାପନ କରିଥିବାବେଳ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ବାଗ ପୁସ୍ତକ ହିଁ ଜ୍ଞାନର ବିକାଶ କରି ଥାଏ ବୋଲି ମତବ୍ୟକ୍ତ କରିଥିଲେ।
ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ଜେନା, ପ୍ରିୟଙ୍କା ବାଗ, ରୀତା ସିଂ ଠାକୁର, ଶିକ୍ଷକ ଗୋବିନ୍ଦ ବେହେରା ଦୁଃଖ କଷ୍ଟ ବେଳେ ତଥା ନିର୍ଜନ ସ୍ଥାନରେ ପୁସ୍ତକ ହିଁ ପ୍ରକୃତ ବନ୍ଧୁ ବୋଲି ଛାତ୍ର ଛାତ୍ରୀଙ୍କୁ ଉପଦେଶ ଦେଇଥିଲେ।ସମୟ ଅପଚୟ ନକରି ଗ୍ରନ୍ଥକୀଟ ହୋଇ ମହାପୁରୁଷଙ୍କ ଜୀବନ କାହାଣୀ ପଢ଼ିବାକୁ ସୁପରାମର୍ଶ ଦେଇଥିଲେ। ଶେଷରେ ପ୍ରଶ୍ନଉତ୍ତର ମାଧ୍ୟମରେ ଚୟନ କରାଯାଇ ପ୍ରତାପ ପୋଡ଼,କାନ୍ତିଦଳ , ଗ୍ଲୋରୀ ତାଣ୍ଡିଙ୍କୁ ମାନପତ୍ର ଉପଢୌକନ ପ୍ରଦାନ କରାଯାଇଥିଲା। ଗୋବିନ୍ଦ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।