Breaking News
9:02 amବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ଚିହ୍ନଟ ପାଇଁ ଅନ୍ୟ ହସ୍ପିଟାଲ ନଯାଇ କେବଳ ଏମ୍ସ ଯିବାକୁ ସୂଚନା ଦେଲା ପୂର୍ବତଟ ରେଳପଥ 8:51 amସ୍ବାଭାବିକ ହୋଇପାରୁନି ଟ୍ରେନ୍‌ ସେବା, ଆଜି ୯ ଟ୍ରେନ୍‌ ବାତିଲ୍‌ ରହିବ ଦୁର୍ଘଟଣା ସ୍ଥଳରେ କମୁଛି ଟ୍ରେନ୍‌ ବେଗ 8:19 pmରେଳ ଦୁର୍ଘଟଣାରେ ମୃତ ଓ ଆହତଙ୍କୁ ଉଦ୍ଧାର କରି ଆସିବା ପରେ ବଦଳିଯାଇଛି ଉଦ୍ଧାରକାରୀଙ୍କ ସ୍ବଭାବ: ଏନଡିଆରଏଫର ମହାନିର୍ଦ୍ଦେଶକ 5:54 pmବ୍ରହ୍ମପୁର : ଏକ୍ସପ୍ରେସରେ ଧୂଆଁ ;ସିକନ୍ଦରାବାଦ୍‌‌-ଅଗରତାଲା ଏକ୍ସପ୍ରେସ ବି-୫ ବଗିରେ ଧୂଆଁ ଦେଖି ମଙ୍ଗଳବାର ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ଦୀର୍ଘ ୪୫ ମିନିଟ୍‌‌ ପରେ ଗଡିଲା ଟ୍ରେନ୍‌‌ 5:51 pmବାହନଗା ଟ୍ରେନ୍‌ ଦୁର୍ଘଟଣାରେ ଆହତଙ୍କୁ ଏସ୍‌ସିବିରେ ଭେଟି ଆଶୁ ଆରୋଗ୍ୟ କାମନା କଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନ ରେ ଚୈତ୍ର ଶିବ ଉପାସନା ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ସମ୍ପନ୍ନ

61 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂ)ଚୈତ୍ର ମାସ ଓଡ଼ିଆ ବାସୀଙ୍କ ଶୈବ ଓ ଶକ୍ତି ଙ୍କ ଉପାସନା ଦଣ୍ଡ ଉତ୍ସବ l ଏହି ଦଣ୍ଡ ଯାତ୍ରା ବିଷୁବ ପଣl ସଂକ୍ରାନ୍ତି ରେ ସମାପନ ହୁଏ l ସେହିପରି ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ବିଭିନ୍ନ ସ୍ଥାନ ରେ ପ୍ରଭୁ ଶିବ ଙ୍କ ର ଦଣ୍ଡ ଯାତ୍ରା ବା ଝାମୁ ଯାତ୍ରା ନିତିକାନ୍ତି ସହ ସମ୍ପନ୍ନ ହୋଇଯାଇଛି l ଏହି ମାସ ରେ ବିଭିନ୍ନ ଗ୍ରାମରେ ଥିବା ଦଣ୍ଡ ଯାତ୍ରା ପରମ୍ପରା କୁ ବଜାୟ ରଖିବା ପାଇଁ ଶିବ, ପାର୍ବତୀ ଙ୍କୁ ସାଙ୍ଗରେ ନେଇ ମାନସିକ ଧାରୀ ଭକ୍ତ ମାନେ ଛତି ଛତ୍ର,ବାନା,ଚାଉଁର,ଘଣ୍ଟଘଣ୍ଟା ଢୋଲ ମହୁରୀ ବାଦ୍ୟ ଦ୍ୱlରା ଶିବ କାଳୀଙ୍କୁ ଗ୍ରାମେ ଗ୍ରାମେ ବୁଲାଇ ଥାନ୍ତି l

ଏନେଇ ପୁର ପଲ୍ଲୀ ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରେ ଶିବଭକ୍ତ ମୟ ପରିବେଶ, ଦଣ୍ଡ ଯାତ୍ରା ଦ୍ୱାରା ଗାଁ ଦାଣ୍ଡ ଉଛୁଳି ପଡି ଥାଏ lଏପଟେ ଶିବ କାଳୀଙ୍କୁ ମଣି ଡାକ ରେ ପୁରା ପରିବେଶ ପ୍ରକମ୍ପିତ ହୋଇପଡି ଥାଏ l ସେନେଇ ହରଭଙ୍ଗା ବ୍ଲକ ରେ ଚୈତ୍ର ଦଣ୍ଡ ଉଠିବା ସହ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ରେ ନୀତିକାନ୍ତି ସହ ଝାମୁ ଯାତ୍ରା ସମାପନ ହୋଇଯାଇଛି । ଦଣ୍ଡୁଆଙ୍କ ମତଅନୁଯାୟୀ ତେର ଭୁକ୍ତା ବା ଦଣ୍ଡୁଆଙ୍କ ମେଳରେ ରୀତିନୀତି ଅନୁସାରେ ଦକ୍ଷିଣକାଳୀ ଓ ରୁଦ୍ରକାଳୀ ଙ୍କୁ ପୂଜାର୍ଚ୍ଚନା କରାଯାଇ ନିସାର୍ଦ୍ଧ ରାତିରେ ଦଣ୍ଡ ଉଠିଥାଏ ।ଦଣ୍ଡ ଉଠିବାର ପର ଦିନ ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିହୋଇଥାଏ । ଶ୍ରଦ୍ଧାଳୁ ଦଣ୍ଡୁଆମାନେ ମାସ ସାରା ନିଷ୍ଠାର ସହ ବ୍ରତ କରି କାଳୀଙ୍କୁ ପୂଜାକରି କଠିନ ସାଧନାରେ 21ଦିନ, କିମ୍ବା 17ଦିନ,7ଦିନ ପର୍ଯ୍ୟନ୍ତ ଗ୍ରାମ ଗ୍ରାମ ଶିବ ପାର୍ବତୀଙ୍କୁ ସାଙ୍ଗ ରେ ଧରି ଦଣ୍ଡଆମାନେ ବୁଲି ଥାନ୍ତି l

ପରେ ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଦିନ ଦଣ୍ଡୁଆମାନେ ବ୍ରତ ଭଙ୍ଗ କରିଥାନ୍ତି।ଯାତ୍ରା ସମୟରେ ତେର ଭୁକ୍ତା ମାନଙ୍କୁ କଠୋର ନିୟମ ମାନି ଚଳିବାକୁ ହୁଏ ଧୂଳି ଦଣ୍ଡ, ପାଣି ଦଣ୍ଡ ଆଦି କରିଥାନ୍ତି। ନିଆଁ ରେ ଚାଲିବା, କଣ୍ଟା ଉପରେ ବସିବା ଭଳି ସାଧନା ଓ ଆରାଧନାରେ ଦେବୀ ତୁଷ୍ଟ ହୋଇ ଭୁକ୍ତା ଓ ମାନସିକଧାରୀଙ୍କ ମନୋସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି। ବିଶେଷ କରି ହରଭଙ୍ଗା ବ୍ଲକ ର ହରଭଙ୍ଗା,ତିଲେଶ୍ଵର, ସରଧାପୁର, ପୁରୁଣା କଟକ, ତାକୁଡ଼, ଖଣ୍ଡହତା, ବୁରୁବୁଡ଼ା, ସାକୁସିଙ୍ଗା, ଧଳପୁର, କରଡ଼ି, ପୁରୁଣା କଟକ, କୁସଙ୍ଗ,ବନ୍ତିଝୁଲି, ଖଲିଆପାଲି,ଆଦି ଗ୍ରାମ ଗୁଡିକ ରେ ଚୈତ୍ର ଦଣ୍ଡ ବା ଝାମୁ ଯାତ୍ରା ନୀତିକାନ୍ତି ସହ ସମାପନ ହୋଇଥିବା ଦେଖିବାକୁ ମିଳିଛି l ହରଭଙ୍ଗା ର ସାଇ ଅନୁଷ୍ଠାନ ପକ୍ଷରୁ ଭକ୍ତ ମାନଙ୍କୁ ପଣା ବଣ୍ଟନ କରାଯାଇଥିଲା l ସେହିପରି ହରଭଙ୍ଗା ୟୁଥ କ୍ଲବ ପକ୍ଷରୁ ଭକ୍ତ ମାନଙ୍କ ମଧ୍ୟରେ ଉପମା, ତରକାରୀ ବଣ୍ଟନ କରାଯାଇଥିଲା l ଏଥିରେ ଅମୀୟ ସିଂହ, ପ୍ରମୋଦ ଖମାରୀ, ସପନ ବାରିକ, ପ୍ରତାପ ସିଂହ, ଦିନେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ l

Related Post

ବାଇଶପଡ଼ାରେ ନୁଆଁଖାଇ ଭେଟଘାଟ

Posted by - September 2, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ହରଭଙ୍ଗା ବ୍ଲକର ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବାଇଶପଡ଼ା ଗ୍ରାମରେ ତ୍ରିନାଥ ଯୁବ ପରିଷଦ ଆନୁକୂଲ୍ୟରେ ସଭାପତି ଅନନ୍ତ କହଁରଙ୍କ ସଭାପତିତ୍ୱରେ ବହୁ ଆଡ଼ମ୍ବର ସହକାରେ…

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟର କନିଷ୍ଠ କିରାଣୀ ଲାଞ୍ଚ ନେଇ ଭିଜଲାନ୍ସ ହାତରେ ଗିରଫ

Posted by - June 1, 2023 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ )ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନ ଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ କନିଷ୍ଠ କିରାଣୀ ସଞ୍ଜୟ କୁମାର ବାଗ କାର୍ଯ୍ୟାଳୟ ପରିସରରେ ଜଣଙ୍କ ଠାରୁ ଲାଞ୍ଚ…

ମାଟିଆଭଟା ରେ ବୀରତା ଦିବସ ପାଳିତ ସଭା ଓ ଶୋଭାଯାତ୍ରା ରେ ସହିଦ ମାଧୋ ସିଂହ ସ୍ମୃତି ଚାରଣ

Posted by - December 31, 2022 0
ଖପ୍ରାଖୋଲ: ୩୧/୧୨( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ମାଟିଆଭଟା ହାଇସ୍କୁଲ ପଡିଆ ଠାରେ ବିଞ୍ଜାଲ ଛାତ୍ର ସଙ୍ଗଠନ ତରଫରୁ ୧୬୪ ତମ ବୀରତା…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ବର ଲିଙ୍କ୍‌

Posted by - August 27, 2020 0
ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣାରେ ପ୍ରେମିକା ରିଆ ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଡ୍ରଗ୍‌ସ ଲିଙ୍କ ମାମଲାରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ଏକ ପ୍ରେସମିଟ୍‌ରେ ପ୍ରତିକ୍ରିୟା ରଖିଛନ୍ତି। ଡ଼ିଜିଙ୍କ…

୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲାପାଳ

Posted by - February 21, 2023 0
ବୌଦ୍ଧ: ୨୧ା୨(ଚିତ୍ତରଞ୍ଜନ ସିଂ)ଜଟିଳ ରୋଗରେ ପିଡିତ ହୋଇ ବୌଦ୍ଧ ଜିଲା ମୁଖ୍ୟଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ୫ ଜଣ ଶିଶୁଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲାପ୍ରଶାସନ ପକ୍ଷରୁ ବାହାରକୁ…