Breaking News
7:25 amପରବର୍ତ୍ତୀ ରାଜ୍ୟପାଳ ନିଯୁକ୍ତି ଯାଏ ପ୍ରଫେସର ଗଣେଶୀ ଲାଲଙ୍କୁ ଦାୟିତ୍ବ 7:25 amବୁଧବାର ରାଜ୍ୟରେ +୨ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି,ପ୍ରାୟ ସମସ୍ତ କଲେଜରେ ଭଲ ଫଳ ହୋଇଛି 7:24 amବିଦ୍ୟୁତ ବିଭାଗ ଡିଜିଏମ୍‌ ଦାମୋଦର ଦାଶଙ୍କ ୮.୩୩ ଲକ୍ଷର ସମ୍ପତ୍ତି ବାଜ୍ୟାପ୍ତ। ଭିଜିଲାନ୍ସ ଆବେଦନ ଆଧାରରେ ବାଜ୍ୟାପ୍ତ କଲେ ସ୍ୱତନ୍ତ୍ର କୋର୍ଟ 7:23 amକଟକ ବକ୍ସଡ୍ରେନ୍ ଟ୍ରାଜେଡି ଘଟଣା: ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ। ସହକାରୀ ଯନ୍ତ୍ରୀ ସଂଜୀବ ପ୍ରଧାନ ଓ ଦିଲୀପ ସାହୁ ନିଲମ୍ବିତ। କର୍ତ୍ତବ୍ୟରେ ଅବହେଳା ନେଇ ନିଲମ୍ବନ କଲା ନଗର ଉନ୍ନୟନ ବିଭାଗ,ଗମାଡିଆ ପାଖରେ ପାଇପ୍ ସନ୍ଧିରେ ଖସିପଡ଼ି ନାବାଳିକାର ମୃତ୍ୟୁ ହୋଇଥିଲା 7:22 amକେନ୍ଦ୍ରାପଡ଼ା : ଜାଲ୍‌ ଦସ୍ତଖତରେ ସାଢ଼େ ୯ ଲକ୍ଷ ଟଙ୍କା ହଡ଼ପ, ପରିବାର ସହ ଅଭିଯୁକ୍ତ ମହିଳା ଫେରାର୍‌,ମିସନ ଶକ୍ତି ଏମ୍‌ବିକେ ବା ଦକ୍ଷ ନଥିପତ୍ର ପରିଚାଳିକା ଲୋପାମୁଦ୍ରା ବେହେରା(୩୬)ଙ୍କ ନାମରେ ଏତଲା

କ୍ରସର ଉଜାଡିବ ଟସର ଚାଷ

110 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ରାଜ୍ୟର ଖୋର୍ଦ୍ଧା, ସମ୍ବଲପୁର  ଜିଲ୍ଲା ଓ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଆଦି ଅଞ୍ଚଳରେ ପ୍ରଦୂଷଣ କାରଣରୁ ସ୍ଥାନୀୟ ଲୋକଙ୍କ ପ୍ରବଳ ବିରୋଧ ଯୋଗୁଁ କ୍ରସର ଶିଳ୍ପ ସବୁ ବନ୍ଦ ହୋଇଯାଇଥିବା ବେଳେ ସଦର ବ୍ଲକର ଗୋଛାପଡା ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ଛତୁ ଫୁଟିଲା ଭଳି ୬ଟି କ୍ରସର ସ୍ଥାପନ ଯୋଗୁଁ, ସେହି ଅଞ୍ଚଳର ଲୋକମାନେ ଏବେ ପ୍ରଦୂଷଣର ବିଷ ବଳୟ ମଧ୍ୟରେ କାଳତିପାତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି।ଅନୁସନ୍ଧାନରୁ ଜଣାପଡ଼ିଛି କି ୨୦୧୧ ମସିହାରେ ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ବୌଦ୍ଧ ଜିଲ୍ଲାରେ ରାସ୍ତା ନିର୍ମାଣର ନିର୍ମାଣ ସାମଗ୍ରୀ ଯୋଗାଣ ପାଇଁ ଗୋଛାପଡା ପଞ୍ଚାୟତର ବିଜାପଦର ଠାରେ ଏକ କ୍ରସର ସ୍ଥାପନ କରିବାକୁ ମହାରାଷ୍ଟ୍ରର ଏକ ଘରୋଇ କମ୍ପାନୀକୁ ଅନୁମତି ମିଳିଥିଲା।

ତେବେ ଏଠାରେ ଏହି କ୍ରସର ହେଲା ପରେ ପରେ ସ୍ଥାନୀୟ ଅଞ୍ଚଳର କେତେକ ରାଜନୈତିକ ଦଲାଲଙ୍କ ମାଧ୍ୟମରେ କେତେକ ପ୍ରତିପତ୍ତିଶାଳୀ ବ୍ୟକ୍ତି ବିଜାପଦର, ଖମ୍ବେଶ୍ୱରୀଝୁଲି, ଝାରମୁଣ୍ଡା ଆଦି ଅଞ୍ଚଳର ମାତ୍ର ୩କିଲୋମିଟର ପରିଧି ମଧ୍ୟରେ ସବୁ ନୀତିନିୟମକୁ ବେଖାତିର କରି ଗୋଟିଏ ପରେ ଗୋଟିଏ କ୍ରସର ସ୍ଥାପନ କରିଚାଲିଲେ।ଏଭଳି ଛତୁ ଫୁଟିଲା ଭଳି କ୍ରସର ସ୍ଥାପନ ଯୋଗୁଁ ପ୍ରବଳ ମାତ୍ରାରେ ପଥର ଗୁଣ୍ଡ ଉଡୁଥିବା ଯୋଗୁଁ ବର୍ତ୍ତମାନ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ଦୁର୍ବିସହ ହୋଇପଡିଥିବାର ଅଭିଯୋଗ ହୋଇଛି। ଯେହେତୁ ପଥରଗୁଣ୍ଡ ଉଡିବା ଓ ପାଣି ପକା ନଯିବାରୁ କାରଣରୁ ଗୁଣ୍ଡସବୁ ଉଡି ଚାଷଜମି ଗୁଡିକ ଉର୍ବରତା ହରାଇଲାଣି। ଚାରଣଭୂମି ଅଞ୍ଚଳର ପଥରଗୁଣ୍ଡ ମିଶା ଘାସଲତା ଖାଇ ଗୋରୁଗାଈ ମାନେ ନାନା ରୋଗରେ ଆକ୍ରାନ୍ତ ହେଉଛନ୍ତି।

ସେହିପରି ଅଞ୍ଚଳର ମହୁଲ ଗଛ ଗୁଡିକରେ ମହୁଲ ଫୁଲ  ଆସିବାର ମାତ୍ରା ଅନେକ ପରିମାଣରେ କମି ଯାଇଥିବାରୁ ପଥରଗୁଣ୍ଡ ଯୋଗୁଁ ଏଭଳି ସମସ୍ୟା ସବୁ ଉପୁଜିଛି ବୋଲି ସ୍ଥାନୀୟ ଅଧିବାସୀ ମାନେ ଅଭିଯୋଗ କରିଛନ୍ତି।ଏହାଛଡା ଲୋକଙ୍କ ନିଶ୍ୱାସ ପ୍ରଶ୍ୱାସରେ ଧୂଳିଗୁଣ୍ଡ ପଶୁଥିବାରୁ ନିକଟରେ ଥିବା ଗୋଟିଏ ସ୍କୁଲର ଛାତ୍ରଛାତ୍ରୀଙ୍କ ସହିତ ବିଜାପଦର, ଖମ୍ବେଶ୍ୱରୀଝୁଲି, ସିଆଁଲିମୁଣ୍ଡା, ମାଳିସାହି ଆଦି ଗମାଳିସାହି ଆଦି ଗ୍ରାମର ଲୋକମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଦିଗରେ ଆଶଙ୍କା ପ୍ରକାଶ ପାଇଛି। ସବୁଠୁ ବଡ଼କଥା ହେଲା ୨୦୦୫ ମସିହାରେ ବୌଦ୍ଧ ଜିଲ୍ଲାର ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମିଶ୍ରଙ୍କ ଆଗ୍ରହ ପ୍ରକାଶ ଯୋଗୁଁ ସେତେବେଳେର ବାଉଁଶୁଣି ଟସର ଅଧିକାରୀ ପ୍ରମୋଦ ନାୟକଙ୍କ ଉଦ୍ୟମରେ ମାଳିସାହି, ବିଜାପଦର, ମଲ୍ଲିକପଡା ଆଦି ଅଞ୍ଚଳର ୧୦୫ ହେକ୍ଟର ଜମିରେ ଟସର ଚାଷ ପାଇଁ ଅର୍ଜୁନ, ଅସନ ପ୍ରଭୃତି ବୃକ୍ଷ ରୋପଣ କରାଯାଇ ଏସବୁ ଗ୍ରାମର ୧୧୫ ଜଣ ଚାଷୀଙ୍କୁ ତାଲିମ ପ୍ରଦାନ କରାଯାଇ ଟସର ଚାଷ କରାଯାଉଥିଲା।

ଚାଷରେ ଜଣେ ଜଣେ ଚାଷୀ ବର୍ଷକୁ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିଲେ। ହେଲେ କ୍ରସରର ପଥର ଗୁଣ୍ଡ ଯୋଗୁଁ ଚାଷ ପାଇଁ ଉଦ୍ଦିଷ୍ଟ ଗଛ ମରିଯିବା ସହ ଚାଷରେ ଉତ୍କୃଷ୍ଟତା କମିଯିବା କାରଣରୁ ଚାଷୀଙ୍କ ଆୟ କମିଯିବାରୁ ଅନେକ ଚାଷୀ ଏବେ ଏହି ଚାଷରୁ ମୁହଁ ଫେରାଇ ନେଇଥିବା ଜଣାପଡ଼ିଛି। ଏତେସବୁ ସତ୍ତ୍ୱେ ସବୁ ନୀତିନିୟମକୁ ଜଳାଞ୍ଜଳି ଦେଇ ଗୋଟିଏ ଗୋଟିଏ କ୍ରସର ଏଠାରେ ଗଢି ଉଠୁଥିବାରୁ କ୍ରସର ପାଇଁ ଲୋକଙ୍କ ସମସ୍ୟା ଦ୍ବିଗୁଣିତ ହେଉଛି। ଏନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଜିଲ୍ଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଛନ୍ତି।ଏହି କାରଣରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ବହୁଦିନ ହେଲା ଅସନ୍ତୋଷ ଲାଗି ରହିଛି।

Related Post

ବନ୍ଦ ପରିବର୍ତ୍ତେ ସମ୍ବଲପୁର ଜିଲ୍ଲା କଂଗ୍ରେସ କଲା ଡିଆଇଜି ଅଫିସ ଆଗରେ ବିକ୍ଷୋଭ

Posted by - November 12, 2021 0
(ରମାକାନ୍ତ ବିଶ୍ବାଳ)ଓଡିଶା କଂଗ୍ରେସର ୬ ଘଣ୍ଟିଆ ବନ୍ଦ କୁ ହାଇକୋର୍ଟ ରୋକ ଲଗାଇବା ପରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି କରିଛି ସମ୍ବଲପୁର ଡିଆଇଜି ଅଫିସ ଆଗରେ…

ଟିଟିଲାଗଡ ହାଇସ୍କୁଲ ଖେଳ ପଡିଆଠାରୁ ଡିଏନ ରିଶର୍ଟ ଯାଏଁ ଟ୍ରାଫିକ ଜାମ – ଯିବା ଲୋକ ହଟହଟା

Posted by - March 20, 2023 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଦିନକୁ ଦିନ ଟିଟିଲାଗଡ ସହରର ନାଁ ଆଗକୁ ବଢ଼ିବାରେ ଲାଗିଛି। ଗମନା ଗମନ ପାଇଁ ହେଉ କି ପାଠ ପଢା ପାଇଁ ହେଉ କି…

ଗୋଟାଏ ପିସ୍ତଲ ଓ ୫ଟି ମୋବାଇଲ ଜବତ ସହିତ ୫ ଜଣ ଡକାୟତ ଗିରଫ

Posted by - July 26, 2021 0
ଖୋର୍ଦ୍ଧା:(ଶୁଭଲକ୍ଷ୍ମୀ ସାମନ୍ତରା)ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ଦୀର୍ଘଦିନ ପରେ ମିଳିଛି ବଡ ସଫଳତା । ଏକ ବଡ଼ ଡକାୟତ ଗ୍ୟାଙ୍ଗର ପର୍ଦାଫାଶ କରିବାରେ ପୋଲିସ ସଫଳ ହୋଇଛି…

ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

Posted by - October 14, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଆନ୍ତଃର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ…

ଅଧ୍ୟକ୍ଷ ପଦ ଛାଡିଲେ ସନ୍ତୋଷ ଭୋଇ

Posted by - August 17, 2021 0
ସୋନପୁର :(ଅଜିତ୍ କୁମାର ପୁଝାରୀ)  ଅଧ୍ୟକ୍ଷ ପଦ ଛାଡିଲେ ସୁବର୍ଣ୍ଣପୁର ଜିଲ୍ଳା ବିରମହାରାଜପୁର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ l ବ୍ୟକ୍ତିଗତ ତଥା ପାରିବାରିକ ସମସ୍ୟା…