ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ଅଧିନ ଡଙ୍କାରୀ ଓ ରାହାଡପୁର ଖାଦାନ ଅଂଚଳ ଆଜି ପରିଦର୍ଶନ କରିଛନ୍ତି ରାଜସ୍ୱ ବିଭାଗର ଅତିରିକ୍ତ ସଚିବ ବିଭୁତି ଭୂଷଣ ଦାସ । ବେଆଇନ ଲଘୁ ଖଣିଜ ସଂପଦ ଲୁଟ୍ କାରବାରରେ ରୋକ୍ ଲଗାଇବାକୁ ପ୍ରଶାସନ ପ୍ରୟାସ ଜାରି ରଖିଛି । ପୂର୍ବରୁ ସଂପୃକ୍ତ ଖାଦାନ ଅଂଚଳରେ ୧୪୪ଧାରା ଜାରି କରିଥିଲା ପ୍ରଶାସନ । ତେବେ ଏହା ସତ୍ୱେ ପଥର ମାଫିଆମାନେ ଏଠାରୁ ଖଣି ଲୁଟ୍ କରୁଥିବା ଅଭିଯୋଗ ଉଠିଛି ।
ସଚିବ ପ୍ରଥମେ ଡଙ୍କାରୀ କଳାପଥର ଖାଦାନ ଓ ପରେ ରାହାଡପୁର ଅଂଚଳ ପରିଦର୍ଶନ କରି ଏସବୁର ଯାଂଚ କରିଥିଲେ । ଏହି ଗସ୍ତ ସମୟରେ ଯାଜପୁର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ଅତିରିକ୍ତ ତହସିଲଦାରଙ୍କ ସମେତ ଧର୍ମଶାଳା ଓ ଜେନାପୁର ଥାନା ଅଧିକାରୀ ପ୍ରମୁଖ ସାମିଲ ଥିଲେ । କୈାଣସିମତେ ବେଆଇନ କାରବାରକୁ ପ୍ରଶୟ ଦିଆଯିବନାହିଁ ବୋଲି ସଚିବ ସୂଚନା ଦେଇଛନ୍ତି ।
Facebook Notice for EU!
You need to login to view and post FB Comments!