ଯାଜପୁର :ଛାତ୍ର ଛାତ୍ରୀ ମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ଏଆଇଡିଏସଓ ପକ୍ଷରୁ ଯାଜପୁରରେ ସଂହତି ଦିବସ ପାଳିତ ହୋଇଯାଇଛି । ସ୍କୁଲ କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ କ୍ରମାଗତ ଭାବେ ପିଂ ବୃଦ୍ଧିକୁ ପ୍ରତ୍ୟାହାର କରିବା,ଖାଲିପଡିଥିବା ଶିକ୍ଷକ ପଦବୀକୁ ପୁରଣ କରିବା ଆଦି ଦାବୀରେ ଆଜି ସଂଗଠନ ପକ୍ଷରୁ ପଥପ୍ରାନ୍ତ ସଭା ଓ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା । ପଂଜାବର ପଟିଆଲାରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
