ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସହରରେ ବିନା ଡ୍ରାଇଭିଂ ଲାଇସେନ୍ସ ରେ ସ୍କୁଲ ଓ କଲେଜ ପିଲାମାନେ ଗାଡି ଚଲାଉଥିବା ବେଳେ ସେମାନଙ୍କୁ ମହଙ୍ଗା ପଡିଛି l
ଏପରି କି ୩ ଜଣ ନାବାଳକ ଗାଡି ଚାଳକଙ୍କ ଠାରୁ ସେମାନଙ୍କ ଅଭିଭାବକଙ୍କ ଉପସ୍ଥିତି ରେ ପ୍ରତ୍ୟକଙ୍କ ଠାରୁ ୨୫୦୦୦/- ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରାଯାଇ ଭବିଷ୍ୟତରେ ଏଭଳି କାର୍ଯ୍ୟ ନକରିବା ପାଇଁ ସମସ୍ତଙ୍କୁ ନିର୍ଦେଶ ଦିଆଯାଇଛି । ଏହା ସହିତ ସେମାନଙ୍କୁ ୨୫ ବର୍ଷ ହେବା ପର୍ଯ୍ୟନ୍ତ ଡ୍ରାଇଭିଂ ଲାଇସେନ୍ସ ପ୍ରାପ୍ତ ପାଇଁ ଅନୁମତି ରଦ୍ଧ କରାଯାଇଥିବା ଆଞ୍ଚଳିକ ପରିବହନ ପକ୍ଷରୁ ସୂଚନା ମିଳିଛି ।