ଗୋଚାଲାଣ ବେଳେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ, ଗାଡି ଛାଡି ଡ୍ରାଇଭର ଫେରାର

523 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ) ବିପଦରେ ଗୋ ସମ୍ପଦ। ଗୋ ଚାଲାଣ ହେଉଥିବା ସମୟରେ ଗାଡିକୁ ଅଟକାଇଲେ ସ୍ଥାନୀୟ ଲୋକେ। ଫଳରେ ଗାଡିକୁ ଛାଡି ଚମ୍ପଟ ମାରିଛି ଡ୍ରାଇଭର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବାରବାଟୀ ବଜାରରେ। ୧୬ନଂ ଜାତୀୟ ରାଜପଥ ଦେଇ କୁଆଖିଆ ଅଭିମୁଖେ ଯାଉଥିଲା ଏହି ଗୋରୁ ବୋଝେଇ ପିକ୍ ଅପ୍ ଭ୍ୟାନ। କୌଣସି ସୂତ୍ରରୁ ଖବର ପାଇ କିଛି ଯୁବକ ଏହାର ପିଛା କରି ବାରବାଟୀ ଛକ ନିକଟରେ ଗାଡିଟିକୁ ଅଟକାଇଥିଲେ।

ଠିକ ଏହି ସମୟରେ ଗାଡି ଚାଳକ ଘଟଣାସ୍ଥଳରୁ ଖସିଯିବାକୁ ସକ୍ଷମ ହୋଇଥିଲା। ଫଳରେ ସ୍ଥାନୀୟ ଲୋକେ ଗାଡ଼ିରେ ବନ୍ଧା ହୋଇଥିବା ୬ଗୋଟି ଗାଈକୁ ଫିଟାଇ ବାହାରକୁ ଛାଡି ଦେଇଥିଲେ। ପରେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାସ୍ଥଳରେ ପହଂଚି ଉକ୍ତ ଭ୍ୟାନଟିକୁ ଜବତ କରି ତଦନ୍ତ ଚଳାଇଛି। ତେବେ ଏହି ଗାଈଙ୍କୁ କେଉଁଠୁ ଅଣାଯାଇଥିଲା ଏବଂ କେଉଁଠାକୁ ଚାଲାଣ କରାଯାଉଥିଲା ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ।

Facebook Notice for EU! You need to login to view and post FB Comments!

Related Post

କୋଶଲି କବି ସ୍ବର୍ଗତ ଚତୁର୍ଭୁଜ ସାଆନ୍ତଙ୍କ ସ୍ମୃତିରେ ସାରସ୍ବତ ଶ୍ରଦ୍ଧାଞ୍ଜଳୀ ସଭା ଓ ପୁସ୍ତକ ଉନ୍ମୋଚନ

Posted by - May 31, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ବିଶିଷ୍ଟ କୋସଲି କବି ସ୍ବର୍ଗତ ଚତୁର୍ଭୁଜ ସାଆନ୍ତକଁର ପ୍ରଥମ ଶ୍ରାଦ୍ଧ ଦିବସ ତାଙ୍କ ନୀଳଚକ୍ର ନଗରସ୍ଥିତ ବାସ ଭବନରେ ପାଳିତ ହୋଇଯାଇଛି। ଏହି ଅବସରରେ…

Leave a comment

Your email address will not be published.