ଯାଜପୁର: ଦଶରଥପୁର ବ୍ଲକ ଚିତାଳୋ ସ୍ଥିତ ଚିତାଳୋ ଡିଗ୍ରୀ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି ବରିଷ୍ଠ ବିଜେଡ଼ି ନେତା କର୍ଣ୍ଣାଟକେଶରୀ ଦାସ ।
ଏହିପରିପ୍ରେକ୍ଷୀରେ ମହାବିଦ୍ୟାଳୟ କନ୍ଫରେନ୍ସ ହଲ୍ରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଦୌତ ପ୍ରସାଦ ମଲ୍ଲିକ ଙ୍କ ସମେତ ସମସ୍ତ ସଭ୍ୟ ନୂତନ ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହି ଅବସରରେ ନୂତନ ସଭାପତି ମହାବିଦ୍ୟାଳୟର ଶିକ୍ଷା ଭିତ୍ତି ଭୂମିରେ ଉନ୍ନତିକରଣ ସମେତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କ ସମସ୍ୟାର ସମାଧାନ ଉପରେ ସର୍ବାଧିକ ଗୁରୁତ୍ୱ ଦେବେ ବୋଲି ପ୍ରତିଶୃତି ଦେଇଥିଲେ ।
ଅଧ୍ୟାପିକା ଅଧ୍ୟାପକ ଓ କର୍ମଚାରୀମାନେ ସରକାରଙ୍କ ନିୟମାବଳି ମୁତାବକ ନିଜ ନଜର ଦାୟୀତ୍ୱ ସମ୍ପାଦନ କରିବା ସହିତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ସର୍ବାଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିତାଳୋ ସରପଞ୍ଚ ବିଜୟ ଲକ୍ଷ୍ମୀ ଶତପଥୀ, ପରିଚାଳନା କମିଟି ସଭ୍ୟ ନିରଂଜନ ପଣ୍ଡା, ପୁଷ୍ପିତା ପଣ୍ଡା, ନିଶିକାନ୍ତ ରାୟଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ ।