Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ସେବା ସମସ୍ୟା ଓ ସମାଧାନ ବିଷୟରେ ଆଲୋଚନା କଲେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ

191 0

ଟିଟିଲାଗଡ଼:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ଼ ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ସହରବାସୀଙ୍କ ପାଇଁ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅନ୍ୟ ପଟେ କେତେ ଡାକ୍ତର ଆସି ଯୋଗ ଦେଇ କିଛି ଦିନ ପରେ ପଳେଇଲେ, ଯଦ୍ୱାରା ଯେଉଁ ଦୁଃଖକୁ ସେଇ ଦୁଃଖ ହୋଇ ରହିଥିଲା। କିଛି ଦିନ ତଳେ ଟିଟିଲାଗଡ଼ କଂଗ୍ରେସ ଦଳ ପକ୍ଷରୁ ସହରର ବିଭିନ୍ନ ସମସ୍ୟାକୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା, ସେ ଭିତରେ ଡାକ୍ତର ସମସ୍ୟା ଅନ୍ୟତମ।

କିଛି ମାସ ତଳେ ଆମ ଆଦମୀ ପାର୍ଟି ପକ୍ଷରୁ ମଧ୍ଯ ଗଣଧାରଣା ଏହି ଡାକ୍ତର ଅଭାବ ପାଇଁ ଦିଆଯାଇଥିଲା, ଧାରଣା ଦେବାର କିଛି ଦିନ ଭିତରେ ତିନି ଡାକ୍ତର ଆସି ଯୋଗଦେଲେ, ପୁଣି ସେମାନେ ଛୁଟିରେ ପଳେଇଲେ, ନୂତନ କୋର୍ସ ପାଇଁ ଡାକ୍ତର ଓଁକାର ହୋତା ମଧ୍ଯ ବାହାରକୁ ଗଲେ। ତେବେ ଦିନକୁ ଦିନ ସରକାରୀ ଡାକ୍ତରଖାନାରେ କାର୍ଯ୍ୟରତ ଡାକ୍ତରଙ୍କ ଉପରେ ଚାପ ବଢିଲା, ସବୁ ତଥ୍ଯ ଗ୍ରହଣ କରି ଏହାର ସମାଧାନ ନିମନ୍ତେ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଭୁବନେଶ୍ବର ଠାରେ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି।

ଟିଟିଲାଗଡ଼ର ବିଧାୟିକା ତଥା ମାନ୍ୟବର ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଭୁବନେଶ୍ବର ସ୍ଥିତ ଲୋକସେବା ଭବନ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ଓ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସହିତ ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗର ସମସ୍ୟା ଓ ସମାଧାନ ପାଇଁ ଏକ ସ୍ଵତନ୍ତ୍ର ବୈଠକ କରିଥିଲେ।

ଏହି ବୈଠକରେ ଟିଟିଲାଗଡ଼ ବ୍ଲକ ଅଧକ୍ଷା ଶ୍ରୀମତୀ ସଂଯୁକ୍ତା ନାୟକ, ଟିଟିଲାଗଡ଼ ପୌର ପରିଷଦ ର ଉପାଧକ୍ଷା ଶ୍ରୀମତୀ ପୁଷ୍ପମଞ୍ଜରି ଜାଲ , ଟିଟିଲାଗଡ଼ ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ଗୀତା ବିଶି, ତୁଷୁରା ଅଧକ୍ଷ ଶ୍ରୀ ଅଜୟ ଜୈସୱାଲ୍, ଗୁଡ଼ଭେଲା ବ୍ଳକ ର ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ରାମ ନିବାସ ଅଗ୍ରୱାଲ ଉପସ୍ଥିତ ରହି ସ୍ଥାନୀୟ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ସମସ୍ତ ସମସ୍ୟାର କିପରି ଅତି ଶିଘ୍ର ସମାଧାନ ହେବ ସେ ଦିଗରେ କାର୍ଯ୍ୟ କରିଥିବା ବେଳେ ସହରବାସୀ କେବେ ଉପକୃତ ହେବେ ବୋଲି ଲୋକ ଆଶା ବାନ୍ଧି ଅପେକ୍ଷା କରିଛନ୍ତି।

Related Post

ଅନୁଷ୍ଠିତ ହେବ ଡଙ୍ଗରିଆ ଙ୍କ ନିୟମରାଜା ପର୍ବ

Posted by - February 17, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଓ ରାୟଗଡା ସୀମାନ୍ତ ରେ ଅବସ୍ଥିତ ପ୍ରାକୃତିକ ସମ୍ପଦ ରେ ଭରପୁର ଓ ବନବାସୀ ଆଦିମ ଜନଜାତି ଙ୍କ…

ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା, ଚିକିତ୍ସା ରେ ବିଳମ୍ବ ପାଇଁ ଗର୍ଭବତି ମହିଳା ଙ୍କ ମୄତ୍ୟୁ

Posted by - July 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ଜିଲ୍ଲା ଜୁଯୋମୁରା ବ୍ଳକର କେସାପାଲି ପଞ୍ଚାୟତ ମିଦ୍ଧାପଡା ରେ ଖଟିଆ ରେ ବୁହା ହେଲେ ଗର୍ଭବତୀ ମହିଳା, ଚିକିତ୍ସା ରେ ବିଳମ୍ବ ପାଇଁ ଗର୍ଭବତି…

ଭୁବନେଶ୍ବରରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ,

Posted by - June 23, 2022 0
ଭୁବନେଶ୍ବର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଆଜି ବିଳମ୍ବିତ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ସେ ଆଜି ଅପରାହ୍ନରେ ମୟୂରଭଂଜ ଜିଲ୍ଲା…

ଓଡ଼ିଶାରେ ଦ୍ୱିତୀୟ କରୋନା ରୋଗୀ ସୁସ୍ଥ ହୋଇ ହସ୍‌ପିଟାଲ୍‌ରୁ ଡିସ୍‌ଚାର୍ଜ

Posted by - April 1, 2020 0
ଭୁବନେଶ୍ବର୧/୪:ଆଜି ଭୁବନେଶ୍ବର ଏମ୍ସ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି ଦ୍ବିତୀୟ କରୋନା ରୋଗୀ। ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାଙ୍କୁ ଡିସ୍‌ଚାର୍ଜ କରାଯାଇଛି। ଟ୍ବିଟ ଜରିଆରେ ସୂଚନା…