ବୌଦ୍ଧ:୨୨/୩ 🙁 ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଜିଲ୍ଲାର ୫ ଜଣ ଦୁସ୍ଥ କଳାକାରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ମୁତାବକ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ଶିବିରକୁ ଆସିଥିବା ୫ ଜଣ କଳାକାର (ଚିତ୍ରଶିଳ୍ପୀ) ଆର୍ଥିକ ଅବସ୍ଥା ଭଲ ନଥିବାରୁ ଜିଲ୍ଲାପାଳଙ୍କୁ ଜଣାଇ ଥିଲେ। ସେମାନଙ୍କ ବିଷୟରେ ଉପଯୁକ୍ତ ତଦନ୍ତ ପରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ସମସ୍ତ ଦୁସ୍ଥ କଳାକାରଙ୍କୁ ଡକାଇ ନିଜ କାର୍ଯ୍ୟାଳୟ ପ୍ରକୋଷ୍ଠ ରେ ଜିଲ୍ଲା ରେଡକ୍ରସ ପାଣ୍ଠି ରୁ 10 ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଆଗକୁ ଜଣେ ଜଣେ ଭଲ ଚିତ୍ର ଶିଳ୍ପୀ ହୋଇ ଜିଲ୍ଲା ପାଇଁ ସୁନାମ ଆଣିବାକୁ ପରାମର୍ଶ ଦେଇଥିଲେ ।
ସୂଚନା ମୁତାବକ ଏହି କଳାକାର ମାନେ ହେଲେ ବୌଦ୍ଧ ସହରର ଲୀପସା ମାନସିଂହ,ହରଭଙ୍ଗାର ସମ୍ବାରୁ ନାଏକ, ରୁଗୁଡ଼ିପାଲି କଣ୍ଟାମାଳ ର ରିପନ୍ ପରିଛା,ପଲଶାଗୋରା କଣ୍ଟାମାଳ ର ନିବାସ ସୁନା ଓ ବୌଦ୍ଧ ବଡରାହାଯୋର୍ ର ସୁନିଲ ଭୋଇ ଏହି ସହାୟତା ପାଇଥିବା ଜଣାଯାଇଛି । ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା ଓ କନିଷ୍ଠ ରାଜସ୍ବ ସହାୟକ ସୋମେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।