ବୌଦ୍ଧ:(ଚିତ୍ତରଞ୍ଜନ ସିଂହ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୂଣ୍ଡିମହୁଲ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିଶ୍ଵ ଜଳ ଦିବସ ପାଳିତ ହୋଇଯାଇଛି ।ବିଶ୍ଵ ଜଳ ଦିବସ ଅବସରରେ ପଞ୍ଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ପଞ୍ଚାନନ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସ୍ବତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଥିଲା ।ଏହି ସ୍ବତନ୍ତ୍ର ଗ୍ରାମସଭାରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜଳ ଓ ପରିମଳ ବିଭାଗର ଜିଲ୍ଲା ପରାମର୍ଶଦାତା ସରୋଜ ରଞ୍ଜନ ପାଢ଼ୀ ଓ ସମ୍ମାନିତ ଅତିଥି ବି ଆର୍ ସି ଅର୍ଜୁନ ଦାସ, ଜଳ ବିଭାଗର ବ୍ଲକ ସଂଯୋଜକ ବାମଦେବ ମହାନ୍ତି ପ୍ରମୁଖ ଯୋଗ ଦେଇ ବିଶ୍ଵ ଜଳ ଦିବସ ଓ ଓଡି ଏଫ୍ ପ୍ଲସ ଉପରେ ବକ୍ତବ୍ୟ ରଖିଥିଲେ ।
ରୂଣ୍ଡିମହୁଲ ପଞ୍ଚାୟତକୁ ଓ ଡି ଏଫ୍ ପ୍ଲସ ଘୋଷଣା କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଗ୍ରହଣ କରାଗଲା l ଗ୍ରାମସଭାକୁ ମାଷ୍ଟର ଟ୍ରେନର ପୂର୍ଣ୍ଣଚରଣ ସାହୁ ପରିଚାଳନା କରିଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଇନ୍ଦ୍ରମଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ଗ୍ରାମସଭାରେ ପଞ୍ଚାୟତର ସମସ୍ତ ୱାର୍ଡ ସଭ୍ୟ ସଭ୍ୟା, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ, ଏମ ବିକେ ଓ ଅନେକ ଜନସାଧାରଣ ପ୍ରମୁଖ ଯୋଗ ଦେଇଥିଲେ ।ନୁଆପାଲି ଗ୍ରାମର ପ୍ରତ୍ୟେକ ଘରେ ଶୋକ ପିଟ, କମ୍ପୋଷ୍ଟ ପିଟ୍ କରିବାକୁ ଗ୍ରାମର ଏକାଦଶୀ ଖେତୀ ଓ କୋପନିଆ ଭାଇ ନେତୃତ୍ଵ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।