Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏସପିଙ୍କୁ ଭେଟିଲେ ଅଭିଯୋଗକାରୀ

104 0

ଯାଜପୁର:ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍‌ ସୟଦପୁର ଗ୍ରାମରେ ବାଲି ପକାଇବା ବିବାଦକୁ କେନ୍ଦ୍ରକରି ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ପାଇଁ ଏସପିଙ୍କୁ ଭେଟିଲେ ଅଭିଯୋଗକାରୀ । ଚଳିତ ମାସ ୧୨ ତାରିଖରେ ସେକ ସରିଫ ବାଲି ପକାଇବାକୁ ନେଇ ଶେଖ ସମଦଙ୍କୁ ପ୍ରବଳ ମାଡ଼ ମାରିବା ସହିତ ତାଙ୍କ ଗୋଡ଼ ହାତକୁ ଆକ୍ରମଣ କରିଥିଲେ ।

ଏ ନେଇ ସମଦଙ୍କ ପତ୍ନୀ ବିଂଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲା। ଏନେଇ ଆଜି ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଯାଜପୁର ଏସପି ବିନିତ ଅଗ୍ରୱାଲଙ୍କୁ ଭେଟି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ  ଅଭିଯୋଗ କରିଛନ୍ତି । ଅନ୍ୟପଟେ ଏସପି ଏହି ଘଟଣାର ତଦନ୍ତ କରି ଯଥାଶୀଘ୍ର ଅଭିଯୁକ୍ତ ଉପରେ କାର୍ଯ୍ୟଅନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି l

Related Post

ହାତୀ ଉପଦ୍ରବ ପ୍ରତିକାର ଓ କ୍ଷତିପୂରଣ ଦାବି କରି ନିରାଶ ହେଲା ପରେ ରାସ୍ତା ରୋକ

Posted by - November 11, 2021 0
ସୋନପୁର:(ଅଜିତ କୁମାର ପୁଝାରୀ)ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବର ପ୍ରତିକାର ଓ କ୍ଷତିପୂରଣ ଦାବୀରେ ଝାରବାହାଲି ଛକରେ ସୋନପୁର-ସମ୍ବଲପୁର ରାଜ୍ୟ ରାଜାପଥ ଅବରୋଧ କଲେ ସ୍ଥାନୀୟ…

ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ,ଜିଲ୍ଲାର ସମସ୍ତ ଅଧିକାରୀ ପିନ୍ଧିଲେ ସୋନପୁରୀ/ ସମ୍ବଲପୁରୀ ବସ୍ତ୍ର

Posted by - May 24, 2022 0
ସୋନପୁର:(ଅଜିତ କୁମାର ପୁଜହାରୀ) ସୋନପୁରୀ ତଥା ସମ୍ବଲପୁରୀ ହସ୍ତତନ୍ତ ବସ୍ତ୍ର କୁ ପରିଚିତ କରାଇବା ପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପ୍ରଶଂଶନୀୟ ପଦକ୍ଷେପ ନିଆଯାଇଛି…

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ କାମ କରି ସାଲେପାଳି ଗାଁର ଶ୍ରମିକ ପାଉଣା ପାଇନଥିବା ଅଭିଯୋଗ , ପଞ୍ଚାୟତ କାର୍ଯ୍ୟଳୟ ରେ ପକାଇଲେ ତାଲା

Posted by - September 27, 2022 0
ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା) ସରକାର ଗ୍ରାମାଞ୍ଚଳ ରେ ବାସ କରୁଥିବା ଶ୍ରମିକ ମାନଙ୍କୁ କାମ ଯୋଗେଇ ଦେବା ପାଇଁ ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ…

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର ଏନଏସଏସ ପକ୍ଷରୁ ସ୍ବେଚ୍ଛାସେବୀ ଦିବସ ପାଳିତ

Posted by - December 6, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ପଞ୍ଚାୟତ ମହାବିଦ୍ଯାଳୟ ପରିସରରେ ଜାତୀୟ ସେବା ଯୋଜନାର କୋ ୟୁନିଟ ତରଫରୁ ଆନ୍ତର୍ଜାତୀୟ ସ୍ବେଚ୍ଛାସେବୀ ଦିବସ ପାଳିତ ହୋଇଯାଇଛି ।ଏଥିରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟର…

ବହୁ ଚର୍ଚିତ ପିହୁ ନିଖୋଜ ମାମଲା ଘଟଣା ର ଯାଜପୁର ଜିଲ୍ଲାପାଳଙ୍କ  କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା

Posted by - August 10, 2022 0
ଯାଜପୁର  ବିଝାଂରପୁର ଥାନା ମଧୁସୁଦନ ପୁର ଗ୍ରାମର ବହୁ ଚର୍ଚିତ ପିହୁ ନିଖୋଜ ମାମଲା ଘଟଣା କୁ ପୁରିଲା ଦୁଇ ବର୍ଷ।  ହେଲେ  ପୋଲିସ ପିହୁ ର ପତ୍ତା ଠାବ କରିବାରେ  ବିଫଳ ହୋଇଛି। ନ୍ୟାୟ ନମିଳିବାରୁ  ପିହୁ ର ମା ମୋନାଲିସା ନାୟକ ଆଜି ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । କ୍ରାଇମବ୍ରାଞ୍ଚ ଏହି ଘଟଣା ର ତଦନ୍ତ କରି ମଧ୍ୟ କୌଣସି ଲାଭ ମିଳି ନାହିଁ Iପୁର୍ବରୁ ସେ ଜିଲ୍ଲାପାଳ ଙ୍କ ମାଧ୍ୟମରେ ଇଛାମୃତ୍ୟୁ ପାଇଁ ନିବେଦନ କରିବା ସହ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବୀ କରିଥିଲେ ।ହେଲେ ତାଙ୍କ କଥାକୁ ରାଜ୍ୟ ସରକାର ଗ୍ରହଣ କରୁନାହାନ୍ତି କି ତାଙ୍କ ଝିଅ କୁ ଖୋଜିବାରେ ପୋଲିସ ତତ୍ପରତା ଦେଖାଉନଥିବାରୁ ସେ ଧାରଣା ଜାରି ରଖିବେ ବୋଲି କହିଛନ୍ତି ।  ସୁଚନା ଅନୁସାରେ ଗତ ଅଗଷ୍ଟ ୨୦୨୦ ମସିହା ୮ ତାରିଖ ରେ ପିହୁ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲା ବିଝାଂରପୁର ଥାନାରେ ମା ମୋନାଲିସ ଅଭିଯୋଗ କରିଥିଲେ ବି  ପୋଲିସ ର ନିଷ୍କ୍ରିୟତା କାରଣରୁ ତାଙ୍କ ଝିଅ ମିଳୁନଥିବା ମୋନାଲିସା ଅଭିଯୋଗ କରିଛନ୍ତି।