ଷ୍ଟେଟ୍ ସ୍କୁଲ ସ୍ପୋର୍ଟ ଚାମ୍ପିଅନସିପ ପାଇଁ ଶେଷ ବୈଠକ ଅନୁଷ୍ଠିତ

108 0

ଭୁବନେଶ୍ବର: ୨୧/୦୩(ପାୟଲ ରାଉତ)ଭୁବନେଶ୍ଵର କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ -୩ କମ୍ୟୁନିଟି ହଲ୍ ରେ ଆଜି “ଷ୍ଟେଟ୍ ସ୍କୁଲ୍ ସ୍ପୋର୍ଟ ଚାମ୍ପିଅନସିପ” (ରଗବି, ଟେବୁଲ୍ ଟେନିସ, ବାଡ ମିଣ୍ଟନ) ପାଇଁ ଶେଷ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି। ଏହି ବୈଠକ ରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିଶ୍ଵନାଥ ତରାଇ , ଭୁବନେଶ୍ବର ର ଗୋଷ୍ଠୀ ଶିକ୍ଷା ଅଧିକାରୀ – ଶ୍ରୀମତୀ ପ୍ରଜ୍ଞା ପରମିତା ଜେନା,ଏ.ବି.ଓ, ବି.ଆର୍.ସି.ସି, ସି.ଆର୍.ସି.ସି, କ୍ୟାପିଟାଲ ହାଇସ୍କୁଲ ହେଡ୍ ମାଷ୍ଟର- ଶ୍ରୀ ଜିତେନ୍ଦ୍ର କୁମାର ନାୟକ ଏବଂ ଖୋର୍ଦ୍ଧା ଜିଲ୍ଲା ର ମୁଖ୍ୟ ୪୬ ଜଣ କ୍ରିଡ଼ା ଶିକ୍ଷକ ଯୋଗ ଦେଇ ଥିଲେ।

ଏହି ବୈଠକ ରେ ଆସନ୍ତା କାଲି ହେବାକୁ ଯାଉଥିବା ଚାମ୍ପିଅନ ଶିପ ସମ୍ପର୍କ ରେ ଆଲୋଚନା କରା ଯାଇଥିଲା। କିଭଳି ରୁପେ ସୁଚାର ଭାବେ ଏବଂ ଶାନ୍ତିପୂର୍ଣ୍ଣ ରୁପେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇ ପାରିବ ସେ ବିଷୟ ସହିତ ଅନ୍ୟାନ୍ୟ ସ୍ପୋର୍ଟସ ସମ୍ପର୍କ ରେ ଆଲୋଚନା କରାଯାଇ ଅଛି।

ସର୍ବ ଶେଷ ରେ ଦଧି ବାବନ୍ ଉଚ୍ଚ ବିଦ୍ୟାଳୟ ର କ୍ରିଡ଼ା ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ରାଉତ ୪୫ ଜଣ ସେଣ୍ଟ୍ରାଲ ଅଫିସିଆଲ୍ ଏବଂ ଖୋର୍ଦ୍ଧା ଜିଲ୍ଲା ରୁ ଆସିଥିବା ୫୫ ଜଣ ଶିକ୍ଷକ ଏବଂ ଅଫିସର ଙ୍କୁ ନିଜ ତରଫ ରୁ ଜର୍ସି ଦେବା ପାଇଁ ମତ ରଖି ଥିଲେ। ଏହା ପରେ ଖୋର୍ଦ୍ଧା ଆଈ.ପି ତଥା ଜିତେନ୍ଦ୍ର କୁମାର ନାୟକ ତାଙ୍କୁ ଧନ୍ୟବାଦ୍ ଦେବା ସହ ସମସ୍ତ କାର୍ଯ୍ୟ ରେ ସର୍ବଦା ତାଙ୍କର ଏକଭାବ ମନୋଭାବ କୁ ପ୍ରଶଂସା କରିଥିଲେ। ଏହି ଷ୍ଟେଟ୍ ସ୍କୁଲ୍ ଚାମ୍ପିଅନସିପ ଆସନ୍ତା କାଲି ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଙ୍କ ଦ୍ବାରା ଇନାଗୁରେସନ କରାଯିବ ବୋଲି ସୂଚନା ମୁତାବକ ଜଣା ପଡ଼ିଛି।

Related Post

ରାଜ୍ୟସ୍ତରୀୟ କିକ ବକ୍ସିଂ ରେପଂରି ସେମିନାର ଉଦଯାପିତ

Posted by - October 28, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ସଂସ୍କୃତି ଭବନ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ କିକ ବକ୍ସିଂ ରେପଂରି ସେମିନାର ଉଦଯାପିତ ହୋଇଯାଇଛି । ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି…

ତେତେଲେଙ୍ଗା ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରିଡ଼ାଉତ୍ସବ ଉଦଘାଟିତ

Posted by - December 8, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ସଦର ବ୍ଲକ ତେତେଲେଙ୍ଗା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନି ଉତ୍ସବ ରେ ବିଦ୍ୟାଳୟ ର ଅଧ୍ୟକ୍ଷ…

ରାଜା ବେହରଗୁଡ଼ା ଠାରେ ଭଲିବଲ ଟୁର୍ନାମେଣ୍ଟ ଉଯାଫନ ଦିବସ

Posted by - December 13, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ)ନବରଙ୍ଗପୁର ବ୍ଲକ ସାଶନ ପଂଚାୟତ ରାଜା ବେହରଗୁଡ଼ା ଠାରେ ମା ଠାକୁରାଣୀ ଆଦିବାସୀ ଯୁବକ ସଂଘ ତରଫରୁ ଆୟୋଜିତ ଭଳିବଲ ଟୁର୍ନାମେଣ୍ଟ ଫାଇନଲ ଦିବସ…

କାନାଡ଼ାକୁ ୫-୧ ଗୋଲରେ ହରାଇ କ୍ୱାର୍ଟର ଫାଇନାଲରେ ଭାରତ

Posted by - December 8, 2018 0
ଭୁବନେଶ୍ୱର : ବିଶ୍ୱକପ୍‌ ପୁରୁଷ ହକିର କ୍ୱାର୍ଟର ଫାଇନାଲରେ ଭାରତ କାନାଡ଼ାକୁ ୫-୧ ଗୋଲରେ ହରାଇ ପୁଲ୍‌- ସି’ର ଟପ୍‌ରେ ରହି ସିଧା କ୍ୱାର୍ଟର ଫାଇନାଲରେ ଜାଗା…

ବିଶ୍ବକପ୍‌ରେ ବଡ଼ ବିପର୍ଯ୍ୟୟ, ଅଲିମ୍ପିକ୍ସ ବିଜେତା ଆର୍ଜେଣ୍ଟିନାକୁ ହରାଇଲା ଫ୍ରାନ୍ସ ନ୍ୟୁଜିଲାଣ୍ଡ ସହ ଅମୀମାଂସିତ ରଖି ସ୍ପେନର ବିଦାୟ

Posted by - December 7, 2018 79
ଭୁବନେଶ୍ବର: ବଡ଼ ବିପର୍ଯ୍ୟୟ ସହିତ ଓଡ଼ିଶା ପୁରୁଷ ହକି ବିଶ୍ବକପ୍‌ରେ ଗୁରୁବାର ପୁଲ୍ ‘ଏ’ ଲିଗ୍ ପର୍ଯ୍ୟାୟ ଶେଷ ହୋଇଛି। ରିଓ ଅଲିମ୍ପିକ୍ସ ବିଜେତା ତଥା ବିଶ୍ବ…