ଯାଜପୁର: (ଆନନ୍ଦ ଚନ୍ଦ୍ର ସାହୁ)ବସ୍ ଷ୍ଟାଣ୍ଡ ରେ ନିଆଁ ଲାଗି ଜଳିଗଲା ଦୁଇ ବସ୍ | ଏକ ବଡ଼ ଧରଣର ଦୁର୍ଘଟଣାରୁ ବଂଚିଗଲେ ଲୋକେ। ଯାଜପୁର ଜିଲ୍ଲା ଯାଜପୁର ରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ବସ ଷ୍ଟାଣ୍ଡରେ ହଟାତ ଜଳିଗଲା ଦୁଇଟି ଘରୋଇ ବସ। ବସ ଦୁଇଟିର ନାମ ହେଲା ସୁଲଚନା ଆଉ ନିରୂପମା। ପ୍ରତେକ ଦିନ ଭଳି ଆଜି କଟକରୁ ଯାଜପୁର ରୋଡ ଚାଲୁଥିବା ଏହି ଦୁଇଟି ବସ ନିର୍ଧାରିତ ସମୟରେ ଆସି ବ୍ୟାସନଗର ବସ ଷ୍ଟାଣ୍ଡରେ ପହଂଚି ଯାତ୍ରୀଙ୍କୁ ଛାଡି ଡ୍ରାଇଭର ଆଉ ହେଲ୍ପର ଖାଇବାକୁ ଯାଇଥିଲେ
ତେବେ କିଛି ପ୍ରତ୍ୟକ୍ଷ ଦର୍ଶି ଙ୍କ କହିବାନୁସାରେ ବସ ଭିତରୁ ହଠାତ୍ତେ ନିଆଁ ଲାଗିଥିବା ଦେଖିବାକୁ ପାଇ ସେମାନେ ବସ୍ କର୍ମଚାରୀ ଙ୍କ ସହ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ. | ବସଷ୍ଟାଣ୍ଡରେ ବସରେ କିଭଳି ନିଆଁଲାଗିଲା ଏହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି କରିଥିବା ବେଳେ କେହି କେହି ମଶା ବତୀ ରୁ ନିଆଁ ଲାଗିଥିବା ଅନୁମାନ କରୁଛନ୍ତି |
ତେବେ ଏତେ ବଡ଼ ଅଗ୍ନିକାଣ୍ଡରୁ ଅଳ୍ପକେ ଚାଳକ ଓ ଖଲାସି ବର୍ତ୍ତୀ ଥିବା ବେଳେ ଅଗ୍ନୀସମ ବିଭାଗ ଦ୍ବାରା ନିଆଁ ଲିଭା କାର୍ଯ୍ୟ ଜାରି ରହିଛି | ତେବେ ଘଟଣା ସ୍ଥଳରେ ଯାଜପୁର ରୋଡ ପୋଲିସ ପହଂଚି ବସ ପୋଡିବାର କାରଣ ତଦନ୍ତ ଆରମ୍ଭ କରିଛି।