ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ଖମ୍ବେଶ୍ୱରୀ ମନ୍ଦିର ପରିସର କଲ୍ୟାଣ ମଣ୍ଡପ ରେ ଆଜି ପୂଜ୍ୟ ସ୍ଵାମୀ ସୁଧାନନ୍ଦ ସରସ୍ଵତୀ ଙ୍କ ପୁରୋହିତ୍ୟ ରେ ବେଦ ପ୍ରଚାର ସମିତି ତରଫରୁ ଏକାବନ କୁଣ୍ଡିୟ ବିଶ୍ଵଶାନ୍ତି ବୈଦିକ ମହାଯଜ୍ଞ କାର୍ଯକ୍ରମ ଅନୁଷ୍ଟିତ ହୋଇ ଯାଇଛି । ଯଜ୍ଞ ହେଉଛି ବିଶ୍ଵର ସର୍ବଶ୍ରେଷ୍ଟ କାର୍ଯକ୍ରମ ଓ ଏହି କାର୍ଯ୍ୟକ୍ରମ ଯେତେ ପରିମାଣ ରେ ହେବ ସାରା ବିଶ୍ୱର କଲ୍ୟାଣ ହେବ ବୋଲି ଏହି ହବନ୍ କାର୍ଯକ୍ରମ ରେ ମତ ରଖିଛନ୍ତି ।
ସ୍ଵାମୀ ସୁଧାନନ୍ଦଙ୍କ ବାଣୀ କୁ ପ୍ରତି ମଣିଷ ସମାଜକୁ ଉନ୍ନତ ଜୀବନ ଅତିବାହିତ କରିବା ସକାଶେ ସହାୟ ହେବ ବୋଲି ପଣ୍ଡିତ କବିନ୍ଦ୍ର ପଣ୍ଡିତ ମତ ଦେଇଥିଲେ ।୫୧ ଜଣ ଉଭୟ ପତି ପତ୍ନୀ ଯଜମାନ ଭାବେ ଯଜ୍ଞରେ ବସିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବେଦ ପ୍ରଚାର ସମିତି ର ସଂଯୋଜକ ପଙ୍କଜ ମେହେର,ଙ୍କ ସଂଯୋଜନ ରେ
କିଛି ଯୁବ ପ୍ରତିଭା ଙ୍କୁ ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ଜୀବନ ପୁସ୍ତକ ପ୍ରଦାନ କରାଯାଇ ଥିଲା ।
ଯଜ୍ଞ କାର୍ଯକ୍ରମ ରେ ପୁଷ୍ପାଞ୍ଜଳି ମେହେର, ବୈଦିକ ଗାୟକ ବୈଦ୍ୟନାଥ ଜାଲ, କଲ୍ୟାଣୀ ଜାଲ, ସରୋଜ ମିଶ୍ର, ସୁଦାମ ଚରଣ ହୋତା, ପଙ୍କଜିନି ଦାସ, ପ୍ରଣତି ଗଡିଆ, ଦୀନବନ୍ଧୁ ନାଗ, ପର୍ଶୁରାମ ମେହେର, କଳ୍ପନା ମେହେର ପ୍ରମୁଖ ସାହୟୋଗ କରିଥିଲେ । ସହରର ଶହ ଶହ ଅବାଳ ବୃଦ୍ଧ ବନିତା ବୈଦିକ ବାଣୀ ଶ୍ରବଣ କରିଥିଲେ ।