ତିନି ବ୍ଲକରେ ହେବ ବୈଷୟିକ ଶିକ୍ଷା ଓ ନିଯୁକ୍ତିଭିତ୍ତିକ ତାଲିମ ଶିବିର

25 0

ବୌଦ୍ଧ:୧୯ା୩(ଚିତ୍ତରଞ୍ଜନ ସିଂ)ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ ଓ ବୌଦ୍ଧ ଜିଲା ପ୍ରଶାସନ ର ମିଳିତ ସହଯୋଗରେ ଜିଲାର ତିନୋଟି ବ୍ଲକ ପରିସରରେ ବ୍ଲକସ୍ତରୀୟ ବୈଷୟିକ ଶିକ୍ଷା ଓ ନିଯୁକ୍ତିଭିତ୍ତିକ ତାଲିମ ପରାମର୍ଶ ଶିବିର ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ମିଳିଥିôବା ସୂଚନା ମୁତାବକ ହରଭଙ୍ଗା ବ୍ଲକ କାର୍ଯ୍ୟାଳୟଠାରେ ୨୧ ତାରିଖ ବୌଦ୍ଧ ବ୍ଲକ କାର୍ଯ୍ୟାଳୟଠାରେ ୨୨ ତାରିଖ ଓ କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ୨୩ ତାରିଖ ଦିନ ଏହି ପରାମର୍ଶ ଶିବିର ଅନୁଷ୍ଠିତ ହେବ ।

ଏହି ଶିବିରରେ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର,ଡିପ୍ଲୋମା ପାଠ୍ୟକ୍ରମ ବିଶ୍ୱ ଦକ୍ଷତା କେନ୍ଦ୍ର ଭୁବନେଶ୍ୱରରେ ୨୦୨୩ ଶିକ୍ଷାବର୍ଷ ପାଇଁ ଶିକ୍ଷା ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀମାନେ କିମ୍ବା ସେମାନଙ୍କ ଅଭିଭାବକମାନେ ପହଞ୍ଚି ଆବେଦନ କରିପାରିବେ ।

ଏଥିସହିତ ଶିବିରରେ ଜିଲାର ସମସ୍ତ ବ୍ଲକ ଓ ସହରାଞ୍ଚଳର ୧୮ ବର୍ଷରୁ ଉର୍ଦ୍ଧ୍ୱ ବେକାର ଯୁବକ ଯୁବତୀମାନେ ଅଂଶଗ୍ରହଣ କରି ସରକାରୀ ଅନୁବନ୍ଧିତ ଅନୁଷ୍ଠାନ ଗୁଡିକରେ ମାଗଣାରେ ତାଲିମ ନେଇ ବେସରକାରୀ କ୍ଷେତ୍ରରେ ଯୋଗାଇଦିଆଯାଉଥିବା କର୍ମ ନିଯୁକ୍ତିର ସୁଯୋଗ ନେବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Related Post

ଏମସିଏଲ ଡିଜିଏମଙ୍କ ଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ

Posted by - March 10, 2022 0
ବୌଦ୍ଧ:(ଚିତ୍ତ ରଂଜନସିଂ)ବୁର୍ଲା ମହାନଦୀ କୋଲର୍ଡ ଫିଲଡ ଲିମିଟେଟର ଡେପୁଟି ଜେନରାଲ ମ୍ୟାନେଜର ସଂଜିବ ମହାପାତ୍ର ଆଜି ଅପରାହ୍ନରେ ନିଜ ସହ ଧର୍ମିଣୀଙ୍କ ସହ ବୌଦ୍ଧଜିଲ୍ଲା ସଂଗ୍ରହାଳୟ ପରିଦର୍ଶନ…

ଅଗ୍ନିଶମ ବିଭାଗ ଦ୍ୱାରା ମକଡ଼୍ରିଲ

Posted by - April 19, 2022 0
ସୋନପୁର:(ଅଜିତ କୁମାର ପୁଜାହାରୀ)ସୋନପୁର ସହରର କୋଶଳ ଆବାସିକ ବିଦ୍ୟାଳୟ ପ୍ରାଙ୍ଗଣରେ ଜିଲ୍ଲା ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ଦ୍ଵାରା ଏକ ମକଡିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

ବେଦାନ୍ତ କମ୍ପାନୀର ସ୍ଥାନୀୟ ଅଞ୍ଚଳ କୁ ଉପେକ୍ଷା ଓ ପାରିପାଶ୍ବିର୍କ ବିକାଶ ଅବହେଳା ର ପ୍ରତିବାଦ

Posted by - October 21, 2021 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ/ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କାରଖାନା ଯୋଗୁଁ ଅଂଚଳର ବ୍ୟାପକ ଅଞ୍ଚଳ ପ୍ରଦୂଷଣ ହେଉଛି, ଲୋକେ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧି ରେ…

ବର୍ଷେ ହେଲା କାମକରି ଶ୍ରମିକ ପାଉଣା ପାଇ ନ ଥିବା ଅଭିଯୋଗ

Posted by - January 12, 2022 0
ଖପ୍ରାଖୋଲ: ୧୨/୧(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଂଚାୟତ ଆମ୍ବବାହାଲି ଗାଁ ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ…