ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ରୁ ଏସ ଟି ଏଫ ବାଘ ଛାଲ ଜବତ କରିବା ସହ ଜଣକୁ ଗିରଫ କରିଛି l ପ୍ରକାଶ ଥାଉକି ସାତକୋଶିଆ ଅଭୟାରଣ୍ୟ ଟି ଘଞ୍ଚ ଜଙ୍ଗଲ ଅଟେ l ଯଥା – ପଦ୍ମତୋଳା, ମୁଣ୍ଡେଶ୍ୱର ଜଙ୍ଗଲ ଏହି ଅଭୟାରଣ୍ୟ ଭିତରେ ବାଘ, ହାତୀ, ହରିଣ, କୁଟୁରା ଆଦି ବହୁ ସଂଖ୍ୟା ରେ ରହୁଛନ୍ତି l ଏହି ଅଭୟାରଣ୍ୟ ଟି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର କୁଶଙ୍ଗ ବନ୍ୟ ପ୍ରାଣୀ ରେଞ୍ଜ ଅଧୀନରେ ରହିଛି l ଏହି ଅଭୟାରଣ୍ୟ ଅଞ୍ଚଳ ରେ 50 ରୁ ଉର୍ଦ୍ଧ୍ୱ ଶିକାରୀ ଚୋରା ବନ୍ଧୁକ ସାହାର୍ଯ୍ୟ ରେ ଅବାଧ ରେ ପଶୁ ଶିକାର କରୁଛନ୍ତି l
ଅବାଧ ରେ ପଶୁ ଶିକାର ହେଉଥିଲେ ହେଁ ବିଭାଗ ତରଫରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉନଥିବାରୁ ବାରମ୍ବାର ଏ ଅଞ୍ଚଳ ରେ ପଶୁ ଶିକାର ହେଉଥିବା ଅଭିଯୋଗ ହେଉଛି l ଆଜି ଏସ ଟି ଏଫ ବାଘ ଛାଲ ସହ ଶିକାରୀ କୁ ଗିରଫ କରିଛି l ପ୍ରକୃତ ପକ୍ଷେ ଶିକାରୀ ମାନେ ବହୁ ଚତୁରତା ସହ ଶିକାର କରି ଚମ୍ପଟ ମାରୁଥିବା ଜଣାଯାଏ l ଶିକାରୀ କୁ ଗିରଫ କରିବାକୁ କୌଣସି ଦୃଢ ପଦକ୍ଷେପ ଗ୍ରହଣ କରାଯାଉନାହିଁ l ଏସ ଟି ଏଫ PS କେ୍ସ ନଂ.05 ତା.19/03/23 U/ s 379/411/120( B) IPC r/w. Sec.51 ବନ୍ୟ ପ୍ରାଣୀ ସୁରକ୍ଷା ଆଇନ 1972 ଆଧାରରେ ମାମଲା ରୁଜୁ କରାଯାଇଛି l
ଏହା ପୂର୍ବରୁ ଶିକାରୀ ମାନେ ଏହି ଜଙ୍ଗଲ ରେ ହାତୀ ଓ ବାଘ ଶିକାର କରିବା ସହ ଚମ୍ପଟ ମାରିଥିବା ନଜିର ଅଛି l ଆଜି ପ୍ରଦାନ କରାଯାଇଥିବା ପ୍ରେସ ନୋଟ ତଥ୍ୟ ଅନୁଯାୟୀ ଜବତ ହୋଇଥିବା କଳରାପତରିଆ ବାଘ ଛାଲ କୁ ଏସ ଟି ଏଫ ପକ୍ଷରୁ ପରୀକ୍ଷା କରିବା ପାଇଁ ଡେରାଡୁନଠାରେ ଥିବା ପରୀକ୍ଷାଗାରକୁ ପଠାଯିବା ସହ ଶିକାରୀ ( ଆସାମୀ ) ହରଭଙ୍ଗା ଗ୍ରାମର ଗିରିଶ କୁମାର ସାହୁ ଙ୍କୁ ଆସନ୍ତାକାଲି ହରଭଙ୍ଗା JMFC କୋର୍ଟ କୁ ପଠାଯିବ ବୋଲି ଏସ ଟି ଏଫ ସୂତ୍ରରୁ ପ୍ରକାଶ l