ହରିଶଙ୍କର ମନ୍ଦିର ପାରିପାର୍ଶ୍ବିକ ଉନ୍ନୟନ କାମର ତଦାରଖ କଲେ ସମ୍ବଲପୁର ଆର୍ ଡି ସି

55 0

ଖପ୍ରାଖୋଲ: ୧୮/୩(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ରେ ଥିବା ପଶ୍ଚିମଓଡ଼ିଶା ର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହରିଶଙ୍କର କୁ ଶନିବାର ସମ୍ବଲପୁର ଉତ୍ତରାଞ୍ଚଳ ଆର୍ ଡି ସି ସୁରେଶ ଚନ୍ଦ୍ର ଦଳେଇ ଗସ୍ତ କରିଥିଲେ। ଏହି ଅବସରରେ ହରିଶଙ୍କର ମନ୍ଦିର ର ପାରିପାର୍ଶ୍ବିକ ଉନ୍ନୟନ କାମ ର ତଦାରଖ କରିଥିଲେ। ସରକାରଙ୍କ ତରଫରୁ ପ୍ରଥମ ପର୍ଯ୍ୟାୟରେ ୨ କୋଟି ରୁ ଉର୍ଦ୍ଧ ଟଙ୍କା ଅନୁଦାନ ଦେଇଥିବା ବେଳେ ଦୋକାନ ଗୃହ ନିର୍ମାଣ ହୋଇଛି।

ଦ୍ୱିତୀୟ ପର୍ଯ୍ୟାୟ ମନ୍ଦିର ପରିସର ଉନ୍ନୟନ ପାଇଁ ୧୫ କୋଟି ଟଙ୍କା ର ଟେଣ୍ଡର ସରିଥିବା ବେଳେ ଉନ୍ନୟନ କାମ ଚାଲିଛି। ଉନ୍ନୟନ କାମ ତଦାରଖ ସହ କାର୍ଯ୍ୟ ନିର୍ବାହୀ ପୂର୍ତ୍ତ ବିଭାଗ ସହ ଆଲୋଚନା କରିଥିଲେ।

ଗସ୍ତ ଅବସରରେ ପାଟଣାଗଡ ଉପଜିଲ୍ଲାପାଳ ଡ଼ ବିଜୟାନନ୍ଦ ସେଠୀ, କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇ ଅର୍ଜୁନ ବେହେରା, ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତ, ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ବେଦବ୍ୟାସ ଭୋଇ, ହରିଶଙ୍କର ମନ୍ଦିର ପରିଚାଳକ ଗୁପ୍ତେଶ୍ୱର କୁଅଁର ପ୍ରମୁଖ ଉପସ୍ଥିତ ଥିଲେ। ପରେ ହରିଶଙ୍କର ଠାରେ ମିଶନ ଶକ୍ତି ର ମହିଳାଙ୍କ ଦ୍ଵାରା ପରିଚାଳିତ ମିଶନ ଶକ୍ତି କାଫେ ଓ ରେଷ୍ଟୁରାଣ୍ଟ ବୁଲି ଦେଖିବା ସହ ମହିଳାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ।

Related Post

ଅମୃତ କଳସ ସୁନା ଗହଣା ଲୁଟ ଘଟଣା ରେ ଡକାୟତ କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କଲେ ପାଟଣାଗଡ ମାରୱାଡ଼ି ସଂଗଠନ

Posted by - August 8, 2022 0
ପାଟଣାଗଡ: (ତାପସ ରଞ୍ଜନ ବେହେରା) ପାଟଣାଗଡ ମୁଖ୍ୟ ରାସ୍ତା କଡ଼ରେ ଥିବା ସୁନା ଗହଣା ଦୁକାନ କୁ ଗତ ଶୁକ୍ରବାର ଦିନ ଡକାୟତି ଘଟଣାରେ ସଂପୃକ୍ତ ଥିବା…

ବିବାହ ପ୍ରଲୋଭନ ଦେଖାଇ ଶିକ୍ଷୟିତ୍ରୀଙ୍କ ସହ ଶାରୀରିକ ସମ୍ପର୍କ

Posted by - February 4, 2019 729
ଯାଜପୁର : ଶିକ୍ଷୟିତ୍ରୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଶିକ୍ଷକ ଗିରଫ। ଅଭିଯୋଗ ଅନୁଯାୟୀ ଧର୍ମଶାଳାର ଏକ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିନୋଦ ବିହାରୀ…

ବଡ଼ବିଲ ରେ ସ୍ନାନ ପୁର୍ଣିମା ଅନୁଷ୍ଠିତ

Posted by - June 5, 2020 1,063
ବଡ଼ବିଲ :ରଥଯାତ୍ରାର ଆଦ୍ୟପର୍ବ ଭାବେ ସ୍ନାନ ପୁର୍ଣିମା ଅନୁଷ୍ଠିତ ହୋଇଛି। ୧୦୮ ଗରା ଜଳରେ ସ୍ନାନ ସାରି ମହାପ୍ରଭୁ ସ୍ନାନ ମଣ୍ଡପରେ ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।…

ଦମେଇପାଲି ଗାଁ ରେ ଅବକାରୀ ବିଭାଗ ର ଚଢ଼ାଉ ୯୫୦ ଲିଟର ମଦ ଜବତ ୪ ଗିରଫ

Posted by - August 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁ ରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି…