ବରିଷ୍ଠ ନାଗରିକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

46 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସୁବର୍ଣ୍ଣପୁର ସହର ନିକଟରେ ରହିଥିବା ସାନଝିଙ୍କି ମହିମା ଆନନ୍ଦ ବରିଷ୍ଠ ନାଗରୀକ ନିବାସରେ ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରାଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେଇ

ସହକାରୀ ଜିଲ୍ଲା ଜନସ୍ଵାସ୍ଥ୍ୟ ଯୋଗାଯୋଗ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ଏପିଡେମିଓଲୋଜିଷ୍ଟ୍ ଡାକ୍ତର ବିଷ୍ଣୁ ଚରଣ ମାଝି ପ୍ରମୁଖ ମଞ୍ଚାସୀନ ଥିଲେ। ସମଗ୍ର କାର୍ଯ୍ୟକ୍ରମ ଏଡିପିଏଚସିଓ ପ୍ରଦ୍ୟୁମ୍ନ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିବା ବେଳେ ଏହି ନିବାସର ଦାୟିତ୍ଵରେ ଥିବା ଶାନ୍ତ୍ଵନୁ ନାୟକ ଏବଂ କନକଲତା ଗୁରାଣ୍ଡି ଆୟୋଜନରେ ସାହାଯ୍ୟ କରିଥିଲେ। ପ୍ରମୋଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

 

Related Post

ଜାଗୃତି ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Posted by - December 13, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବିରଜା ମହିଳା ମହାବିଦ୍ୟାଳୟ ପରିସରରେ ଜାଗୃତି ଫାଉଣ୍ଡେସନ ଇଣ୍ଡିଆ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।…

ଓଡ଼ିଶା ଲେଖିକା ସଂସଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

Posted by - July 25, 2022 0
ଯାଜପୁର:ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ବାର୍ଷିକ ଉତ୍ସବ ଗୈାତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି Iଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଓଡିଆ ଭାଷା ସାହିତ୍ୟ ତଥା ସଂସ୍କୃତି ବିଭାଗର ନିର୍ଦ୍ଧେଶକ ରଂଜନ କୁମାର ଦାସ ଯୋଗ ଦେଇ ଆଧୁନିକ ନାରୀ ଙ୍କ ମନରୁ ଖୁସି କମି କମି ଯାଉଛି ଏବଂ  ଆଧୁନିକ ଯୁଗରେ ମୋବାଇଲ ଓ ଟେଲିଭିଜନ୍ ମହିଳା ମାନଙ୍କ ମନରୁ ଖୁସି ଛଡ଼ାଇ ନେଇଛି ବୋଲି କହିଥିଲେ । ଓଡ଼ିଶା ଲେଖିକା ସଂସଦ ଯାଜପୁର ଶାଖାର ସଭାପତି ଶ୍ରୀମତୀ ବିଦ୍ୟୁତଲତା ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କଟକ ଶାଖାର ଆବାହକ ରୁମ୍‌ଝୁମ ନାୟକ, ଭୂବନେଶ୍ୱର ଶାଖାର ଉପସଭାପତି ପ୍ରଭା ପଟନାୟକ ଯୋଗ ଦେଇଥିବା ବେଳେ ଆବାହିକା ସଂଯୁକ୍ତା ମହାପାତ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ Iଏହି ଉତ୍ସବରେ ସଂସଦର ମୁଖପତ୍ର ‘ଯଜ୍ଞା’ ସମେତ ବହୁ ପୁସ୍ତକ ଓ ପତ୍ରିକା ଉନ୍ମୋଚିତ ହୋଇଥିଲା ।  

ରକ୍ସା ପଂଚାୟତରେ ୧୨ ତାରିଖ ସକାଳ ଯାଏ ଲାଗୁ ହେଲା୧୪୪ ଧାରା

Posted by - March 10, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ମନମୁଣ୍ଡା ଥାନା ଅନ୍ତର୍ଗତ ରକ୍ସା ଗ୍ରାମ ପଂଚାୟତ ଅଂଚଳରେ କ୍ରମାଗତ ନିର୍ବାଚନୀ ହିଂସା ଲାଗି ରହିଛି । ପଂଚାୟତ ନିର୍ବାଚନ ପୂର୍ବରୁ ଏବଂ ପରେ…

ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦୀର ର ବାର୍ଷିକ ଉତ୍ସବ

Posted by - January 31, 2023 0
ଯାଜପୁର:ଯାଜପୁର ସଂସ୍କୃତି ଭବନ ପରିସରରେ ଶ୍ରୀ ଗଣେଷ ଶିଶୁ ବିଦ୍ୟା ମନ୍ଦୀର ର ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିIସଭାପତି ତପନ ମହାରଣ୍ୟ ଶର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଯାଜପୁର ପୌରପାଳିକା ଅଧ୍ୟକ୍ଷା ରଂଜୁଲତା ହୋତା, ବିଦ୍ୟାବିକାଶ ସମିତିର ସମ୍ପାଦକ ଜୋଗେନ୍ଦ୍ରନାଥ ବସ୍ତିଆ ଓ ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଳିକ ଯୋଗ ଦେଇ ଶିଶୁ ବିଦ୍ୟା ମନ୍ଦୀର ଛାତ୍ର ଛାତ୍ରୀଙ୍କ ଚରିତ୍ର ଗଠନରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ମତ ଦେଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା ।