Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ୱେ ଶୁଣୁନାହାଁନ୍ତି ଜାତୀୟ ରାଜପଥ କର୍ତୁପକ୍ଷ ପଂଳରେ ବାରମ୍ବାର ହେଉଛି ଦୁର୍ଘଟଣା

668 38

ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ)ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ୱେ ଶୁଣୁନାହାଁନ୍ତି ଜାତୀୟ ରାଜପଥ କର୍ତୁପକ୍ଷ । ପଂଳରେ ବାରମ୍ବାର ହେଉଛି ଦୁର୍ଘଟଣା । ଯାଜପୁର ଜିଲାର ଚଣ୍ଡିଖୋଲ-ଡୁବୁରୀ ୫୩ ନଂ ଜାତୀୟ ରାଜପଥ ଏବେ ମରଣ ଯନ୍ତାରେ ପରିଣତ ହୋଇଛି । ଗତ କିଛି ମଧ୍ୟରେ ୨୦୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କର ଜୀବନ ମଧ୍ୟ ଗଲାଣି । କେବଳ ନାଁକୁ ମରାମତି କରି କାମ ସାରିଦେଉଛି ଜାତୀୟ ରାଜପଥ କର୍ତୁପକ୍ଷ । ଏହାର ପ୍ରତିବାଦ କରି ସ୍ଥାନୀୟ ସଚେତନ ନାଗରିକ ମଂଚ ଆଗାମୀ ୩ ତାରିଖ ଦିନ ଜାତୀୟ ରାଜପଥ ବନ୍ଦ କରିବାକୁ ଡାକରା ଦେବା ପରେ ଜିଲାପ୍ରଶାସନ ଏଥିରେ ହସ୍ତକ୍ଷେପ କରିଛି ।

ଜାତୀୟ ରାଜପଥ ପାଲଟିଛି ମୃତ୍ୟୁପଥ । ପ୍ରତିଦିନ ଘଟୁଛି ଦୁର୍ଘଟଣା । ବାରମ୍ବାର ହେଉଛି ଆନ୍ଦୋଳନ ହେଲେ କର୍ଣ୍ଣପାତ କରୁନାହିଁ ଜାତୀୟ ରାଜପଥ କର୍ତୁପକ୍ଷ । ଯାଜପୁର ଜିଲାର ଚଣ୍ଡିଖୋଲ- ଡୁବୁରୀ ଜାତୀୟ ରାଜପଥ ଏବେ ବିପଦ ସଂକୁଳ ହୋଇପଡିଛି । ଯେଉଁଥିରେ ଯାତାୟତ କରିବା ପାଇଁ ଭୟ କରୁଛନ୍ତି ଯାତ୍ରୀ । ବାରମ୍ବାର ରାସ୍ତାର ଦୁରାବସ୍ତା ନେଇ ସ୍ଥାନୀୟ ସଚେତନ ନାଗରିକ ମଂଚ ପକ୍ଷରୁ ଅବଗତ କରିବା ପରେ ମଧ୍ୟ ଅଣଦେଖା କରୁଛି ଜାତୀୟ ରାଜପଥ କର୍ତୁପକ୍ଷ । ଯାହାର ପ୍ରତିବାଦରେ ଆଗାମୀ ୩ ତାରିଖ ଦିନ ଜାତୀୟ ରାଜପଥ ବନ୍ଦ କରିବାକୁ ଡାକରା ଦେଇଥିଲା ସଚେତନ ନାଗରିକ ମଂଚ । ମଂଚର ବନ୍ଦ ଡାକରା ପରେ ଏଥିରେ ହସ୍ତକ୍ଷେପ କରିଛି ପ୍ରଶାସନ । ଜାତୀୟ ରାଜପଥ କର୍ତୁପକ୍ଷ ଏବଂ ଧର୍ମଶାଳା ବିଧାୟକ ଙ୍କ ସହଯୋଗରେ ସମସ୍ୟାର ସମାଧାନ କରିବାକୁ ଉଦ୍ୟମ କରିଛି ଜିଲା ପ୍ରଶାସନ ।

ଜାତୀୟ ରାଜପଥ ରେ ବିଭିନ୍ନ ସ୍ଥାନରେ ବିରାଟ ବିରାଟ ଖାଲ ହେବା ସହିତ କବାଟବନ୍ଧ ଠାରେ ଥିବା ବ୍ରାହ୍ଣଣୀ ପୋଲ ସଂପୁର୍ଣର୍ ବିପଦ ସଂକୁଳ ହୋଇପଡିଛି । ବ୍ରିଟିଶ ସମୟରୁ ନିର୍ମିତ ଏହି ପୋଲଟି ମରାମତି ଅଭାବରୁ ବିପଦ ସଂକୁଳ ହୋଇପଡିଥିଲେ ହେଁ ଏହାର ଦ୍ୱିତୀୟ ପୋଲ ନିର୍ମାଣ ପାଇଁ କୌଣସି ବ୍ୟବସ୍ଥା କରିନାହିଁ ଜାତୀୟ ରାଜପଥ କର୍ତୁପକ୍ଷ । ଯାଜପୁର ଜିଲାପାଳ ଙ୍କ ସମ୍ମ୍‌ିଳନୀ କକ୍ଷରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଜାତୀୟ ରାଜପଥ କର୍ତୁପକ୍ଷ,ସଚେତନ ନାଗରିକ ମଂଚ,ବିଭିନ୍ନ ଟ୍ରକ ଓ ବଜାର ସଂଘର କର୍ମକର୍ତା,ପରିବହନ ଅଧିକାରୀ ଯୋଗ ଦେଇ ରାସ୍ତାର ଦୁରାବସ୍ଥା ସଂପର୍କରେ ଆଲୋଚନା କରିଥିଲେ । ରାସ୍ତାର ଦୁରାବସ୍ଥା ଅଭିଯୋଗକୁ ଜାତୀୟ ରାଜପଥ କର୍ତୁପକ୍ଷ ସ୍ୱିକାର କରିବା ସହିତ ଆଗାମୀ ଡିସେମ୍ବର ୩୧ ତାରିଖ ସୁଦ୍ଧା ଶେଷ କରିବାକୁ ପ୍ରତିଶୃତି ଦେଇଥିଲେ । ଏଥିସହିତ ୪ ଲେନିଂ କାମ ଆଗାମୀ ୨ ମାସ ମଧ୍ୟରେ ଆରମ୍ଭ ହେବ ବୋଲି ଜିଲାପାଳଙ୍କୁ ସୂଚନା ଦେଇଥିଲେ ।

ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥର ମରାମତି ପାଇଁ ବାରମ୍ବାର ପ୍ରତିଶୃତି ଦେଉଛି ଜାତୀୟ ରାଜପଥ କର୍ତୁପକ୍ଷ । କିନ୍ତୁ ପ୍ରତିଶୃତିକୁ ପାଳନ କରିବାକୁ ସବୁବେଳେ ପଛଘୁଂଚା ଦେଉଛି ଜାତୀୟ ରାଜପଥ କର୍ତୁପକ୍ଷ । କିନ୍ତୁ ଚଳିତ ଥର ପ୍ରତିଶୃତି ଅନୁଯାୟୀ ଜାତୀୟ ରାଜପଥ କର୍ତୁପକ୍ଷ କାମ ନ କଲେ ଆଗାମୀ ଜାନୁଆରି ମାସରେ ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନି ଦେଇଛି ମଂଚ ।

Related Post

ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଟାରୀ କ୍ଳବ୍ ତରଫରୁ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରଦାନ

Posted by - June 26, 2021 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା)ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ହାତକୁ ନେଇ ଜନସାଧାରଣଙ୍କୁ ବିଭିନ୍ନ ଦିଗରେ ସହାୟତା ପ୍ରଦାନ କରିବାରେ ଭଞ୍ଜନଗର ରୋଟାରୀ କ୍ଳବ୍ ର ଏକ ସ୍ୱତନ୍ତ୍ର ପରିଚୟ…

ମାନବିକତାର ପରିଚୟ ଦେଇ ଚର୍ଚ୍ଚା ରେ ଖଡ଼ିଆଳ ଥାନା ଆଇଆଇସି

Posted by - November 17, 2021 0
ନୂଆପଡ଼ା:(ମେଘନାଦ ନାଏକ)ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମର ମାଆ ବାପା ଛେଉଣ୍ଡ 28 ବର୍ଷିଆ ବେସାହାରା ଯୁବତୀ ଲଲିତା ହରପାଲ ପାଖକୁ ପହଞ୍ଚିଳେ ଖଡ଼ିଆଳ ଥାନା…

ସ୍ବଚ୍ଛଭାରତ ମିସନ ଅଧୀନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

Posted by - October 26, 2021 0
ବାଲିଆପାଳ:(ପ୍ରଭାକର ମଲ୍ଲିକ)ସାମାଜିକ ସଂଗଠନ ଡି ଏସ୍ ଓଡିଶା ଡେଭଲପମେଣ୍ଟ ଅର୍ଗାନାଇଜେସନ ଲଙ୍ଗଳେଶ୍ବର ପକ୍ଷରୁ ଆଜି ସ୍ବଚ୍ଛଭାରତ ମିସନ ଅଧୀନରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଗଠନର…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦିଗହରା, ଅସହାୟ ବୃଦ୍ଧ‍ଙ୍କୁ ଘର ମିଳିବ କେବେ??

Posted by - October 25, 2019 0
କେନ୍ଦୁଝର,୨୫/୧୦ କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡ଼ା ପଞ୍ଚ‍ୟତ ର ବିଧବା ଚ଼ନ୍ଦ୍ରମଣୀ ପଲେଇ ତାଙ୍କର ରୋଗୀଣା ଝିଅ ମିଶି ଏକ ଭଙ୍ଗା କୁଡ଼ିଆରେ ରହୁଛନ୍ତି।ତାଙ୍କର କେହି…

There are 38 comments

Leave a comment

Your email address will not be published.