Breaking News
5:31 pmଜୁନ ୩୦ ପର୍ଯ୍ୟନ୍ତ ବଢିଲା ପାନ୍-ଆଧାର ଲିଙ୍କ୍ ସମୟସୀମା 5:29 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା 5:26 pmଓଡ଼ିଶାରେ ୨୮ଟି ମହାବଳ ବାଘ: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ 5:25 pmପୁରୀ-ଗୁଣୁପୁର ଟ୍ରେନ ଲାଇନଚ୍ୟୁତ। ପୁରୀ ଷ୍ଟେସନରେ ଟ୍ରେନ୍‌ ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ 5:24 pmବାଲେଶ୍ୱର: ଅନ୍ୱେଷା ଇନ୍ ଚିଟଫଣ୍ଡ ଠକେଇ ମାମଲାରେ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ସହ ୩ ଜଣଙ୍କୁ ଜେଲ ଦଣ୍ଡ। କୃଷ୍ଣଙ୍କୁ ୫ ବର୍ଷ ଜେଲ୍ ଓ ୨ ଲକ୍ଷ ୪୦ ହଜାର ଜରିମାନା ନିର୍ଦ୍ଦେଶ। ଅନ୍ୟ ୨ କର୍ମଚାରୀଙ୍କୁ ୩ ବର୍ଷ ଲେଖାଏଁ ଜେଲ୍ ଓ ୧୦ ହଜାର ଲେଖାଏଁ ଜରିମାନା

ପୁନର୍ବାର ରାଜ୍ୟବ୍ୟାପି ଆନ୍ଦୋଳନ ର ମୁଣ୍ଡ ଟେକିଛି ଓଡିଶା ଆଉଟ ସର୍ସିଙ୍ଗ ଠିକା କର୍ମଚାରୀ ସଂଘ

295 0

କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ପାଖାପାଖି 50 ଜଣ ଆଉଟ-ସୋର୍ସିଙ୍ଗ ଠିକା କର୍ମଚାରୀ ମାନେ ଆଜି ସ୍ଥାନୀୟ BDO ଶ୍ରୀମତୀ ମନୀଷା ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି lପ୍ରକାଶ ଥାଉକି ରାଜ୍ୟ ସରକାର ନିୟମିତ ଚାକିରୀ ବଦଳ ରେ ୨୦୦୮/୯ ମସିହାରେ ସରକାରୀ କାର୍ଯ୍ୟଳୟ ରେ ସହଯୋଗ ନିମନ୍ତେ କିଛି ବେ-ସରକାରୀ ଠିକା ସଂସ୍ଥା ଦ୍ୱାରା ରାଜ୍ୟର ଶିକ୍ଷିତ ବେକାର ଯୁବପିଡ଼ିଙ୍କୁ ଅସ୍ଥାୟୀ ଭାବେ ବିଭିନ୍ନ କାର୍ଯ୍ୟଳୟ ରେ ନିଯୁକ୍ତି ପ୍ରଦାନ କରିଥିଲେ।ଏହି କର୍ମଚାରିନାମାନେ ବ୍ଲକ ଓ ଜିଲ୍ଲାର ବିଭିନ୍ନ କାର୍ଯ୍ୟାଳୟରେ ରହି ପ୍ରଶାସନ ର 70% ଶତକଡା କାର୍ଯ୍ୟ ସମ୍ପାଦନ କରିଥାଆନ୍ତି l

ହେଲେ 2022 ରେ ସରକାର ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଠିକା କର୍ମଚାରୀ ଙ୍କୁ ନିୟମିତ ଚାକିରୀ ପାଇଁ ଘଷଣା କରିଥିଲେ । କିନ୍ତୁ ରାଜ୍ୟର ଲକ୍ଷାଧିକ ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଅନେକ ଦିନରୁ ସରକାରୀ ସେବାରେ ରହିଆସୁଥିଲେ ସୁଧା ନିୟମିତ ଚାକିରିରୁ ଉପେକ୍ଷା କରାଯାଇଛି ।

ଏଭଳି ପାତର ଅନ୍ତର ନୀତି କୁ ନେଇ ରାଜ୍ୟର ଆଉଟ ସୋର୍ସିଙ୍ଗ ସଂଘ ପକ୍ଷରୁ ଆନ୍ଦୋଳନର ନିଷ୍ପତ୍ତି ନିମନ୍ତେ ଅଣ୍ଟା ଭିଡୁଥିବାବେଳେ ଆଜି ଉକ୍ତ ବିଷୟ ପ୍ରତି କାଶୀପୁର ବ୍ଲକ ର ପ୍ରାୟ ୫୦ ଜଣ ସଦସ୍ୟ ଯୁକ୍ତ ଆଉଟ ସୋର୍ସିଙ୍ଗ କାଶୀପୁର ବ୍ଲକ ସଂଘ ପକ୍ଷରୁ ଚଳିତ ମାସ 25 ତାରିଖରେ ସରକାରଙ୍କୁ ପ୍ରତିବାଦ କରି ରାଜ୍ୟବ୍ୟାପି ଆନ୍ଦୋଳନ ର ପୂର୍ବ ପ୍ରସ୍ତୁତି ରଣନୀତି କୁ ନେଇ ବିସ୍ତୃତ ଭାବେ ସଂଗଠନ କରାଯାଉଛି ବୋଲି କଳାବ୍ୟାଚ ପରିଧାନ କାଶୀପୁର ଆଉଟ -ସର୍ସିଙ୍ଗ ଠିକା କର୍ମଚାରୀ ସଂଘ ପକ୍ଷରୁ ପ୍ରକାଶ କରାଯାଇଛି lସଂଘ ପକ୍ଷରୁ ବ୍ଲକ ସଭାପତି ଅମିତ ନାଏକ,ଶନ୍ତଷ ପଟ୍ଟନାୟକ, ସୁଶାନ୍ତ ପଟ୍ଟନାୟକ, ଗୁପ୍ତ ଗୁରୁ, ପିଙ୍କି ପାତ୍ର, ଦେବକୀ ଲେଙ୍କା ଓ ସଂଘର ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ l

Related Post

ବରୀ ରେ ବାତ୍ୟା ଅମ୍ଫାନର ପ୍ରଭାବ,ମଙ୍ଗଳବାର ରାତିରୁ ବିଦ୍ୟୁତ ସରବରାହ ବନ୍ଦ

Posted by - May 20, 2020 1,677
ବରୀ:(ସ୍ନେହାଂଶୁ ଶେଖର ମହାନ୍ତି)ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ର ପ୍ରଭାବ ଯାଜପୁର ଜିଲା ବରୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ପ୍ରବଳ ପବନ…

ଆସନ୍ତା ପଂଚାୟତ ନିର୍ବାଚନ ଭୋଟ ଗଣତିର ବଦଳିଲା ଢାଞ୍ଚା

Posted by - August 22, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ବଦଳିବ ପଂଚାୟତ ନିର୍ବାଚନ ର ଢାଞ୍ଚା!ଆଗାମୀ ପଂଚାୟତ ନିର୍ବାଚନ ରେ ନୂଆ ସଂସ୍କରଣ ଆଣିଛି ପଂଚାୟତ ରାଜ ବିଭାଗ!ପୁର୍ବ ପରି ନିର୍ବାଚନ ଦୀନ ଘୋଷଣା ହେବନି ନିର୍ବାଚନ…

ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଲାଇନ୍‌ମ୍ୟାନ ସଂଘର ବିରୋଧ ଲାଇନ୍‌ମ୍ୟାନ ଦିବସରେ ଲାଇନ୍‌ମ୍ୟାନଙ୍କ ବିକ୍ଷୋଭ

Posted by - March 5, 2023 0
ଯାଜପୁର ଟାଉନ: ଯାଜପୁର ଦଶରଥପୁର ବ୍ଲକ ଲାଇନ୍‌ମ୍ୟାନ ସଂଘ ଆହ୍ୱାନକ୍ରମେ ଟାଟା ପାୱାର ଦ୍ୱାରା ପାଳିତ ଜାତୀୟ ଲାଇନ୍‌ମ୍ୟାନ ଦିବସକୁ ଯାଜପୁର ପାୱର ଏମ୍ପ୍ଲଇଜ୍ ୟୁନିୟନ୍ ବିରୋଧ…

ଜେଇଇ ଆଶାୟୀ ପରୀକ୍ଷାର୍ଥୀ ମାନଙ୍କ ପାଇଁ ସୂଚନା

Posted by - August 29, 2020 0
ଯାଜପୁର ଅଫିସ:୨୦୨୦ ବର୍ଷ ପାଇଁ ସର୍ବ ଭାରତୀୟ ଜେଇଇ ପରୀକ୍ଷା ଦେବାକୁ ଥିବା ଆଶାୟୀ ପ୍ରାର୍ଥୀ ମାନଙ୍କୁ ପ୍ରଶାସନ ପକ୍ଷରୁ ସହଯୋଗର ସୂଚନା ଦିଆଯାଇଚ୍ଥି । ଇତି…

ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା,ଦରମା ମାଗିବାରୁ ଜଣଙ୍କ ଉପରକୁ ଏସିଡ୍ ଫିଙ୍ଗିଲା ମାଲିକ

Posted by - December 19, 2018 1,137
ଆନ୍ଧ୍ରପ୍ରଦେଶ ବିଜୟନଗରରେ ଦାଦନ ଶ୍ରମିକଙ୍କୁ ଇଟାଭାଟି ମାଲିକର ସାଂଘାତିକ ନିର୍ଯାତନା। ଦରମା ମାଗିବାରୁ ମାଲିକ ଜଣେ ଶ୍ରମିକ ଉପରକୁ ଏସିଡ୍ ଫିଙ୍ଗିଥିବା ବେଳେ ଆଉ ଜଣକର ଅଙ୍ଗୁଳି…