ଜିଲ୍ଲାପାଳଙ୍କ ଫୋକସରେ ମାରଡା ଗାଁ,୧୦ଦିନରେ ପ୍ରତିଶ୍ରୁତି ପୂରଣ କଲେ

121 0

ବୌଦ୍ଧ ;(ଚିତ୍ତରଞ୍ଜନ ସିଂ )ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ କୁଶଙ୍ଗ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟର ଅଭିଶାପରେ ପେଶି ହେଉଥିବା ଆଦିବାସୀ ବହୁଳ ମାରଡା ଗାଁ ଉପରେ ଗଣମାଧ୍ୟମ ଖବର ପ୍ରକାଶ ପାଇଥିଲା ।ଖବର ପ୍ରକାଶନ ପରେ ପ୍ରଥମଥର ପାଇଁ ଗତ ୫ତାରିଖଦିନ ବୌଦ୍ଧଜିଲ୍ଲାପାଳ ସତ୍ୟରଞନ ସାହୁ ମାରଡା ଗାଁ ପରିଦର୍ଶନ କରିଥିଲେ ।ଗ୍ରାଉଣ୍ଡଜିରୋରେ ପଂହଚି ମାରଡାବାସୀଙ୍କ ଚଳଣି, ସୁଖଦୁଃଖ ବିଷୟରେ ପଚାରିବୁଝିବା ସହିତ ପ୍ରାଥମିକତା ଭିତିରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛନ୍ତି । ଗୁରୁବାର ଜିଲ୍ଲାପାଳ ମାରଡା ଗାଁରେ ପଂହଚିବା ପରେ ତାଙ୍କୁ ଗ୍ରାମବାସୀଙ୍କ ପକ୍ଷରୁ ଭବ୍ୟସ୍ୱାଗତ କରାଯାଇଥିଲା ।ଜିଲ୍ଲାପାଳଙ୍କ ଗସ୍ତର ମାତ୍ର ୧୦ଦିନ ମଧ୍ୟରେ ପ୍ରାକ ଶିଶୁଙ୍କ ଶିକ୍ଷାପାଇଁ ବନ୍ଦ ହୋଇପଡିଥିବା ପ୍ରାଥମିକ ସ୍କୁଲରେ ଜିଲ୍ଲାପାଳଙ୍କ ଦ୍ୱାରା ଶ୍ରଦ୍ଧା ସଂଜୀବନୀର ଶୁଭାରମ୍ଭ ହୋଇଥିଲା ।

ଅଙ୍ଗନଓାର୍ଡୀ ଶିଶୁଙ୍କ ନୂଆ ପୋଷାକ,ଜୋତା ସହିତ ଖେଳନା ଇତ୍ୟାଦି ବଂଟନ କରି ସେମାନଙ୍କ ମୁହଁରେ ହସଫୁଟାଇଛନ୍ତି ।୨୪ଜଣ ଲୋକଙ୍କୁ ହାଇଜେନିକ କିଟ୍ ସାଙ୍ଗକୁ କମ୍ବଳ ବଟଂନ କରିଥିଲେ ।ସେମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ ଆଚାର,ବଡି,ପାମ୍ପଡ ପ୍ରସ୍ତୁତ ପାଇଁ ସ୍ୱୟଂସହାୟକ ଦଳକୁ ପ୍ରୋତ୍ସାହନ ରାଶି ଯୋଗାଇଦେବାକୁ ବ୍ଲକ ଜୀବିକା ମିଶନ ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଖଜୁରୀ ରସରୁ ଗୁଡ ପ୍ରସ୍ତୁତ ପାଇଁ ମଧ୍ୟ କହିଥିଲେ ।ଗାଁ ଲୋକଙ୍କ ଦାବୀ ଅନୁସାରେ ସେଠାରେ ଏକ ବନ୍ଧ ଏବଂ ଶ୍ମଶାନ ନିର୍ମାଣ ପାଇଁ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଗ୍ରାମର ଅସହାୟ ବୃଦ୍ଧା ତୁଳସା ବେହେରାଙ୍କୁ ୫ହଜାର ଟଙ୍କା ରେଡକ୍ରସରୁ ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମସାରି ଜିଲ୍ଲାପାଳ ଶୀତଳପାଣି ଡାକବଙ୍ଗଳା ପରିଦର୍ଶନ ସାରି ଅତଲସରା ଗ୍ରାମରେ ପଂହଚି ଲୋକଙ୍କ କଥା ବୁଝିଥିଲେ ।ଗ୍ରାମରେ କ୍ଷୀôର ଏବଂ ଦହିର ଉତ୍ପାଦନ ଅଧିକ ହେଉଥିବା ଜାଣିବାକୁ ପାଇଁ ଖୁସିବ୍ୟକ୍ତ କରିଥିଲେ ।କ୍ଷୀର ଏବଂ ଦହିର ବଜାର ସୁବିଧା ଦିଗରେ ଧ୍ୟାନ ଦେବାକୁ ପ୍ରାଣୀ ସମ୍ପଦ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।ଗାଁ ଲୋକେ ବନ୍ୟାଆଶ୍ରୟସ୍ଥଳୀ ,ନଳକୂପ ପାଇଁ ଦାବୀ କରିଥିଲେ ।ଅଭୟରାଣ୍ୟ ମଧ୍ୟରେ ରହୁଥିବା ଲୋକଙ୍କୁ ରୋଜଗାରକ୍ଷମ ପାଇଁ ଶୀତଳପାଣିରେ ଏକ ପର୍ଯ୍ୟଟନକେନ୍ଦ୍ର ସ୍ଥାପନ ପାଇଁ ଲୋକେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।ଶେଷଦେବ ବେହେରା ଏବଂ ଚତୁରୀ ବେହେରା ଭଳି ଦୁଇ ଅସହାୟଙ୍କୁ ରେଡକ୍ରସ ପାଣ୍ଠିରୁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ ।ସଂଯୁକ୍ତା ଡାଳୁଆଙ୍କୁ ତୁରନ୍ତ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ହଜାର ଟଙ୍କା ସହିତ ଭତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମିନି ଦେହୁରୀଙ୍କୁ ୭ଦିନ ମଧ୍ୟରେ ଭତା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସେଠାରୁ ଆସି କୁଶଙ୍ଗ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ ।

ପିଲାମାନେ ଆଜବେଷ୍ଟସ ଘରେ ବସୁଥିବା ଦେଖି ତାଙ୍କୁ କମ୍ପ୍ୟୁଟର ରୁମକୁ ସ୍ଥାନାନ୍ତରିତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।ସେଠାରୁ ଫେରିବା ବାଟରେ ରାସ୍ତାକଡରେ ନିଆଁ ଲାଗିଥିବା ଦେଖି ଗାଡି ଅଟକାଇ ସୁରକ୍ଷା କର୍ମୀମାନଙ୍କୁ ନିଆଁ ଲିଭାଇବା ପାଇଁ କହିଥିଲେ ।ପାଖରେ ଥିବା ଲୋକଙ୍କୁ ନିଆଁ ନ ଲଗାଇବା ପାଇଁ ବୁଝାଇଥିଲେ ।ଶେଷରେ ହରଭଙ୍ଗାଠାରେ ଜଳ ଜୀବନ ମିଶନ ଯୋଜନାରେ ନିର୍ମାଣଧିନଥିବା ମେଗା ପାଈପ୍ ଜଳ ଯୋଗାଣ ପ୍ରକଳ୍ପ ପରିଦର୍ଶନ କରିଥିଲେ ।ପ୍ରକଳ୍ପ ମିଆଦି ବିଷୟରେ ପଚାରିବୁଝିବା ସହିତ କାର୍ଯ୍ୟ କେତେ ପ୍ରତିଶ୍ରତ ସରିଛି ସେ ଦିଗରେ ପଚାରିଥିଲେ ।ତୁରନ୍ତ ସମସୟସୀମା ମଧ୍ୟରେ ଅଧିକ ଶ୍ରମିକ ଲଗାଇ କାର୍ଯ୍ୟସାରିବାକୁ ପ୍ରକଳ୍ପ ମ୍ୟାନେଜର ଏବଂ ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଆଜି ଜିଲ୍ଲାପାଳଙ୍କ ଗସ୍ତ ସମୟରେ ତାଙ୍କ ସହିତ ବୌଦ୍ଧ ଅତିରକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ବୌଦ୍ଧ ଡି.ଏଫ.ଓ ଦେବପ୍ରିୟ କମ୍ପ,ନୟାଗଡ ବନ୍ୟପ୍ରାଣୀ ଡି.ଏଫ.ଓ ଫାଲଗୁନୀ ଶେଖର ମଲ୍ଲିକ,ହରଭଙ୍ଗା ବି.ଡି.ଓ ସ୍ୱପ୍ନିତା ନାଏକ,ସି.ଡି.ପି.ଓ ନିରୁପମା ପାଣି,ବ୍ଲକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ମନୋରଞନ ପାତ୍ର,ଜିଲ୍ଲା ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ପ୍ରଦୀପ କୁମାର ମହାପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ସଶ୍ମିତା ପ୍ରଧାନ,ବି.ଭି.ଓ ଡାକ୍ତର ବିରେନ୍ଦ୍ର କୁମାର ପୃଷ୍ଟି ,ଡାକ୍ତର ସଂଘମିତ୍ରା ପଣ୍ଡା,ଡାକ୍ତର ପ୍ରତିଭା ପାଢୀ,ଡାକ୍ତର ପ୍ରିୟବ୍ରତ ବେହେରା,ଜିଲ୍ଲା ସୂଚନା ଲୋକ ସର୍ମ୍ପକ ଅଧିକାରୀ ରିତିକାନ୍ତ ବଳିଆର ସିଂ,କୁଶଙ୍ଗ ପଂଚାୟତ ପିଇଓ ଜଗଦୀଶ ମଲ୍ଲିକ ପ୍ରମୁଖ ସାମିଲ ଥିଲେ ।

Related Post

ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଛି ବିଂଝାରପୁର ପୋଲିସ

Posted by - November 23, 2020 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ବିଂଝାରପୁର ଥାନା ଅଂଚଳରେ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଥିବା ଟ୍ରାକ୍ଟରକୁ ଜବତ କରିଛି ସ୍ଥାନୀୟ ପୋଲିସ ।ଏହି ଟ୍ରାକ୍ଟର ମାନେ ବେଆଇନ ଭାବେ ବିଭିନ୍ନ ବାଲି ଘାଟରୁ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେବା ପରେ ବିଂଝାରପୁର ପୋଲିସ ଚଢାଉ ଆରମ୍ଭ କରି ଗାଡି ଗୁଡିକୁ ଜବତ କରିଛି । ଗାଡି ଗୁଡିକ ଠାରୁ ଜରିମାନା ଆଦାୟ କରିବା ସହିତ ସେମାନଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

ଠିପିଖୋଲା ମଦ ଦୋକାନକୁ ବିରୋଧ କଲେ ମହିଳା ସରପଂଚ

Posted by - February 10, 2023 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଭିନ୍ନ ସ୍ଥାନରେ ଠିପିଖୋଲାମଦ ଦୋକାନକୁ ନେଇ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ପଂଚାୟତବାସୀମାନେ ବାରମ୍ବାର ଜିଲ୍ଲା ପ୍ରଶାସନପାଖରେ ଅଭିଯୋଗ କରି ଆସୁଛନ୍ତି…

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ,ବାହାରକୁ ଗଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

Posted by - April 6, 2020 0
ଭୁବନେଶ୍ୱର: ରାଜ୍ୟରେ ଆଉ ୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଲୋକେ ଭୟଭୀତ ହାଇପଡ଼ିଛନ୍ତି।ସାମାଜିକ ଦୂରତ୍ୱ ପାଇଁ ଏବେ ନୂଆ ନିୟମ। ଲକଡାଉନ ବେଳେ କୋହଳ…

ଦୁର୍ଗମ ଅଞ୍ଚଳରେ ଜିଲାପ୍ରଶାସନ ପହଞ୍ଚି ଲୋକଙ୍କ ସମସ୍ୟା ସମାଧାନ ପାଇଁ ଉଦ୍ୟମ ଗ୍ରାମ ଚଟାଣରେ ବସି ଗ୍ରାମବାସୀଙ୍କ ସମସ୍ୟା ଶୁଣିଲେ ଜିଲ୍ଲାପାଳ

Posted by - December 17, 2022 0
ବୌଦ୍ଧ:୧୫ା୧୨(ଚିତ୍ତରଞ୍ଜନ ସିଂ)ବୌଦ୍ଧଜିଲ୍ଳାରେ ଜିଲା ପ୍ରଶାସନ ପକ୍ଷରୁ ଗ୍ରାମକୁ ଚାଲ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନ ଅନୁଯାୟୀ ଜିଲାପାଳଙ୍କ ନେତୃତ୍ୱରେ ଜିଲାସ୍ତରୀୟ ଅଧିକାରୀମାନେ ଦୁର୍ଗମ ଅଞ୍ଚଳରେ…