ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ଅଲ୍ ଓଡିଶା ଡ୍ରାଇଭର ମହାସଂଘ ପକ୍ଷରୁ ମାର୍ଚ୍ଚ ୧୫ ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଦଶ ଦଫା ଦାବି ନେଇ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଡ୍ରାଇଭର ମହାସଂଘ। ଏହି ପରିପ୍ରେକ୍ଷୀରେ ଆଜି ଟିଟିଲାଗଡ ଡିଏଭି ମହାବିଦ୍ୟାଳୟ ନିକଟ ଛକରେ ଜରୁରୀକାଳୀନ ସେବା ଯୋଗାଉଥିବା ଗାଡ଼ି ଗୁଡ଼ିକୁ ଛାଡି ଅନ୍ୟ ଗାଡ଼ି ମାନଙ୍କରେ ଯାଉଥିବା ଯାତ୍ରୀ ମାନଙ୍କୁ ଗାଡିରୁ ଓହ୍ଲାଇ ଦିଆଯାଉଥିବା ଦେଖିବାକୁ ମିଳୁଥିଲା।
ଲୋକେ ଚାଲି ଚାଲି ନିଜ ଜିନିଷ ପତ୍ର ଧରି ଯାଉଛନ୍ତି। ସେହିପରି ମହିଳା ବିଦ୍ୟାଳୟ ଛକ ଏବଂ ଦେଶିଲ ଛକ ଠାରେ ମଧ୍ଯ ଡ୍ରାଇଭର ମହାସଂଘ ପକ୍ଷରୁ ଧର୍ମଘଟ ଦିଆଯାଇଛି, ସେମାନଙ୍କ କହିବାଅନୁଯାୟୀ ପୁର୍ବରୁ ସେମାନେ ୧୦ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏବଂ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଇଥିଲେ, ସରକାର ସେମାନଙ୍କ ଦାବି ପୂରଣ ନ କରିବାରୁ ଆଜି ସେମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟକୁ ଓହ୍ଲାଇଛନ୍ତି
ସରକାର ସେମାନଙ୍କ ଦାବି ପୂରଣ ନ କଲା ଯାଏଁ ଏହି ଧର୍ମଘଟ ଜାରି ରହିବ ବୋଲି କର୍ମକର୍ତା ସୁଚନା ଦେଇଛନ୍ତି। ସ୍କୁଲ ବସ, ଆମ୍ବୁଲାନ୍ସ, ଜରୁରି କାଳୀନ ସେବାରେ ବ୍ୟବହୃତ ହେଉଥିବା ଗାଡ଼ି, ଗାଡ଼ି ମାଲିକ ନିଜେ ଗାଡ଼ି ଚଳାଇଲେ ଛାଡ଼ି ଦେବା ସହ ଶାନ୍ତି ଶୃଙ୍ଖଳାର ସହିତ ଆଜିର ଧର୍ମଘଟ ଜାରି ରହିଛି।